Odisha news

ସଫଳତାର ପୁଞ୍ଜି : ମଣିଷର ଅହଂକାର ଆଣିଥାଏ ତାର ସଫଳତା ରେ ବାଧା

0

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ସଫଳତା ଲାଭ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଥାଆନ୍ତି, କିନ୍ତୁ ବେଳେବେଳେ ମଣିଷର ନିଜସ୍ୱ କେତୋଟି ଖରାପ ଗୁଣ ତାକୁ ସଫଳ ହେବାକୁ ଦେଇ ନଥାଏ l ସେହିସବୁ ଖରାପ ଗୁଣ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଅହଂକାର l ଅହଂକାର ହେଉଛି ମଣିଷର ବଡ଼ ଶତ୍ରୁ, ଯାହା ମଣିଷ ର ସଫଳତା ରେ ଗୋଟିଏ ବଡ଼ ଅସୁବିଧା ହୋଇ ଠିଆ ହୋଇଥାଏ l ଆସନ୍ତୁ ଆଜି ଜାଣିବା ମଣିଷର କେଉଁସବୁ ଗୁଣ କୁ ତାର ଅହଂକାର ବୋଲି କୁହାଯାଇ ଥାଏ l

– ସଫଳତା ଲାଭ କରିବା ପାଇଁ ମଣିଷ ମଧ୍ୟରେ ଆତ୍ମବିଶ୍ୱାସ ରହିବ ନିହାତି ଜରୁରୀ ଅଟେ l କିନ୍ତୁ ଅନେକ ସମୟରେ ଏହି ଆତ୍ମ ବିଶ୍ୱାସ ଅହଂକାର ର ରୂପ ନେଇଯାଏ l ଅହଂକାରୀ ଲୋକ ନିକଟରେ ରହିବାକୁ କେହି ପସନ୍ଦ କରନ୍ତିନାହିଁ l ସମସ୍ତେ ଅହଂକାରୀ ଲୋକଙ୍କ ନିକଟରୁ ଦୂରେଇ ରହିବା ପାଇଁ ପସନ୍ଦ କରନ୍ତି l

– ଅହଂକାରୀ ବ୍ୟକ୍ତି ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଇଛା କରିଥାଏ, ଯେଉଁ କାରଣରୁ ସେ ଅନେକ ସମୟରେ କିଛି ଅଧିକ ଭଲ କରିବା ଚକର ରେ ପଡି ନିଜ କାର୍ଯ୍ୟରେ ଅସଫଳ ହୋଇଥାଏ l

– ଅହଂକାରୀ ଲୋକ ନିଜ କାମରେ କମ ଧ୍ୟାନ ଦେଇଥାଏ ଓ ନିଜ ଅହଂକାର କାରଣରୁ ସେ ସବୁବେଳେ ଅସୁବିଧାର ସମୁଖୀନ ହୋଇଥାଏ l  ଅହଂକାରୀ ଲୋକ ସହିତ କେହି ବିଶେଷ ଭାବରେ ବନ୍ଧୁତା କରିବାକୁ ଚେଷ୍ଟା କରି ଥାଆନ୍ତି l

– ଯେଉଁ ବ୍ୟକ୍ତି ଅହଂକାରୀ ହୋଇଥାଏ, ସେହି ବ୍ୟକ୍ତି ଭାବିଥାଏ ଯେ ତାକୁ ସବୁ ଆସୁଛି ଓ ସେ ଅନ୍ୟ ର ଦୋଷ ଦୁର୍ବଳତାକୁ ସବୁବେଳେ ବଖାଣି ବସିଥାଏ l ଯାହାକି ତାର ଅଧପତନ ର କାରଣ ହୋଇଥାଏ l

– ଯେଉଁ ବ୍ୟକ୍ତି ମଧ୍ୟରେ ଅହଂକାର ଭରି ରହିଥାଏ ସେ ଅନ୍ୟର କଥାକୁ ସବୁବେଳେ ଭୁଲ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥାଏ l ଏହାଛଡା ନିଜ ଖରାପ ଗୁଣ କୁ ଲୁଚାଇବା ପାଇଁ ଅନ୍ୟର ଆଲୋଚନା କରେ l  ଯାହାକି ତାର ସଫଳତାରେ ବଡ଼ ବାଧା ସୃଷ୍ଟି କରେ l

– ଅହଂକାରୀ ବ୍ୟକ୍ତି ସବୁବେଳେ ନିଜ କଥାକୁ ଠିକ ପ୍ରମାଣିତ କରିବା ପାଇଁ ଚିତ୍କାର ଛାଡି କଥା କହିଥାଏ ଓ ଅନ୍ୟକୁ ଭୁଲ ପ୍ରମାଣିତ କରିଥାଏ l ସେ ନିଜର ଭୁଲ କଥାକୁ ଠିକ ପ୍ରମାଣିତ କରିବା ପାଇଁ କଦାପି ପଛାଇ ନଥାଏ l  ଯାହାକି ତାର ସଫଳତାରେ ବଡ଼ ପ୍ରତିବନ୍ଧକ ଆଣିଥାଏ l

– ଏଭଳି ବ୍ୟକ୍ତିଙ୍କ ନିକଟରେ ସହାନୁଭୂତି ଦେଖିବାକୁ ମିଳି ନଥାଏ l ଏମାନେ ଭାବି ଥାଆନ୍ତି ଯେ ଆମେ ଯାହାବି କହୁଚୁ ତାହା ସମ୍ପୂର୍ଣ ଠିକ ଅଟେ l  ଯେଉଁ କାରଣରୁ ସବୁବେଳେ ଅସୁବିଧାର ସମୁଖୀନ ହୁଅନ୍ତି l

Leave A Reply