Odisha news

ସଫଳତାର ପୁଞ୍ଜି : ଲାଭ ଓ ଲୋଭ ଭାବନା ରେ ମିଳି ନଥାଏ ସଫଳତା, ଜୀବନ ରେ ନିଜର ଲକ୍ଷ ସ୍ଥିର କରିବା ଆବଶ୍ୟକ

0

ସଫଳତାର ପୁଞ୍ଜି ଜୀବନ ର ସଠିକ ମାର୍ଗ ଆମକୁ ପ୍ରଦର୍ଶିତ କରିଥାଏ l  ଯାହାଦ୍ୱାରା ଆମେ ଜୀବନ ରେ ଠିକ ରାସ୍ତାରେ ଆଗକୁ ଯାଇଥାଉ ଓ ନିଜ ଲକ୍ଷରେ ପହଂଚି ଥାଉ l  ସେହିଭଳି ଆଜିର ସଫଳତାର ପୁଞ୍ଜି ବିଶେଷ ଭାବରେ ବିନା ଲାଭ ଓ ଲୋଭ ରେ କିଭଳି ସଫଳ ହୋଇ ପାରିବା ତାହା ଶିଖାଉଚି l

– ଲାଭ ଓ ଲୋଭ ର ମୋହରେ କଦାପି ପଡିବ ଉଚିତ ନୁହେଁ l ସର୍ବ ପ୍ରଥମ ଏହି କଥାକୁ ବୁଝିବା ଜରୁରୀ ଅଟେ କି ଲାଭ ଓ ଲୋଭ ରେ ପଡି କଦାପି ଆପଣ ନିଜ ଲକ୍ଷରେ ପହଂଚି ପାରିବେ ନାହିଁ  l ଲାଭ ର ଇଚ୍ଛା ରୁ ସବୁବେଳେ ମଣିଷ ନିଜ ଲକ୍ଷରୁ ବ୍ୟତିକ୍ରମ ହୋଇଯାଇ ଥାଏ ଓ ଲୋଭ ଆପଣଙ୍କୁ ନିଜ ଲୋକଙ୍କ ନିକଟରୁ ଦୂରେଇ ନେଇଥାଏ l

– ଲକ୍ଷର ମହତ୍ୱ କୁ ବୁଝନ୍ତୁ : ଲକ୍ଷ ନିର୍ଧାରିତ କରିବା ପାଇଁ ସବୁଠୁ ପ୍ରଥମେ ନିଜ ଲକ୍ଷକୁ ବୁଝନ୍ତୁ l ଏଭଳି ଲକ୍ଷ କୁ ନିର୍ଧାରିତ କରିବା ପାଇଁ ସବୁଠୁ ପ୍ରଥମେ ନିଜ ଲକ୍ଷକୁ ଠିକ ଭାବରେ ବୁଝନ୍ତୁ l  ଏଭଳି ଲକ୍ଷ ସ୍ଥିର କରନ୍ତୁ ଯାହା ଆପଣଙ୍କୁ ସଫଲତ ଆଡକୁ ପ୍ରେରିତ କରିବ l ତେଣୁ ନିଜକୁ ନିଜେ ପ୍ରଶ୍ନ କରନ୍ତୁ ଯେ ଯେଉଁ ଲକ୍ଷ ଆପଣ ସ୍ଥିର କରିଛନ୍ତି ତାହା ଆପଣଙ୍କ ପାଇଁ କଣ ଜରୁରୀ l

– ନିଜକୁ କଦାପି ଅନ୍ୟ ସହିତ ତୁଳନା କରନ୍ତୁ ନାହିଁ : କେବେବି ଲକ୍ଷ ନିର୍ଧାରଣ କରିବା ସମୟରେ ନିଜର ପରିଜନ, ସମ୍ପର୍କୀୟ, ପଡୋଶୀ କିମ୍ବା ମିତ୍ରଙ୍କୁ ଦେଖି ତାଙ୍କ ସହିତ ନିଜକୁ ତୁଳନା କରି ଲକ୍ଷ ବନାନ୍ତୁ  ନାହିଁ l ଆପଣ ନିଜ ଲକ୍ଷକୁ ସେତେବେଳେ ହାସଲ କରିପାରିବେ ଯେତେବେଳେ ଆପଣ ନିଜ ଆଦର୍ଶ ଅନୁସାରେ ଜୀବନ ର ଲକ୍ଷ ରଖୁଛନ୍ତି l

– ନିଜ ଲାଭ ପାଇଁ ଲକ୍ଷ ରଖନ୍ତୁ ନାହିଁ : ନିଜ ଜୀବନ ର ଲକ୍ଷ ଏଭଳି ରଖନ୍ତୁ ଯେଭଳି କି ନିଜ ସହିତ ସାରା ସଂସାର ର କଲ୍ୟାଣ ହେବ l ଯଦି ଆପଣ ନିଜ ଲକ୍ଷ କୁ ନିଜ ଲାଭ ସହିତ ସୀମିତ ରଖିବେ ତେବେ ଆପଣଙ୍କ ଲକ୍ଷ ଦୁର୍ବଳ ହୋଇଯିବ l

– ଧର୍ଯ୍ୟ ସହିତ କାମ କରନ୍ତୁ : ଯେ କୌଣସି ବ୍ୟକ୍ତି ନିଜ ଜୀବନ ର ଲକ୍ଷ ସ୍ଥିର କରୁଛି ସେ କଦାପି ତରବରିଆ ଭାବରେ ସ୍ଥିର କରିବା ଉଚିତ ନୁହେଁ l ବରଂ ମନ, ବୁଦ୍ଧି ଓ ବ୍ୟବହାର ଦ୍ୱାରା ଯେତେବେଳେ ପର୍ଯ୍ୟନ୍ତ ପ୍ରାପ୍ତି ହୋଇ ନଯିବ l  ଆଉ ସବୁବେଳେ ନିଜ ଲକ୍ଷରେ ସ୍ଥିର ରୁହନ୍ତୁ l

– କିପରି ହେବା ଜରୁରୀ ଜୀବନ ର ଲକ୍ଷ : ଲକ୍ଷ ଏଭଳି ହେବ ଆବଶ୍ୟକ ଯେଉଁଥିରେ ପାଇବା ସହିତ ଦେବାର ଭାବ ରହିବl ଜରୁରୀ l  ସେଥିପାଇଁ ଲକ୍ଷ ଏଭଳି ରଖନ୍ତୁ ଯେଉଁଥିରେ ଆପଣଙ୍କ ପରିବାର, ସମାଜ ଓ ନିଜେ ସାମିଲ ରହି ପାରିବେ l

Nalco
Leave A Reply