Odisha news

ପାଇଖାନା ଟାଙ୍କିରୁ ଷଣ୍ଢ ଉଦ୍ଧାର ଲୋକେ ଭୟଭିତ

0

ବିରିଡି, ୩୦ା୦୪ ; ବିରିଡି ବ୍ଲକ ଅନ୍ତର୍ଗତ ଆମ୍ବୁଲ ସାହିର ଗହର ଅଲ୍ଲୀଙ୍କ ପାଇଖାନା ଟାଙ୍କିରେ ଏକ ବୁଲା ଷଣ୍ଢ ଗଳି ପଡିଥିଲା । ଯାହାକୁ ଖବର ପାଇଁ ଗୁରୁବାର ସକାଳେ ବିରିଡି ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ପହଂଚି ଉଦ୍ଧାର କରିଥିଲେ । ସୂଚନା ଅନୁଯାଇ ଆଖ ପାଖରେ ବୁଲାବୁଲି କରୁଥିବା ଏକ ଷଣ୍ଢ ଗତ କାଲି ବିଳମ୍ବିତ ରାତ୍ରିରେ ଆମ୍ବୁଲ ସାହି ଗହର ଅଲ୍ଲିଙ୍କ ବାରିପଟେ ଥିବା ପାଇଖାନା ଟାଙ୍କିରେ ଗଳି ପଡି ବିକଟାଳ ରାବ କରିବା ସହ ଟାଙ୍କିଟା ଖାଲୁଆ ଥିବାରୁ ବାହାରକୁ ବାହାରି ପରିନଥିଲା । ସକାଳେ ଗାଁ ର ଯୁବକ ଖୁଦରତ ଅଲ୍ଲି ବିରିଡି ଅଗ୍ନିଶମ ବିଭାଗକୁ ଖବର ଦେଇ ଥିଲେ । ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଆସି ପାଇପ ଯୋଗେ ଟାଙ୍କିରେ ପାଣି ଭର୍ତି କରି ଅତି ସହଜରେ ଷଣ୍ଢଟିକୁ ଉଦ୍ଧାର କରିଥିଲେ ।

Leave A Reply