Odisha news

ଆଜି ହେଉଛି ୱାର୍ଲଡ ଲିଭର ଡେ : ଲିଭରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହିସବୁ ନିୟମ

0

ଲିଭର ଶରୀରର ଗୋଟିଏ ମହତ୍ଵପୁର୍ଣ ଅଙ୍ଗ ଅଟେ, ଖାଦ୍ୟ ହଜମ କରିବାରେ ଲିଭର ର ଅନେକ ଗୁରୁତ୍ୱପୂର୍ଣ ଭୂମିକା ରହିଛି l ଦୂଷିତ ଖାଦ୍ୟ, ଜଙ୍କ ଫୁଡ, ମଦ୍ୟ ପାନ ଭଳି ଖରାପ ଅଭ୍ୟାସର ପ୍ରଭାବ ଶରୀର ଉପରେ ପଡିଥାଏ l ଯେଭଳି ଭାବରେ ଖରାପ ଜୀବନଶୈଳୀ ର ପ୍ରଭାବ ଶରୀର ଉପରେ ପଡି ଓଜନ ବୃଦ୍ଧି ର କାରଣ ହୋଇଥାଏ, ସେହିଭଳି ଭାବରେ ମଧ୍ୟ ଲିଭର ଉପରେ ମଧ୍ୟ ଫ୍ୟାଟ ଜମିବାକୁ ଲାଗିଥାଏ l  ଏହାକୁ ଫ୍ୟାଟି ଲିଭର ବୋଲି କୁହାଯାଇ ଥାଏ l

କିନ୍ତୁ ଫ୍ୟାଟି ଲିଭର ସମସ୍ୟା କୌଣସି ସାଧାରଣ ସମସ୍ୟା ନୁହେଁ, ଏହା ଆମକୁ ସନ୍ଦେଶ ଦେଇଥାଏ ଯେ ଲିଭର ରୋଗରେ ଆକ୍ରାନ୍ତ ହେଉଛି l  ଅପ୍ରେଲ ୧୯ ତାରିଖ ଦିନଟିକୁ ୱାର୍ଲଡ ଲିଭର ଡେ ଭାବରେ ପାଳନ କରାଯାଇ ଥାଏ l ଆସନ୍ତୁ ଆଜିର ଦିନରେ ଜାଣିବା ଲିଭର ବିଷୟରେ କିଛି ଗୁରୁତ୍ୱପୂର୍ଣ କଥା l

ଫ୍ୟାଟି ଲିଭର ର ଲକ୍ଷଣ –
– ପେଟରେ ଅସହ୍ୟ ଯନ୍ତ୍ରଣା ହେବl ଫ୍ୟାଟି ଲିଭର ର ପ୍ରାରମ୍ଭିକ ଲକ୍ଷଣ ଅଟେ l ଯେଉଁ ସ୍ଥାନରେ ଲିଭର ଥାଏ ସେହି ସ୍ଥାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ l
– ଖାଦ୍ୟ ନଖାଇଲେ ମଧ୍ୟ ପ୍ରତ୍ୟେକ ସମୟରେ ଲାଗିଥାଏ ପେଟ ଯେପରି ପୁରି ରହିଛି ଅର୍ଥାତ ଭୋକ ହୋଇ ନଥାଏ l କୌଣସି ଜିନିଷ ଖାଇବାକୁ ଇଛା ହୋଇ ନଥାଏ l
– ଅନେକ ସମୟରେ ଲିଭର ମଧ୍ୟ ଫୁଲି ଯାଇଥାଏ ଓ ବାନ୍ତି ମଧ୍ୟ ଲାଗିଥାଏ l ଏହାଛଡା ଦୁର୍ବଳ ମଧ୍ୟ ଲାଗିଥାଏ ଓ ଥକା ଲାଗେ l
– ମଳ ରେ ପରିବର୍ତନ ଦେଖା ଦେଇଥାଏ ଓ ବିଶେଷ ଭାବରେ ବ୍ଲାକ ସ୍ଟୁଲ ସମସ୍ୟା ଦେଖା ଯାଇଥାଏ l
– ଯେତେବେଳେ ଲିଭର ଠିକ ଭାବରେ କାର୍ଯ୍ୟ କରି ନଥାଏ, ସେତେବେଳେ ଜଣ୍ଡିସ ର ସମୁଖୀନ ହେବାକୁ ପଡିଥାଏ l

ଏହିସବୁ କାରଣରୁ ହୋଇଥାଏ ଫ୍ୟାଟି ଲିଭର ସମସ୍ୟା –
–  ଯେଉଁ ବ୍ୟକ୍ତିମାନେ ଅତ୍ୟଧିକ ମେଦ ବହୁଳତାର ଶିକାର ହୋଇ ଥାଆନ୍ତି ସେମାନଙ୍କ ନିକଟରେ ଫ୍ୟାଟି ଲିଭର ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ l

– ଟାଇପ 2 ମଧୁମେହ ରୋଗୀମାନେ ଅଧିକ ଫ୍ୟାଟି ଲିଭର ସମସ୍ୟାରେ ପୀଡିତ ହୋଇ ଥାଆନ୍ତି l

– ଥାଇରଏଡ ରୋଗୀମାନେ ଅଧିକ ଫ୍ୟାଟି ଲିଭର ସମସ୍ୟାରେ ପୀଡିତ ହେବାର ସମ୍ଭାବନା ରହିଥାଏ l

– ଉଚ୍ଚ ରକ୍ତଚାପ ଓ ହାଇ କୋଲେଷ୍ଟ୍ରଲ ସମସ୍ୟା ରହିଥିଲେ ଫ୍ୟାଟି ଲିଭର ସମସ୍ୟା ଦେଖିବାକୁ ମିଳିଥାଏ l

ଏହିଭଳି ଭାବରେ ସୁସ୍ଥ ରଖନ୍ତୁ ଲିଭର କୁ –

– ଫ୍ୟାଟି ଲିଭର ସମସ୍ୟାକୁ ଠିକ କରିବା ପାଇଁ ଆପଣ ଖରାପ ଲାଇଫ ଷ୍ଟାଇଲ କୁ ତ୍ୟାଗ କରିବା ଆବଶ୍ୟକ l

– ନିଜର ଓଜନ ନିୟନ୍ତ୍ରଣ କରିବା ନିହାତି ଜରୁରୀ ଅଟେ l

– ଜଙ୍କ ଫୁଡ ପରିବର୍ତେ ବିଭିନ୍ନ ପନିପରିବା ଓ ଫଳମୂଳ ସେବନ କରିବା ଆବଶ୍ୟକ l

– ନିୟମିତ ଯୋଗାସନ, ବ୍ୟାୟାମ ଓ ୱାକ କରିବା ଆବଶ୍ୟକ ଯାହାଦ୍ୱାରା ଆପଣ ନିଜକୁ ଫିଟ ରଖି ପାରୁଥିବେ l

– ମଦ୍ୟ ପାନ, ନିଶା ସେବନ ଠାରୁ ଦୁରେଇ ରୁହନ୍ତୁ ଓ ସାକାହାରୀ ଭୋଜନ ଗ୍ରହଣ କରିବା ଜରୁରୀ l

Leave A Reply