ଏହି ଦିବସର ମୁଖ୍ୟ ଉଦେ୍ଦଶ୍ୟହେଲା ଅନ୍ତରାଷ୍ଟ୍ରୀୟ ଅପରାଧିକ ନ୍ୟାୟଏବଂ ନ୍ୟାୟାଳୟ ବିଷୟରେ ଜନ ସଚେତନତା ଜାଗ୍ରତ କରେଇବା । ଶହେକୋଡିଏ ଦେଶର ପ୍ରତିନିଧି ରୋମ୍ ସହରରେ ଏକ ସାଧାରଣ ଆନ୍ତର୍ଜାତୀୟ ନ୍ୟାୟ ନିୟମ ଯାହାକୁ “ରୋମ୍ ଷ୍ଟାଚୁ୍ୟର୍” କୁହାଯାଏ, ସେଥିରେ ୧୯୯୮ ମସିହା ଜୁଲାଇ ୧୭ ତାରିଖରେ ହସ୍ତାକ୍ଷର କରିବା ପରଠାରୁଏହି ଦିବସ ପାଳିତ ହୋଇଆସୁଛି । ସତରେ କ’ଣ ଏହି ଦିବସ ପାଳନ କରିବାରେ ଆମକୁବିଶ୍ୱରେ ନ୍ୟାୟ ମିଳିଯାଉଛି! ତା’ ନୁହେଁ କିନ୍ତୁ ଅନ୍ତରାଷ୍ଟ୍ରୀୟ ଅପରାଧ ପାଇଁ ନ୍ୟାୟର କିଛି ଗୋଟାଏ ବନେ୍ଦାବସ୍ତ ଏବଂ ନ୍ୟାୟାଳୟ ବ୍ୟବସ୍ଥା ଅଛି ବୋଲି ଜାଣିହେଉଛି । ସେଗୁଡିକର ଦକ୍ଷତା ଉପରେ ହଜାର ପ୍ରଶ୍ନ ଚିହ୍ନ ଅଙ୍କା ଯାଇପାରେ, ତଥାପି ଗୋଟିଏ ସଂସ୍ଥା ରହିଛି । ସାଧାରଣଲୋକଙ୍କ ମନରେ ଏ ବିଷୟରେ ଅସୁମାରି ପ୍ରଶ୍ନ ଜନ୍ମନେବା ସ୍ୱଭାବିକ କଥା ।
ଆମେ ଦେଖୁଛେ ଏକାଧିକ ଲୋକଭାରତରୁ ଋଣ ନେଇ ବ୍ୟାଙ୍କଗୁଡିକୁ ଠକି କେମିତି ବିଦେଶରେ ଅୟେସ୍ କରୁଛନ୍ତି! କେବଳ ବ୍ୟାଙ୍କଋଣ ବିଷୟରେ ନୁହେଁ, ଗୁଲସନ୍ ଗୋ୍ରବର୍ ପରି କିଛ ିସିନେ ତାରକା ମାନଙ୍କର ହତ୍ୟାରେ ପରୋକ୍ଷ ପ୍ରତ୍ୟେକ୍ଷ ଭାବରେ ଜଡିତ ଅପରାଧି ଭାରତ ବାହାରକୁ ଲୁଚିକି ପଳେଇଗଲା ପରେ ସେଠାକାର ସ୍ଥାୟୀ ବାସିନ୍ଦା ହୋଇ ଉପଯୁକ୍ତ ଦଣ୍ଡବିଧାନରୁ ବଂଚିତ ରହିବାକୁ ସମର୍ଥ ହେଉଛନ୍ତି । ତେଣୁ ସବୁ ନିୟମ କେବଳ ସାଧାରଣ ନାଗରିକଙ୍କ ପାଇଁ ଲାଗୁ, ବଡବଡ ଲୋକଙ୍କ ପାଇଁ ନ୍ୟାୟର ଦଉଡିଟା ଛୋଟିଆ ହେବାର ଅଗଣିତ ଦୃଷ୍ଟାନ୍ତ ଅତିତରେ ଥିଲା, ଏବେ ବି ଅଛିଏବଂ ଭବିଷ୍ୟତରେ ମଧ୍ୟ ରହିବ ।
ଆମର ସବୁଠାରୁ ପ୍ରିୟ ସରଳ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ତାସ୍କେଂଟ୍ ଯାଇଥିଲେ ପାକିସ୍ତାନ୍ସହ ଯୁଦ୍ଧ ବିରାମ ଘୋଷଣା କରି ଶାନ୍ତି ଚୁକ୍ତି କରିବା ଉଦେ୍ଦଶ୍ୟରେ ଏକ ସୁସ୍ଥ ଶରୀର ନେଇ କିନ୍ତୁ ହଠାତ୍ ଆମେ ଶୁଣିଲେ ଯେ ସେ ମୃତୁ୍ୟ ବରଣ କରିଛନ୍ତି । ସେହି ଘଟଣାର ପ୍ରକୃତ ତଥ୍ୟ ଏପର୍ଯ୍ୟନ୍ତ ସଠିକ୍ ଭାବରେ କେହି ଜାଣନ୍ତିନି । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭାରତପରିକା ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କର ବିଦେଶ ମାଟିରେଏଭଳି ସନେ୍ଦହଜନକ ଅବସ୍ଥାରେ ମୃତୁ୍ୟ ହେବା କ’ଣ ଛୋଟିଆ କଥା!
ଏହି ଦିନରେ ଆମ ଆଖିକୁ ଯେଉଁଟା ଅନ୍ୟାୟ ଦେଖାଯାଉଛି, ତା ବିଷୟରେ ସ୍ୱର ଉତ୍ତୋଳନ କରିଏହି ଦିବସଟିକୁ ପାଳନ କଲେ ଭଲ ହୁଅନ୍ତା ବୋଲି ମୋର ନିଜି ମତ ।ସେ ବିଷୟ ସ୍ଥାନିୟ, ଜାତୀୟ କିମ୍ବା ଆନ୍ତର୍ଜାତୀୟ ବି ହୋଇପାରେ । ଅନ୍ୟାୟ ତ ଅନ୍ୟାୟ, ଯେଉଁଠି ହେଉନା କାହିଁକି । ଦୋଷୀ ତ ଦଣ୍ଡ ପାଇବା ଅନିବାର୍ଯ୍ୟ । ଆମ ରାଇଜରେ ବି ଏମିତି ଅନେକ ଘଟଣା ଆପଣମାନଙ୍କୁ ଆନେ୍ଦାଳିତ କରିଥାଏ ପାରେ, ସେମିତି କେତେ ଘଟିଛି ଏବଂ ନିତିଦିନ ଘଟୁଛି ମଧ୍ୟ । ଅନେକ ନ୍ୟାୟାଳୟର ଦଣ୍ଡାଦେଶ ଆସୁଛି ଯେଉଁଥିରେ ଜନସାଧାରଣ ସନ୍ତୁଷ୍ଟ ନୁହଁନ୍ତି । ଆପଣ ନିଜ କଥା କୁହନ୍ତୁ? ଆପଣଙ୍କ ହିସାବରେ କୁନ୍ଦୁଲି ପିଡିତା କ’ଣ ନ୍ୟାୟ ପାଇଛି? ପିପିଲି ଗଣଦୁଷ୍କର୍ମ ମାମଲାଉପରେ ନ୍ୟାୟଳୟର ବି•ର କ’ଣ ପକ୍ଷପାତ ରହିତ ଉଚିତ୍ ବି•ର ଥିଲା?ମାହାଙ୍ଗା ଡବଲମର୍ଡର୍ ବିଷୟରେ ମୃତକଙ୍କ ପରିବାର ନ୍ୟାୟ ପାଇବା ଆଜିକା ଯୁଗରେ କ’ଣ ସହଜ କଥା? ଏମିତି ରାଜଧାନୀରେ ବି ଅନେକହତ୍ୟାକୁ ଆତ୍ମହତ୍ୟାରୂପ ଦିଆଯାଇ କେସ୍ ରଫାଦଫା କରି ଦିଆଯାଉଛି ।
ତେଣୁ ନ୍ୟାୟ କମି ଏବଂ ଅନ୍ୟାୟର ପରିସିମା ନ୍ୟାୟଠାରୁ ଢେର୍ ଅଧିକ ।ରାଜ୍ୟବାହାରକୁ ଗଲେ ସୁଶାନ୍ତ ସିଂ ରାଜ୍ପୁତ୍ , ତାଙ୍କର ନିଜି ସହାୟିକା ଝିଅର ମାମଲା କଣ ଠିକ୍ ତଦନ୍ତ ହୋଇ ପ୍ରକୃତ ତଥ୍ୟ ପଦାକୁ ଆସିଲା! ଅର୍ଣ୍ଣବ ଗୋସ୍ୱାମୀ ଓ ଉଦ୍ଧବ ଠାକରେ ଝଗଡା ଭିତରେଏସବୁ ଘଟଣାର ପ୍ରମୁଖତା ମିଳେଇ ପାଣି ଫଟକିଗଲା । ପରିବାର ହତାଶ ହୋଇ ଶେଷରେ ଚୁପ୍ ରହିବାକୁ ବାଧ୍ୟ ହେଲେ । ବାଡ ଯଦି ଫସଲ ଖାଇଲା ତେବେ ମାଳି କଣ ବା କରିପାରିବ! ସେମିତି ସୁନନ୍ଦା ପୁଷ୍କରଏବଂଶ୍ରୀଦେବୀ ମୃତୁ୍ୟରହସ୍ୟ କେବେ ବି ଉଜାଗର ହୋଇ ନପାରେ । ଏଥିରେ ବଡବଡ ଲୋକ ସଂସ୍ଲିଷ୍ଟ ଅଛନ୍ତି ଯେତେବେଳେ ନ୍ୟାୟ ପାଇବା କାଠିକର ପାଠ ।
ବେଳେବେଳେ ନ୍ୟାୟଟିକୁ ନ୍ୟାୟାଳୟରୁ କିଣିବାକୁ ପଡେ, ସେଥିପାଇଁ ପୁଞ୍ଜି ଦରକାର । ତେଣୁ ଯାହାହେଲାଣି ତ ହୋଇଗଲା, ଆଉ କଣ ଫେରିବ! ଏମିତି ମନକୁ ବୁଝେଇ ଚୁପ୍•ପ୍ ବସିଗଲେ ଗଲା, କିଏ ଅତିତକୁ ଘାଂଟି ସମୟ ନଷ୍ଟ କରୁଛି!
ପ୍ରକୃତରେ ଏସବୁ ବହୁତ କଷ୍ଟଦାୟକ ।ଏମିତି ଦେଖିବାକୁଗଲେ •ରିଆଡେ ଅନ୍ୟାୟ ।ଏତେଦିନ ଧରି ଆମେ ନଗଡାକୁ ଭୁଲି ଯାଇ ସେମାନଙ୍କୁ ମୁଖ୍ୟଧାରାରୁ ଦୂରରେ ରଖିବାକୁ କଣ ନ୍ୟାୟ କହି ପାରିବା? ସଂଗଠିତ ଉପାୟରେ ଦୁର୍ନିତି କରି ସରକାରି ପାଣ୍ଠି ଚଳୁକରିବା କଣ ଅନ୍ୟାୟ ନୁହେଁ! ଏବେ କରୋନାସମୟରେ ରୋଗୀଙ୍କ ନାଁରେ କୋଟିକୋଟିଟଙ୍କାର ଯେଉଁ ଦୁର୍ନିତି ହୋଇଛି, ସେସବୁ ତଦନ୍ତ ଫଳାଫଳରେ ସତ ବାହାରିବା କଣ ଏତେ ସହଜ! ଅଦୌ ନୁହେଁ ।
ବିଗତ ତାଲାବନ୍ଦି ଦିନମାନଙ୍କରେ ସାଇପଡିଶାରେ ଅନେକହିଂସା ଦେଖିବାକୁ ମିଳିଛି ଏବଂ ଘରୋଇହିଂସାର ମାତ୍ରା ଅନେକ ପରିମାଣରେ ଦିନୁଦିନ ବଢି •ଲିଛି । ତଥାପି ମଣିଷ ନ୍ୟାୟ ଆଶାରେ ପୃଥିବୀରେ ବଂଚିବାର ପ୍ରଚେଷ୍ଟା ଜାରି ରଖିବା ଭିତରେଏପରି ଏକ ଦିନକୁ ବିଶ୍ୱ ନ୍ୟାୟ ଦିବସରୂପରେ ପାଳନ କରି ସାକାରତ୍ମକ ସଂନେ୍ଦଶ ଦେବା ସଙ୍ଗେସଙ୍ଗେ ସମାଜର ମନୋବଳ ମଧ୍ୟ ବୃଦ୍ଧି ହେବାରେ ସହାୟକ ହେଉଛି । ତେଣୁ •ଲନ୍ତୁ ଏହି ଦିନଟିକୁ ପାଳିବା ଏବଂ ନିଜ ଦୃଷ୍ଟିରେ ଆସୁଥିବା କିଛି ଅନ୍ୟାୟ ଘଟଣାକୁ ଉଜାଗର କରି ପିଡିତ ପିଡିତାଙ୍କୁ ନ୍ୟାୟ ମିଳିବା ପାଇଁ ସ୍ୱର ଉତ୍ତୋଳନ କରିବା ।
Comments are closed.