Odisha news

ବୋରିଗୁମ୍ମା : ସରକାରଙ୍କ ନିର୍ଦେଶ କୁ ଆଖିଠାର ,ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜିଲ୍ଲା ବାହାରେ ଘରେ ରହୁଛନ୍ତି ,ବହି ନ ମିଳିବାରୁ ପିଲା ପାଠପଡିବେ କେମିତି

0
ବୋରିଗୁମ୍ମା (K.sakil dora)– କରୋନା ଭାଇରସ ଯୋଗୁଁ ସାରା ଦେଶରେ ଦ୍ଵିତୀୟ ପର୍ଯ୍ୟାୟରେ ୧୯ ଦିନିଆ ଲକ ଡାଉନ ଘୋଷଣା କରାଯାଇଛି। ଦେଶରେ ପ୍ରଥମ ପର୍ଯ୍ୟାୟରେ ଲକ ଡାଉନ ପୂର୍ବରୁ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କଟିଦେଇଥିଲେ। ଏପରିକି ମାଟ୍ରିକ ଖାତା ଦୁଇ ଦିନ ମୂଲ୍ୟାୟନ ଙ୍କ  ପରେ ସ୍ଥଗିତ କରାଯାଇଥିଲା।
କିନ୍ତୁ ସରକାର ଙ୍କ ଗଣ ଶିକ୍ଷା ବିଭାଗ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିଜ ହେଡକ୍ୱାର୍ଟର ରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି।କୋରାପୁଟ ଜିଲ୍ଲା  କୁ ବାହାରୁ ଜିଲ୍ଲାରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଲକ ଡାଉନ ପୂର୍ବରୁ  ନିଜ ଜିଲ୍ଲା କୁ ଛୁ ମାରିଥିବା ଅଭିଯୋଗ ହେଉଛି। ବୋରିଗୁମ୍ମା ବ୍ଲକ ର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ରେ ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବାହାରୁ ଜିଲ୍ଲାରୁ ଆସି ଶିକ୍ଷକତା କରୁଛନ୍ତି। କିନ୍ତୁ ବିଡମ୍ବନା ର ବିଷୟ ବାହାରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ଜିଲ୍ଲା କୁ ଚାଲି ଯାଇଛନ୍ତି।ସରକାର ଇତି ମଧ୍ୟରେ ପାଠ୍ୟ ପୁସ୍ତକ ଛାତ୍ର ଛାତ୍ରୀ ଙ୍କ ଘର କୁ ଯାଇ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପାଠ୍ୟ ପୁସ୍ତକ ବଣ୍ଟନ ସମୟରେ କେବଳ ସ୍ଥାନୀୟ ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଠ୍ୟ ପୁସ୍ତକ ବଣ୍ଟନ କରିଥିବା ନଜିର ରହିଛି। ଏଥିରୁ ସ୍ୱଷ୍ଟ ଯେ ବାହାର ଜିଲ୍ଲା ରୁ ଆସି ବୋରିଗୁମ୍ମା ବ୍ଲକରେ ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କେଉଁ ଅଧିକାରୀ ଙ୍କ ପାଖରୁ ଅନୁମତି ନେଇ ନିଜ ଜିଲ୍ଲା କୁ ଚାଲିଗଲେ।
ନବରଙ୍ଗପୁର ଜିଲାପାଳ ଇତି ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି କି ଯେଉଁ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ହେଡକ୍ୱାର୍ଟର ରେ ରହୁ ନାହାନ୍ତି ତାହାର ତାଲିକା ପ୍ରଦାନ କର। ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ତଦନ୍ତ କରି ଜିଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଅଧିକାଂଶ ବିଦ୍ୟାଳୟ ବ୍ଲକ ହେଡକ୍ୱାର୍ଟର ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରହୁ ନ ଥିବା ଜଣାଯାଇଛି। ତେବେ ଲକ ଡାଉନ ପରେ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ସରକାରୀ ନିୟମ କୁ ଉଲଂଘନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ଜିଲ୍ଲା କୁ ଚାଲି ଯାଇଛନ୍ତି, ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି।
କୋରାପୁଟ ଜିଲାପାଳ ତୁରନ୍ତ ହସ୍ତକ୍ଷେପ କରି ନିଜ ହେଡକ୍ୱାର୍ଟର ରେ ରହୁ ନ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି।ପ୍ରକାଶ ଥାଉକି ସରକାର ଶିକ୍ଷକ ଶିକ୍ଷୟିତ୍ରୀ ନିମନ୍ତେ ଏପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଛୁଟି ଘୋଷଣା କରି ନାହାନ୍ତି। କିନ୍ତୁ ଜୁନ ମାସ ,୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।
Leave A Reply