Odisha news

କିପରି ହୋଇଥିଲା ଅଲମ୍ପିକ୍ ର ସୃଷ୍ଟି : ପ୍ରାଚୀନ କାଳରେ ଅଲମ୍ପିକ୍ ସହିତ ଯୋଡି ହୋଇଥିବା ରୋଚକ କଥା

ପ୍ରାଚୀନ କାଳରେ ବିଭିନ୍ନ ଯୋଦ୍ଧା ମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ଆୟୋଜନ କରା ହୋଇଥିଲା । ଆରମ୍ଭରୁ ଏଥିରେ ସୈନ୍ୟ ମାନଙ୍କ ମଧ୍ୟରେ ଦୌଡ, ତୀରନ୍ଦାଜ , କୁସ୍ତି ଇତ୍ୟାଦି ସୈନିକ ମାନଙ୍କର ପ୍ରଶିକ୍ଷଣ ର ଗୋଟିଏ ଅଂଶ ଥିଲା । ପ୍ରଶିକ୍ଷଣ ପରେ ସୈନ୍ୟ ମାନେ କଣ ଶିଖିଲେ ତାହାକୁ ନେଇ ଗୋଟିଏ ପ୍ରତିଯୋଗିତା ଆରମ୍ଭ କରାଯାଉଥିଲା ।
ପ୍ରାଚୀନ କାଳରେ ଗ୍ରୀସ୍ ର ରାଜଧାନୀ ଇଥେନ୍ସ୍ ରେ ଏହି ପ୍ରକାରର ଖେଳ ୧୮୬୯ରେ ଆୟୋଜନ କରାଯାଇଥିଲା । ସେହି ସମୟରେ ଏହି ଖେଳ ଓଲମ୍ପିୟା ପର୍ବତ ଉପରେ ଖେଳା ଯାଇଥିବା କାରଣରୁ ଏହାର ନାମ ଅଲମ୍ପିକ୍ ରଖାଗଲା । ସେହି ସମୟରେ ଏଥିରେ ରାଜ୍ୟ ଓ ସହରର ଖେଳାଳି ଭାଗ ନେଉଥିଲେ ।
ଏହାର ଲୋକ ପ୍ରିୟତାର କାରଣ ଏଥିରୁ ଲକ୍ଷ କରାଯାଇ ପାରିବ । ଏହା କେବଳ କୁସ୍ତି ଓ କସରତ କୁ ନେଇ ସୀମିତ ରଖା ଯାଉଥିଲା । ସେହି ସମୟରେ ବକ୍ସିଂ ଖୁବ୍ ଲୋକପ୍ରିୟ ଖେଳ ଥିଲା । ବିଜୟ ଲାଭ କରିଥିବା ଖେଳାଳିଙ୍କୁ ସେହି ସମୟରେ କବିତା ଜରିଆରେ ପ୍ରଶଂସା କରାଯାଇଥିଲା । ଏମିତିରେ ପ୍ରାଚୀନ ଅଲମ୍ପିକ୍ ଖ୍ରୀଷ୍ଟ ପୂର୍ବ ୭୭୬ ରେ ହୋଇଥିବା ଗଣନା କରାଯାଇଛି । ଶେଷ ଆୟୋଜନ ୩୯୪ ଖ୍ରୀଷ୍ଟାବ୍ଦ ରେ ହୋଇଥିବା ଅନୁମାନ କରାଯାଏ । ଏହାପରେ ରୋମ୍ ସମ୍ରତଙ୍କ ଦ୍ଵାରା ଏହାକୁ ପ୍ରତିବନ୍ଧକ ଲଗା ଯାଇଥିଲା । ଏହାପରେ ଦେଢ଼ଶହ ବର୍ଷ ପର୍ଯ୍ୟନ୍ତ ଏହି ଖେଳକୁ ସମସ୍ତେ ଭୂଲି ଗଲେ ।
ଏହି ଖେଳର ଆଉଥରେ ଆରମ୍ଭ ଊନବିଂଶ ଶତାବ୍ଦୀରେ ଆଉ ଥରେ ଆରମ୍ଭ କରାଗଲା । ଏହାର ଶ୍ରେୟ ଫ୍ରାନ୍ସ ର ଅଭିଯାତ୍ୟ ବର୍ଗ ପୀୟର ଡି କୁବର୍ତନଙ୍କୁ ଯାଉଛି । ଏହି ଖେଳର ଆୟୋଜନ ପଛରେ କୁବର୍ତନ୍ ଙ୍କ ର ୨ଟି ଲକ୍ଷ ଥିଲା । ପ୍ରଥମ ଟି ହେଲା ଖେଳକୁ ନିଜ ଦେଶରେ ଲୋକପ୍ରିୟ କରାଇବା, ଅନ୍ୟଟି ହେଲା ସମସ୍ତ ଦେଶକୁ ଗୋଟିଏ ସୌହର୍ଦ୍ୟ ପୂର୍ଣ୍ଣ ବାତାବରଣ ରେ ଏକାଠି କରିବା । ତାଙ୍କର ଧାରଣା ଥିଲା ଯୁଦ୍ଧକୁ ଏଡ଼ାଇବା ପାଇଁ ଖେଳ ଗୋଟିଏ ଭଲ ମାଧ୍ୟମ । ଏହି ପରିକଳ୍ପନା କୁ ନେଇ ପ୍ରଥମ ଥର ୧୮୯୬ରେ ଆଧୁନିକ ଅଲମ୍ପିକ୍ ଗ୍ରୀସ୍ ର ରାଜଧାନୀ ଏଥେନ୍ସ ରେ ହୋଇଥିଲା । ୧୮୯୬ ପରେ ୧୯୦୦ , ୧୯୦୪ ମଧ୍ୟ ଏତେ ଲୋକପ୍ରିୟ ହୋଇ ନଥିଲା ।
୧୯୩୦ ରେ ବର୍ଲିନ ରେ ଅଲମ୍ପିକ୍ ଖେଳା ଯିବା ବେଳେ ବିଶ୍ବରେ ଏହାର ଚାହିଦା ଦେଖିବାକୁ ମିଳିଥିଲା । ୧୯୫୦ରେ ଅଲମ୍ପିକ୍ ଖେଳ ଯେତେବେଳେ ଆମେରିକା ସୋଭିଏତ ସଂଘ ଆୟୋଜନ କରିବା ଦ୍ୱାରା ଏହାର ଚାହିଦା ଖୁବ୍ ବଢ଼ି ଯାଇଥିଲା ।
ଏମିତିରେ ଦେଖିବାକୁ ଗଲେ ୨୦୦୮ ରେ ବେଜିଂ ଅଲମ୍ପିକ୍ କୁ ସବୁଠୁ ଭଲ ଆୟୋଜନ ଭାବରେ ଗ୍ରହଣ କରାଯାଇଛି । ଭାରତ ଅଲମ୍ପିକ୍ ରେ ପ୍ରଥମ ଥର ୧୯୨୮ରେ ସ୍ଵର୍ଣ୍ଣ ପଦକ ଜିତି ଥିଲା । ବର୍ତ୍ତମାନ୍ ଆଉ ଥରେ ଟୋକିଓ ଅଲମ୍ପିକ୍ ପାଇଁ ବିଶ୍ଵର ସମସ୍ତ ଖେଳାଳି ନିଜ କାର୍ଯ୍ୟ ଦକ୍ଷତା ଦେଖାଇବା ପାଇଁ ପ୍ରସ୍ତୁତ ହୋଇ ଗଲେଣି । କରୋନା କଟକଣା ମଧ୍ୟରେ ଖେଳା ଗଲେ ମଧ୍ୟ ଏହା ଖୁବ୍ ହୃଦୟସ୍ପର୍ଶି ହେବ ବୋଲି ଆଶା କରାଯାଉଛି ।

Comments are closed.