Odisha news

ଲୋଭର ବଶବର୍ତୀ ହୋଇ ଗୋଟିଏ ଛୋଟ ସାପ ଗିଳି ପାରୁନି କି ଛାଡି ପାରୁନି

0

କେନ୍ଦ୍ରାପଡା-୧୦/୦୫ ଲୋଭର ବଶବର୍ତୀ ହୋଇ ଗୋଟିଏ ଛୋଟ ସାପ ବଡ ବେଙ୍ଗକୁ ଗିଳିବାକୁ ଉଦ୍ୟମ କରି ହଟହଟା ହୋଇଥିବା ଦେଖିବାକୁ ମିଳିଛି । ପ୍ରାକୃତିକ ଖାଦ୍ୟ ଖାଦକ ସାପ ବେଙ୍ଗଙ୍କ ଟଣା ଓଟରା ଦେଖିବା ପାଇଁ ବହୁ ଲୋକ କୈାତୁହଳରେ ରୁଣ୍ଡ ହୋଇଥିଲେ । ରବିବାର ଗରାପୁର ଡାକବଙ୍ଗଳା ନିକଟରେ ବଡ ବେଙ୍ଗକୁ ଛୋଟ ସାପଟି ଧରି ପକାଇ ଥିବାରୁ ବଡ ବେଙ୍ଗଟି କାମୁଡି ଧରିଥିବା ସାପକୁ ଘୋସାରି ଘୋସାରି ନେଉଥିବା ଓ ଲୋଭର ବଶବର୍ତୀ ହୋଇ ସାପଟି ବେଙ୍ଗକୁ ଗିଳି ନପାରି ଟାଣି ନେଇ ଯାଉଥିବା ସ୍ଥାନୀୟ ଅଂଚଳରେ କୋତୁହଳ ସୃଷ୍ଟି କରିଛି ।

Leave A Reply