ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ଯଦି ଜୀବନରେ ସଫଳତା ହାସଲ କରିବାର ଅଛି କିଛିଟା କଥାକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଜୀବନର ସଫଳତା କିଛିଟା ବିଶେଷ ଗୁଣ ଉପରେ ନିର୍ଭର କରିଥାଏ । ଏହି ଗୁଣ ଆପଣଙ୍କ ପ୍ରତିଭାରେ ପରି ପ୍ରକାଶ ଘଟାଇ ଥାଏ ।
– ଶାସ୍ତ୍ର ଅନୁସାରେ ମଣିଷ ସର୍ବଦା ନିଜର ବାଣୀ ରେ ଧ୍ୟାନ ଦେବା ଆବଶ୍ୟକ । ବାଣୀ ରେ ଏପରି ମଧୁରତା ରହିବା ଉଚିତ୍ ଯାହାକୁ ଶୁଣିବା ଲୋକ ଆନନ୍ଦିତ ହେବ । ଯଦି ବ୍ୟକ୍ତିର ବାଣୀ ମଧୁର ହୋଇଥାଏ ତେବେ ଶୁଣିବା ଲୋକ ତାହାକୁ ଗୁରୁତ୍ଵ ଦେଇଥାଏ । ମଧୁର ବଚନ କହୁଥିବା ଲୋକ ମାନଙ୍କୁ ସର୍ବଦା ଅନ୍ୟମାନଙ୍କର ସହଯୋଗ ଓ ସହାନୁଭୂତି ମିଳିଥାଏ ।
– ଶାସ୍ତ୍ର ଅନୁସାରେ ବ୍ୟକ୍ତିର ବିନମ୍ର ସ୍ଵଭାବ ତାର ସଫଳତା ପାଇଁ ବିଶେଷ ଭୂମିକା ଗ୍ରହଣ କରିଥାଏ । ସବୁବେଳେ ସ୍ଵଭାବ ରେ ବିନମ୍ର ଭାବ ରହିବା ଆବଶ୍ୟକ । ବିନମ୍ର ବ୍ୟକ୍ତି ସମସ୍ତଙ୍କର ପ୍ରିୟ ହୋଇଥାଏ । ବିନମ୍ର ସ୍ଵଭାବ ଜୀବନରେ ଉନ୍ନତି ଆଣିଥାଏ । ତେଣୁ ବ୍ୟକ୍ତିକୁ ସବୁବେଳେ ନିଜର ସ୍ଵଭାବ କୁ ମାର୍ଜିତ କରି ଜୀବନରେ ସଫଳତା ହାସଲ କରିବା ଆବଶ୍ୟକ ।