Odisha news

ଛାତ୍ରୀର ସ୍ୱପ୍ନକୁ ସାକାର କରିବାକୁ ଯାଇ ଶିକ୍ଷକ ବିକଳାଙ୍ଗ ଛାତ୍ରୀଙ୍କୁ ପିଠିରେ ଲଦି ଚଢିଲେ ପାହାଡ ଶୀର୍ଷକୁ : ତାପରେ ….

0

ନୂଆଦିଲ୍ଲୀ : ଅନ୍ୟ କାହାର ସ୍ୱପ୍ନକୁ ନିଜର ସ୍ୱପ୍ନକରି  ତାକୁ ପୁରା କରିବା କୌଣସି ସାଧାରଣ କଥା ନୁହେଁ l କିନ୍ତୁ ଏପରି କରିଛନ୍ତି ଜଣେ ଶିକ୍ଷକ l ସେ ତାଙ୍କ ଛାତ୍ରୀଙ୍କ ଏପରି ଇଛାକୁ ପୂର୍ଣ୍ଣ କରିଛନ୍ତି ଯାହା ତାଙ୍କ ନିଜର ସ୍ୱପ୍ନ ହୋଇ ଯାଇଥିଲା l ଗ୍ରୀସରେ ଏକ ଆଥେଲେଟ ଛାତ୍ରୀଙ୍କର ସ୍ୱପ୍ନକୁ ପୁରା କରିବା ପାଇଁ ଶିକ୍ଷକ ଜଣଙ୍କ ଅବିଶ୍ୱାସନୀୟ କାମ କରିଛନ୍ତି l ଏହି ଶିକ୍ଷକ ଜଣଙ୍କ ମଧ୍ୟ ଜଣେ ଧାବକ ଅଟନ୍ତି l ତାଙ୍କ ଛାତ୍ରୀଙ୍କ ନାମ ହେଉଛି ଏଲି ଫତେରୀଆ ଟୋସିଓ l ସେ ଜଣେ ବିକଳାଙ୍ଗ ଛାତ୍ରୀ ଅଟନ୍ତି l ତାଙ୍କର ସ୍ୱପ୍ନ ଥିଲା ଓଲିମ୍ପୋ ପାହାଡର ଶୀର୍ଷକୁ ଯିବା l ଶିକ୍ଷକ ଜଣଙ୍କ ଛାତ୍ରୀଙ୍କର ଏହି ସ୍ୱପ୍ନକୁ ପୁରା କରିବା ପାଇଁ ନିଜ ପିଠିରେ ଲଦି ପର୍ବତର ଶିଖରକୁ ଯାଇଥିଲେ l

ଶିକ୍ଷକଙ୍କ ନାମ ହେଉଛି ମୋରିଆସ ,ସେ ପୂର୍ବରୁ ମଧ୍ୟ ଏହି ପର୍ବତ ଶିଖରକୁ ଅନେକ ଥର ଯାଇଛନ୍ତି l ଏହି ଛାତ୍ରୀ ଜଣଙ୍କୁ ନେଇକି ଯିବାର ମୁଖ୍ୟ ଉଦେଶ୍ୟ ରହିଥିଲା ତାଙ୍କୁ ଟିକିଏ ଖୁସି ଦେବା ଓ ମୋରିଆସଙ୍କର ମଧ୍ୟ ପର୍ବତ ଶିଖରକୁ ଯିବା ୫୧ ଥର ହୋଇ ଗଲା l ଏହା ଗୋଟିଏ ଗୁରୁର ତାର ଶିଷ୍ୟପରଟି ସମର୍ପଣ ଓ ଶ୍ରଦ୍ଧା କୁହାଯାଉଛି l ମୋରିଆସ ସେପ୍ଟେମ୍ବର ମାସରେ ୨୨ ବର୍ଷୀୟ ଜୀବ ବିଜ୍ଞାନୀ ଛାତ୍ରୀ ଏଲି ଫତେରୀଆ ଟୋସିଓଙ୍କ ସହିତ ସାକ୍ଷାତ ହୋଇଥିଲା l ସେହି ସମୟରେ ଛାତ୍ରୀ ଜଣଙ୍କ କହିଥିଲେ ମୁଁ ବିକଳାଙ୍ଗ ହେଲେ ମଧ୍ୟ ମୋର ସେହି ପାହାଡର ଶୀର୍ଷକୁ ଯିବାକୁ ଇଛା ଅଛି l ସେହି ଦିନ ଠାରୁ ମୋରିଆସ ନିଜ ମନରେ ସ୍ଥିର କଲେ ଛାତ୍ରୀ ଜଣଙ୍କୁ ନେଇ ପର୍ବତ ଶିଖରକୁ ଯିବେ l

ଶିକ୍ଷକ ଜଣଙ୍କ ଇନ୍ଷ୍ଟଗ୍ରାମରେ ଏହି ବିଷୟରେ ଲେଖିଥିଲେ ଏବଂ ଅନେକ ଫୋଟୋ ମଧ୍ୟ ସାୟାର କରିଥିଲେ l ସେ ଲେଖିଥିଲେ ଯେ ଏଲି ଫତେରୀଆ ଟୋସିଓ ଜଣେ ପ୍ରଥମ ମହିଳା ଯିଏ ବିକଳାଙ୍ଗ ହୋଇ ମଧ୍ୟ ମାଉଣ୍ଟ ଅଲିମ୍ପୋର ଶୀର୍ଷରେ ପହଂଚିଛନ୍ତି l ସେ ଏଲି ଫତେରୀଆ ଟୋସିଓ ପିଠିରେ ଲଦି ପାହାଡର ଶିଖରରେ ପହଞ୍ଚି ଥିଲେ ଓ ଛାତ୍ରୀଟିର ସ୍ୱପ୍ନକୁ ସାକାର କରିଥିଲେ l

Leave A Reply