ବିରିଡି, ୩୦ା୦୪ ; କରୋନା ଭୂତାଣୁ ବ୍ୟାପିବାରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଭଳି ମହତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଲକଡାଉନ ଯୋଗୁଁ ଶ୍ରମିକ ଶେଣୀ୍ରର ବିଶେଷକରି ଦିନ ମଜୁରିଆ ଯେଉଁମାନେ ପ୍ରତିଦିନ ମଜୁରୀ ଲାଗି ଉପାର୍ଜନ ଅର୍ଥରେ ନିଜର ତେଲ ଲୁଣ ସଂସାର ଚଳାଉଥିଲେ ସେମାନଙ୍କ ଉପରେ କରୋନା ପ୍ରଭାବ ପଡିବା ସହ ଆର୍ଥୀକ ସ୍ଥିତି ବିଗିଡିବାରେ ଲାଗିଥିଲା । ଏହାକୁ ଆଖି ଆଗରେ ରଖି ଶ୍ରମକି ମାନଙ୍କ ପାଇଁ ମହାମାô ଗାନ୍ଧି ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦିଆଯାଇଛି । ଏହି ପରିପେକ୍ଷିରେ ବିରିଡି ବ୍ଲକ ହାଜିପୁର ଗ୍ରାମ ପଂଚାୟତର ଜିଆରଏସ ସ୍ମୃତି ରଂଜନ ମହାପାତ୍ରଙ୍କ ତତ୍ୱବଧାନରେ ପ୍ରାୟ ୨୦ ଜଣ ଶ୍ରମିକ ପଂଚାୟତର ବିଭିନ୍ନ ଫାର୍ମ ପଣ୍ଡ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପଂଚାୟତର ଶ୍ରମିକ ମାନେ ଏହି ମାଟି କାମ ପାଇଁ ଭୁଷୁଡି ପଡିଥିବା ନିଜର ଆର୍ଥୀକ ସ୍ଥିତିକୁ ସୁଧାରିବାରେ ସକ୍ଷମ ହେବେ ବୋଲି ନିୟୋଜିତ ଶ୍ରମିକମାନେ କହିଛନ୍ତି । ଏଥିରେ ସାମାଜୀକ ଦୂରତାକୁ କଡାକଡି ପାଳନ କରାଯାଇଥିବା ଜିଆରଏସ କହିଛନ୍ତି ।