ଆମ ଦେଶରେ ଆମ ରାଜ୍ୟରେ ଆଖୁ ଚାଷକୁ ଅର୍ଥକାରୀ ଫସଲ ଭାବେ ପ୍ରଧାନ୍ୟ ଦିଆଯାଇଛି । ଓଡ଼ିଶାରେ ପ୍ରାୟ ୪୪,୦୦୦ ହେକଫର ଜମିରେ ଆଖୁଚାଷ କରାଯାଏ ।
ଜଳବାୟୁ ଓ ମୃତ୍ତିକା: ଆଖୁ ଏକ ଉଷ୍ମ ମଣ୍ଡଳୀୟ ଫସଲ । ଆଖୁ ବଢ଼ିବା ବେଳେ ପ୍ରଚୁର ଆଲୋକ, ଉତ୍ତାପ ଓ ବର୍ଷା ଦରକାର ହୁଏ । ୭୫୦ରୁ ୧୨୦୦ ମି.ମି ବର୍ଷା ଅଞ୍ଚଳରେ ଆଖୁ ଭଲ ବଢ଼େ ।
ଭଲ ଜଳ ନିଷ୍କାସନ ହୋଇପାରୁଥିବା ଦୋରସା ମାଟିରେ ଆଖୁ ଭଲ ବଢ଼େ । ମୃତ୍ତିକାରେ ଅମ୍ଳତା ୬ରୁ ୭.୫ ଥିବା ଜମିରେ ଆଖୁ ଭଲ ବଢ଼ିପାରେ ।
ଆଖୁ ଲଗାଇବା ସମୟ: ଆମ ରାଜ୍ୟରେ ଜଳବାୟୁ ଦୃଷ୍ଟିରୁ ନଭେମ୍ବର ଠାରୁ ଫେବୃୟାରୀ ମାସ ଶେଷ ପର୍ଯ୍ୟନ୍ତ ଆଖୁ ଲଗାଯାଇ ପାରିବ । ଜଳକ୍ସେନ ସୁବିଧା ନଥିବା ଜମିରେ ଜୁନ୍ ମାସରେ ମୌସୁମୀ ବର୍ଷା ଆରମ୍ଭ ହେବାପରେ ଆଖୁ ଲଗାଯାଇପାରିବ ।
ବିହନ କିସମ: ଆମ ରାଜ୍ୟ ପାଇଁ ଉଚ୍ଚା ଜମିଲାଗି ସଅଳ କିସମ ଯଥା- ସି.ଓ-୮୭୦୦୨, ସିଓସି-୯୨୦୬୧ ଭଲ । ଏହାଛଡା ମଧ୍ୟମ ଜମି ଲାଗି ଉତ୍ତରା ଓ ରଘୁନାଥ ଉପଯୁକ୍ତ ।

ଜମି ପ୍ରସ୍ତୁତି: ଆଖୁ ଗଛ ଚେର ପ୍ରାୟ ୪୫ ସେମି ଗଭୀରକୁ ବିସ୍ତାର କରି ଜଳ ଓ ଖାଦ୍ୟ ଆହରଣ କରିଥାଏ । ଏଥିପାଇଁ ଜମିକୁ ୫-୭ ଥର ଚାଷକରି ହାଲୁକା କରାଯାଏ । ୮୦ ସେମି ଦୂରତାରେ ୨୫ ସେମି ଗଭୀର ସିଆର କରନ୍ତୁ । ପ୍ରତି ସିଆର ଲମ୍ବ ୬ ମିଟରରୁ ଅଧିକ ରଖନ୍ତୁ ନାହିଁ ।
ମଞ୍ଜି ଆଖୁ ସଣ୍ଟ୍ରହ: ପ୍ରଥମ ଥର ଚାଷ ହୋଇଥିବା ରୋଗ ଓ ପୋକ ମୁକ୍ତ ୬-୭ ମାସର ହୃଷ୍ଟପୃଷ୍ଟ ଆଖୁ ବିହନ ପାଇଁ ବ୍ୟବହାର କରାଯାଏ । ଅଗପଟରୁ ଏକ ତୃତୀୟାଂଶ ମଞ୍ଜି ପାଇଁ ଉପଯୁକ୍ତ । ଆଖୁ ଲଗାଇବା ପୂର୍ବରୁ ୨-୩ଟି ଆଖି ରଖି ଆଖଉ ଦଣ୍ଡାଟିକୁ ଖଣ୍ଡ ଖଣ୍ଡ କରାଯାଏ । ଏକର ପ୍ରତି ୩ ଟନ୍ରୁ ୪ ଟନ୍ ବିହନ ଆଖୁ ଦରକାର ହୁଏ । ଆଖୁ ଖଣ୍ଡକୁ ଚୂନ ପାଣିରେ ଭିଜାଇଲେ ଭଲ ଗଜା ହୁଏ ।
ବିହନ ବିଶୋଧନ: ଚୂଣ ପାଣିତପରେ ୧୦୦ ଲିଟର ପାଣିରେ ୧୫୦ ଗ୍ରାମ ……., ୨୦ ମିଲି …….. ଓ ୧ କିଗ୍ରାୟୁରିଆର ଦ୍ରବଣ କର ୧୫-୨୦ ମିନିଟ୍ ବୁଡାଇ ରଖାଯାଏ ଓ ତା’ପରେ ଜମିରେ ଲଗାଯାଏ ।
ସାର ପ୍ରୟୋଗ: ଆଖୁ ଲଗାଇବା ସମୟରେ ସିଆର କରି ୪ ଟନ୍ ଗୋବର ଖତ ଏକତ ପ୍ରତି ପ୍ରୟୋଗ କରନ୍ତୁ । ଅନୁମୋଦିତ ସାର ହିସାବରେ ଏକରକୁ ୧୦୦ କିଗ୍ରା ଯବକ୍ଷାରଜାନ, ୪୦ କିଗ୍ରା ଫସଫରସ, ୩୨ କିଗ୍ରା ପଟାସ ସାର ଦରକାର ହୁଏ । ମଞ୍ଜି ଆଖୁ ଲଗାଇବା ସମୟରେ ୮୭ କିଗ୍ରା ଡିଏପି ଓ ୮ କିଗ୍ରା ରନରନିା ପଟାସ ପ୍ରୟୋଗ କରାଯାଏ । ଅବଶିଷ୍ଟ ଯବକ୍ଷାରଜାନୟୁରିଆ ଆକାରରେ ୬୧ କିଗ୍ରା ହିସାବରେ ମଞ୍ଜିଆଖୁ ଲଗାଇବାର ୩୦, ୬୦ ଓ ୯୦ ଦିନରେ ପ୍ରତି ଥର ପ୍ରୟୋଗ କରାଯାଏ ଓ ମାଟି ଯୋଡାଇ ଦିଆଯାଏ ।ୟୁରିଆ ସାରରୁ ଅଧିକ ସୁଫଳ ପାଇବା ପାଇଁ ୧୦୦ କିଗ୍ରାୟୁରିଆରେ ୨୦ କିଗ୍ରା ଶୁଖିଲା ନିମ୍ବ ପିଡିଆ ମିଶାଇ ୧୨ ଘଣ୍ଟା ପରେ ଜମିରେ ପ୍ରୟୋଗ କଲେ ଯବକ୍ଷାରଜାନ ନଷ୍ଟ ହୁଏନା ।
ରୋଗ ପୋକ ପରିଚାଳନା:
୧. ଆଖୁ ଖଣ୍ଡ ଲଗାଇବାର ୩୫-୪୦ ଦିନ ପରେ ଏକର ପ୍ରତି ୨ ଲିଟର କ୍ଲୋରୋସାନ ୨୦% ଇସି ନାଳିରେ ସିଞ୍ଚନ କଲେ ସଅଳ କାଣ୍ଡବିନ୍ଧା ପୋକର ନିରାକରଣ ହୁଏ ।
୨. ଜୁନ ମାସ ଶେଷ ସପ୍ତାହରେ ଏକର ପ୍ରତି କାରବୋସାନ ୧୩ କିଗ୍ରା ବାଲିସହ ମିଶାଇ ଆଖୁମୂଳରେ ପ୍ରୟୋଗ କଲେ ଅଗବିନ୍ଧା ପୋକ ଦମନ ହୁଏ ।
୩. ଏକର ପ୍ରତି କାରବୋସାନ ୧୩ କିଗ୍ରା ପ୍ରୟୋଗ କଲେ ଧବଳ ଭୃଙ୍ଗ ନିୟନ୍ତ୍ରଣ ହୁଏ ।