Odisha news

ସୁବାସ ବୋଷ

0

ଥରେ ଥରେ ମନକୁ ଆସେ ମୁବି ଜଣେ ସାହସୀ ହେବି ଓ ନିଜର ପ୍ରତିଟି ରକ୍ତ ବିନ୍ଦୁ ଦେଶସେବାରେ ନିୟୋଜିତ କରିବି  l ସେହି ଦେଶପ୍ରେମ ମନରେ ଜାଗ୍ରତ ହେଲା ବେଳେ ମନେପଡିଯାଏ ସୁବାସ ଚନ୍ଦ୍ର ବୋଷଙ୍କ ସେହି କଥା ଯିଏ କହିଥିଲେ ତମେ ମତେ ରକ୍ତ ଦିଅ ମୁ ତୁମକୁ ଆଜାଦି ଦେବୀ l ଇଶ୍ୱରଙ୍କ ସେହି ମହାନ ବରଦାନ ବ୍ୟକ୍ତିଙ୍କ ଜନ୍ମ 23 ଜାନୁଆରୀ 1897 ରେ କଟକ ଠାରେ ହେଇଥିଲା l  ତାଙ୍କ ପିତାଙ୍କ ନାମ ଜାନକୀ ନାଥ ଓ ସେ ଜଣେ ପ୍ରସିଦ୍ଧ ଓକିଲ ଥିଲେ l

ତାଙ୍କ ପିତା ଇଂରେଜଙ୍କ ଦମନ ଲୀଳା ବିରୁଦ୍ଧରେ ନିଜର ଉପାଧି “ରାୟବାହାଦୁର ” ଫେରାଇ ଦେଇଥିଲେ  l ସେହି ସମୟରୁ ସୁବାସ ବୋଷଙ୍କର ଇଂରେଜଙ୍କ ପ୍ରତି ବଡ ନକାରାତ୍ମକ ଭାବ ଜାଗ୍ରତ ହୋଇଥିଲା l ସେଦିନଠୁ ସୁବାସ ବୋଷ ସଂକଳ୍ପ କରିଥିଲେ ଇଂରେଜଙ୍କୁ ଭାରତରୁ ବାହାର କରି ନିଶ୍ୱାସ ନେବେ ଓ ସେହି ସଂକଳ୍ପ ନେଇ ରାଷ୍ଟ୍ରାକାମରେ ଆଗେଇ ଚାଲିଲେ l

ସୁବସ ବୋଷ ଆଇ ସି ଏସ ପରୀକ୍ଷାରେ ଉତ୍ତୀର୍ଣ ହୋଇ ମଧ୍ୟ ଚାକିରୀ ଛାଡିଦେଇଥିଲେ l  ସେହିସମୟରେ ତାଙ୍କ ପିତା ତାଙ୍କ ମନୋବଳ ବଢେଇବା ପାଇଁ କହିଥିଲେ ”  ଯଦି ତୁମେ ଦେଶସେବା ପାଇଁ ବାହରିଚ    ଆଗକୁ ଚାଲ ମୁ ତୁମ ସାଙ୍ଗରେ ଅଛି “ l

ଓଡ଼ିଆ ବଜାରରେ ନେତାଜୀଙ୍କ ଘର । ବାପା ଜାନକୀନାଥ ବୋଷ ଓ ମା ପ୍ରଭାବତୀ ଦେବୀଙ୍କ ସମେତ ଭାଇଭଉଣୀଙ୍କ ସହ ନେତାଜୀ ରହୁଥିଲେ । ପ୍ରତିଦିନ ସ୍କୁଲ ଯିବା ଆସିବାରେ କିଛି ସମସ୍ୟା ନଥିଲା । ତଥାପି ସେ ସ୍କୁଲ ହଷ୍ଟେଲରେ ରହୁଥିଲେ । ବିଦ୍ୟାଳୟରେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ । ରେଭେନ୍ସା କଲିଜିଏଟ ସ୍କୁଲ ହଷ୍ଟେଲର ସେହି ୧୧ ନମ୍ବର କୋଠରୀଟି ନେତାଜୀ ପ୍ରକୋଷ୍ଠ ନାମରେ ଏବେ ବି ରହିଛି । ସ୍କୁଲ କର୍ତ୍ତୃପକ୍ଷ ସେହି ପ୍ରକୋଷ୍ଠରେ ନେତାଜୀ ସୁଭାଷଙ୍କ ଫଟୋଚିତ୍ର ରଖିବା ସହିତ ହଷ୍ଟେଲର ଶ୍ରେଷ୍ଠ ଚାରି ଜଣ ଛାତ୍ରଙ୍କୁ ସେଠାରେ ରହିବାର ସୁଯୋଗ ଦିଅନ୍ତି ।

ଖାଲି ସେତିକି ନୁହେଁ, ନେଜାତୀଙ୍କ ନାମରେ ବିଦ୍ୟାଳୟ ପରିସରରେ ନେତାଜୀ ଅଡିଟୋରିୟମ୍ ନାମରେ ଏକ ବିଶାଳ ପ୍ରେକ୍ଷାଳୟ ରହିଛି । ହଷ୍ଟେଲରେ ତାଙ୍କ ନାମରେ ଏକ ସଭାଗୃହ ମଧ୍ୟ ରହିଛି । ବିଦ୍ୟାଳୟ ସମ୍ମୁଖରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ନେତାଜୀଙ୍କ ଜୟନ୍ତୀ ସମେତ ବିଦ୍ୟାଳୟର ସମସ୍ତ ଉତ୍ସବରେ ନେତାଜୀଙ୍କୁ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମ୍ମାନିତ କରାଯାଏ । ବିଦ୍ୟାଳୟ ପକ୍ଷରୁ ପ୍ରତିବର୍ଷ ବାର୍ଷିକ ଉତ୍ସବରେ ନେତାଜୀଙ୍କ ନାମରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଉଛି । ରେଭେନ୍ସା କଲିଜିଏଟ ସ୍କୁଲ ନେତାଜୀଙ୍କୁ ଗଢ଼ିଛି ଓ ନେତାଜୀଙ୍କ ପାଇଁ ରେଭେନ୍ସା କଲିଜିଏଟ ସ୍କୁଲ ଏବେ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି ।

ନେତାଜୀଙ୍କର କଟକ ସହିତ ସମ୍ପର୍କ କେତେ ନିବିଡ଼ ଥିଲା ତାହାର ପ୍ରମାଣ ପ୍ରତିବର୍ଷ ତାଙ୍କ ଜୟନ୍ତୀ ଉତ୍ସବରେ ଦେଖିବାକୁ ମିଳେ । ପଶ୍ଚିମବଙ୍ଗରୁ ବହୁ ନେତାଜୀ ପ୍ରେମୀ ପାଞ୍ଚଶହ କିଲୋମିଟର ଦୂର ଅତିକ୍ରମ କରି କଟକକୁ ଆସନ୍ତି ଓଡ଼ିଆ ବଜାରଠାରେ ନେତାଜୀ ଜୟନ୍ତୀ ପାଳନ କରିବାକୁ । ହେଲେ ଓଡ଼ିଶାରୁ କେହି କେବେ ନେତାଜୀ ଜୟନ୍ତୀ ପାଳନ କରିବାକୁ କଲିକତା ଯିବାର କୌଣସି ପ୍ରମାଣ ନାହିଁ । ପଶ୍ଚିମବଙ୍ଗରୁ ଲୋକେ ଏଠାକୁ ଆସିବା ପ୍ରମାଣିତ କରୁଛି, ନେତାଜୀ କଟକ ଓ ଓଡ଼ିଶାର ବୋଲି ।

କେବଳ କଟକରେ ନୁହେଁ, ପୁରୀରେ ବି ରହିଛି ନେତାଜୀଙ୍କ ପୈତୃକ ଘର । ନେତାଜୀଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ଲୋକମାନେ ଏହାକୁ ମଧ୍ୟ ଏକ ସଂଗ୍ରହାଳୟ କରିବାକୁ ଦାବି କରିଥିଲେ । ହାଇକୋର୍ଟଙ୍କ ରାୟ ପରେ ୨୦୧୩ ମସିହାରେ ପୁରୀ ଜିଲ୍ଲା ପ୍ରଶାସନ ଉକ୍ତ ଘରକୁ ଦଖଲକୁ ନେବା ସହ ପ୍ରତ୍ନତତ୍ତ୍ୱ ବିଭାଗ ସାହାଯ୍ୟରେ ଏହାର ପୁନରୁଦ୍ଧାର କରିଛି । ଏହାକୁ ଏକ ସଂଗ୍ରହାଳୟର ରୂପ ବି ଦିଆଯାଇଛି । ନେତାଜୀଙ୍କ ଜୀବନର ପ୍ରଥମ ୧୬ ବର୍ଷ ଗୁରୁତ୍ୱପୂର୍ଣ୍ଣ କଟକରେ କଟିଥିଲା ।

ପଶ୍ଚିମବଙ୍ଗରେ ଉଚ୍ଚଶିକ୍ଷା ଲାଭ କରିଥିଲେ ବି ପୈତୃକ ଘର, ଜନ୍ମ, ଶୈଶବ ଓ କିଶୋରାବସ୍ଥା କଟକରେ କଟାଇଥିଲେ । ତା ଛଡ଼ା ନିଜ ଜୀବନର ବହୁ ସମୟ ସେ ବିଦେଶରେ କଟାଇଥିବାରୁ କଲିକତାରେ ବି ଅଧିକ ସମୟ ରହି ନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀଙ୍କର ଜାତୀୟ ସଂଗ୍ରାମ ପ୍ରତି ଅବଦାନକୁ ଭୁଲିନାହାଁନ୍ତି । ଏହାକୁ ସ୍ମରଣୀୟ କରି ଏକ ବିଶାଳ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଆୟୋଜନ ମଧ୍ୟ ସେ କରିଛନ୍ତି । ଜଣେ କଟକିଆ ହିସାବରେ ନେତାଜୀଙ୍କୁ ନେଇ ଯେଉଁ ସହର ପରିଚିତ ଏହି ଲେଖକ ନିଜକୁ ଗର୍ବିତ ଅନୁଭବ କରୁଛି ।

Leave A Reply