ଶାସ୍ତ୍ର ଅନୁସାରେ ମହାତ୍ମା ମାନେ କହିଛନ୍ତି ଯେ ଭୌତିକ ଜୀବନରେ ଆବଶ୍ୟକତା ଏକ ସାଧନ ଅଟେ l ଧନ ବିନା ବ୍ୟକ୍ତିର ଜୀବନ ଅସୁବିଧା ଓ ଦୁଃଖରେ ଭାରି ଯାଇଥାଏ l କଳିଯୁଗରେ ମାତା ଲକ୍ଷ୍ମୀଙ୍କର ଗୋଟିଏ ବିଶେଷ ସ୍ଥାନ ରହିଛି l ତେଣୁ ପ୍ରତେକ ମଣିଷ ତାଙ୍କର ଆଶୀର୍ବାଦ ପାଇବାକୁ ଇଛା କରି ଥାନ୍ତି l ଆଜିକାଲି ଲୋକମାନଙ୍କର ଅନ୍ୟ କାର୍ଯ୍ୟ ଅପେକ୍ଷା ଧନପ୍ରାପ୍ତି କରିବାର ଇଛା ବଢ଼ିଯାଇଥିବାରୁ ଠିକ ଭୁଲ୍ ର ଚିନ୍ତା କରିବା ସେମାନଙ୍କ ପକ୍ଷରେ କଠିନ ହୋଇ ଯାଉଛି l
ଶାସ୍ତ୍ର ଅନୁସାରେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ମଣିଷ ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ l ଯଦି ତାଙ୍କର ଆଶୀର୍ବାଦ ରୁହେ ତେବେ ବ୍ୟକ୍ତି ସାତ ସମୁଦ୍ରର ଯାତ୍ରା ମଧ୍ୟ କରି ପରେ l କିନ୍ତୁ କିଛିଟା କାର୍ଯ୍ୟକୁ ଦେଖି ମତ ଲକ୍ଷ୍ମୀ ଆଶୀର୍ବାଦ ପ୍ରଦାନ କରିଥାନ୍ତି l ଗୀତାରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ସଫଳତା ଲାଭ କରିବା ପାଇଁ ପରିଶ୍ରମ ହେଉଛି ଗୋଟିଏ ମାର୍ଗ ଯେଉଁ ବ୍ୟକ୍ତି ଜୀବନରେ ପରିଶ୍ରମ କରେ ନାହିଁ ସେ ନିଜର ଲକ୍ଷ୍ୟସ୍ଥଳରେ ପହଁଚି ପରେ ନାହିଁ l
* ଜୀବନରେ ଯଦି ସଫଳତା ହାସଲ କରିବାକୁ ଚାହୁଁଭିଛ ତେବେ ନିଜର ମହତ କାର୍ଯ୍ୟ ଦ୍ୱାରା ଅନ୍ୟକୁ ଆକର୍ଷିତ କରି ପାରିବ ଏବଂ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହୋଇ ପାରିବ l ଏଭଳି ଲୋକ ମାନଙ୍କ ନିକଟରେ କେବେବି ଧନର ଅସୁବିଧା ଦେଖାଯାଏ ନାହିଁ l
* ବିଦ୍ୱାନ ମାନଙ୍କ ମତରେ ଯେଉଁ ବ୍ୟକ୍ତି ନିଜ ଜୀବନରେ ଅନୁଶାସନ ମଧ୍ୟରେ ରୁହେ ନାହିଁ ତାପାଇଁ ସୁଖ ଓ ସମୃଦ୍ଧି କେବଳ ଗୋଟିଏ କଳ୍ପନା ଅଟେ l ଜୀବନରେ ସମସ୍ତ ଲକ୍ଷ ସେତେବେଳେ ହାସଲ ହୋଇ ପାରିବ ଯେତେବେଳେ ବ୍ୟକ୍ତିର ଜୀବନରେ ଅନୁଶାସନ ରହିବ l ଯେଉଁ ବ୍ୟକ୍ତି ଅନୁଶାସନକୁ ପାଳନ କରେ ନାହିଁ ସଫଳତା ତା ନିକଟରୁ କୋଟିକୋଟି ଦୁରକୁ ଚାଲିଯାଏ l
* ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ସବୁବେଳେ ସତ୍ୟର ମାର୍ଗରେ ଯାଇ ସଫଳତା ଲାଭ କରିବା ଉଚିତ l ସଫଳତା ମାର୍ଗରେ ଯାଇ ଯେଉଁ ବ୍ୟକ୍ତି ସବୁକିଛିକୁ ସହି ସଫଳତା ଲାଭ କରେ ତା ପାଇଁ ସଫଳତା ଦୀର୍ଘ ସମୟ ପାଇଁ ରହିଥାଏ ଏବଂ ସେ ଜୀବନରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଏ ନାହିଁ