Odisha news

ସୁଗର ଫ୍ରି ର ସାଇଡ ଇଫେକ୍ଟ : ଗବେଷକଙ୍କ ମତରେ ସୁଗର୍ ଫ୍ରି ସେବନ ବଢ଼ାଉଛି ହାର୍ଟ ଆଟାକ୍ ଓ ବ୍ରେନ୍ ଷ୍ଟ୍ରୋକ ସମସ୍ୟା

0
ଆଜିକାଲି ପ୍ରାୟ ସମସ୍ତେ ସୂଗାର ଫ୍ରି କୁ ଅଧିକ ବ୍ୟବହାର କରୁ ଥିବାର ଆମେ ଦେଖିବାକୁ ପାଉଛୁ। ଶୁଗର୍ ଫ୍ରି କୁ ଆମେ ଗୋଟିଏ ହେଲ୍ଡୀ ପ୍ରଡକ୍ଟ ଭାବରେ ଗ୍ରହଣ କରୁଛୁ । କିନ୍ତୁ ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା ସ୍ବାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ହୋଇଥାଏ । ବ୍ରିଟିଶ ମେଡିକାଲ ଜର୍ଣାଲ ରେ ପ୍ରକାଶିତ ଗୋଟିଏ ଖବର ଅନୁସାରେ କୁହାଯାଇଛି ଯେ ଯେଉଁ ଲୋକମାନେ ଦୀର୍ଘ ସମୟ ଧରି ଅଧିକ ଶୁଗର ଫ୍ରି ସେବନ କରନ୍ତି ସେମାନଙ୍କ ନିକଟରେ କର୍ଡ଼ିଓ ବସ୍କୁଲାର୍ ଓ ବ୍ରେନ୍ ଷ୍ଟ୍ରୋକ ସମସ୍ୟା ଦେଖା ଦେଇଥାଏ । ତେଣୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ।
ସୂଗାର୍ ଫ୍ରି ଦ୍ଵାରା ବଢ଼ିଥାଏ ଏହିସବୁ ସମସ୍ୟା –
ଫ୍ରାନ୍ସ ରେ ପାଖାପାଖି ୯ବର୍ଷ ପର୍ଯ୍ୟନ୍ତ ୧ ଲକ୍ଷ ଲୋକଙ୍କୁ ନେଇ ହୋଇଥିବା ଗବେଷଣା ଅନୁସାରେ ଯେଉଁଥିରେ ମଧୁମେହ ରୋଗୀ ମାନଙ୍କୁ ସାମିଲ କରାଯାଇ ଥିଲା । ଏହି ଲୋକ ମାନଙ୍କ ମଧ୍ୟରେ ୯ପ୍ରତିଶତ ହାର୍ଟ ପ୍ରୋବେଲମ୍ ଓ ୧୮ ପ୍ରତିଶତ ବ୍ରେନ୍ ଷ୍ଟ୍ରୋକ ସମସ୍ୟା ଦେଖା ଦେଉଛି ।
କାହିଁକି ହାନି କାରକ ସୁଗାର୍ ଫ୍ରି ? –
ବିଶେଷ ଭାବରେ ସୂଗର୍ ଫ୍ରି ରେ ଅର୍ଟିଫିଶିଆଲ ସ୍ଵିଟନର ର ଅଧିକ ବ୍ୟବହାର ହୋଇଥାଏ । ଏହା ୩ ଟି ଶଲ୍ଟ ରୁ ମିଶି ପ୍ରସ୍ତୁତ ହୋଇଥାଏ । ଏହି ୩ଟି ସଲ୍ଟ ମୋଟାପା, ହାର୍ଟ , ମଧୁମେହ ଓ ବ୍ରେନ୍ ଷ୍ଟ୍ରୋକ ର ବିପଦ ଅଧିକ ବୃଦ୍ଧି ପାଇଥାଏ ।
ଏହିସବୁ ଜିନିଷ ରେ ଥାଏ ଶୁଗାର ଫ୍ରି –
ଆପଣ ଜାଣି ରଖିବା ଉଚିତ୍ ଯେ ଆଜିକାଲି ମାର୍କେଟ ରେ ମିଳୁଥିବା ବିଭିନ୍ନ ସୁଗାର ଫ୍ରି ଜିନିଷ ଯେପରିକି ପ୍ୟାକଡ ଡ୍ରିଙ୍କ, ପ୍ୟାକେଜ ଫୁଡ୍ , ଯୁସ ଓ କେକ୍ ରେ ସୂଗର ଫ୍ରି ଭରି ହୋଇ ରହିଥାଏ । ଲୋକମାନେ ଫିଟ୍ ନେସ୍ ଓ ଲୋ କ୍ୟାଲୋରୀ ସେବନ କରିବା ଚକର ରେ ଏହିସବୁ ଖାଦ୍ୟ କୁ ସେବନ କରିଥାଉ । ଯାହାଦ୍ଵାରା ଦୀର୍ଘ ଦିନ ସେବନ କରିବା ପରେ ଶାରିରୀକ ସମସ୍ୟା ଦେଖା ଦେଇଥାଏ ।
Leave A Reply