ନୀତି ଶାସ୍ତ୍ରରେ ଆମ ଜୀବନର ବିଭିନ ଅସୁବିଧାର ସମାଧାନର ବାଟ ରହିଛି l ମଣିଷ ସବୁବେଳେ ପରିସ୍ଥିତି ଦେଖି ସଠିକ ପଦକ୍ଷେପ ନେବା ଆବଶ୍ୟକ l ମଣିଷ ସଠିକ ସମୟରେ ସଠିକ ନିଷ୍ପତି ନେବା ହିଁ ହେଉଛି ଗୋଟିଏ ଠିକ ମାନବିକତାର ପରିଚୟ l ଜୀବନରେ ଏମିତି କିଛି କଥାକୁ ଜାଣି ରଖିବା ଆବଶ୍ୟକ ଯାହା ଆମ ଜୀବନକୁ ବଦଳାଇ ଦେଇଥାଏ l
– ନିଆଁରେ ଘିଅ ପକେଇବା ଠିକ ନୁହେଁ , ସେହିଭଳି କ୍ରୋଧୀ ବ୍ୟକ୍ତିକୁ ଅଧିକ କ୍ରୋଧ ଦେବା ଉଚିତ ନୁହେଁ l
– ମନୁଷ୍ୟର ବାଣୀ ବିଷ ଓ ଅମୃତ ସମାନ ଅଟେ l ଦୁଷ୍ଟ ବ୍ୟକ୍ତି ସହ ମିତ୍ରତା ଅପେକ୍ଷା ଶତ୍ରୁ ସହିତ ମିତ୍ରତା ଭଲ ଅଟେ l
– ଦୁଗ୍ଧ ପାଇଁ ହାତୀ ପାଳିବା ଆବଶ୍ୟକ ନୁହେଁ l ଆବଶ୍ୟକତା ଅନୁସରେ ସାଧନ ଯୋଗାଡ଼ କରିବା ଆବଶ୍ୟକ , ଅସୁବିଧାକୁ ପାହାଡ଼ ଭାବି ଚିନ୍ତା କରିବା ଉଚିତ ନୁହେଁ l
– ଅସୁବିଧା ସମୟ ପାଇଁ ଧନ ରଖିବା ଆବଶ୍ୟକ l ଧନ ହିଁ ଅସୁବିଧା ସମୟରେ ସଠିକ ମିତ୍ରତା ହୋଇଥାଏ l
– ସୁଖର ଆଧାର ଧର୍ମ ଅଟେ , ଧର୍ମର ଆଧାର ଅର୍ଥ ଅଟେ l ଅର୍ଥ ର ଆଧାର ରାଜ୍ୟ ଅଟେ l ରାଜ୍ୟର ଆଧାର ନିଜ ଇନ୍ଦ୍ରିୟକୁ ସଂଯମ କରିବା l
– ଯେଉଁ ବ୍ୟକ୍ତି ମିଛ କହିଥାଏ ସେ ଦିନେ ନା ଦିନେ ଅସୁବିଧାରେ ପଡିଥାଏ l କାରଣ ଗୋଟିଏ ମିଛକୁ ଲୁଚାଇବା ପାଇଁ ତାକୁ ହଜାରେ ମିଛ କହିବାକୁ ପଡିଥାଏ l
– ଯେଉଁଠାରେ ଲକ୍ଷ୍ମୀ ବାସ କରନ୍ତି ସେଠାକୁ ସୁଖ ସମୃଦ୍ଧି ଆପେ ଆପେ ଆସିଥାଏ l
– ସବୁବେଳେ ନିଜ କର୍ତବ୍ୟକୁ ମନଯୋଗ ଦେଇ କରନ୍ତୁ l କାରଣ କର୍ମ ହିଁ ଭଗବାନ l
Comments are closed.