Odisha news

ଗୋପ/ନୟାହାଟ : ପୋଲିସ ତରଫରୁ ଏକ ବଡଧରଣର ତନାଘନା ୧୬୫ ଲିଟର ଦେଶୀ ମଦ ଜବତ କରିବା ସହିତ ଗାଡିକୁ ମଧ୍ୟ ଜବତ , ଅବକାରୀ ବିଭାଗ ଚେଇଁ ଶୋଇଛି

0

ଗୋପ/ନୟାହାଟ,୩୦/୦୪ପୋଲିସର ବାରମ୍ବାର ଚେତାବନୀ ସତ୍ୱେ ସୁଧୁରୁନାହାନ୍ତି ଚୋରା ମଦ ବେପାରୀ । ଗତ ସପ୍ତାହରେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଏହି ଚୋରା ମଦ ବେପାରୀମାନେ ଆକ୍ରମଣ କରିବାରୁ ସେହି ବେପାରୀଙ୍କ ଉପରେ ପୋଲିସ ତରଫରୁ ତନାଘନା କରାଯାଇଥିଲା । ନୟାହାଟ ଅଂଚଳରୁ ଚୋରା ମଦ ବେପାରୀର କିଙ୍ଗପିନ୍ ଗିରଫ ପରେ ପୋଲିସ ଆଶା ରଖିଥିଲା ଯେ, ଆଉ ଚୋରା ମଦ ବେପାର ହେବ ନାହିଁ । କିନ୍ତୁ ଗତ କାଲି ପୁନଃ ବିପୁଳ ପରିମାଣର ଚୋରା ମଦ ଜବତ ହେବା ପରେ ଗୋପ ପୋଲିସର ପୁଣି ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି । ସୂଚନାନୁଯାୟୀ ନୟାହାଟ ଅଂଚଳରେ ଚୋରା ମଦର ବ୍ୟାପକ ବିକ୍ରୀ ହେଉଥିବା ଅଭିଯୋଗ ବାରମ୍ବାର ହୋଇଆସୁଥିଲା ତେଣୁ ପୋଲିସ ତରଫରୁ ଏକ ବଡଧରଣର ତନାଘନା କରିବା ପାଇଁ ଯୋଜନା କରିବା ପରେ ଏବେ ଆସ୍ତେ ଆସ୍ତେ ସମସ୍ତ ବେପାରୀମାନେ ପୋଲିସର କରାୟତ ହେଉଛନ୍ତି । ଗତ କାଲି ରାତି ୩ଟା ସମୟରେ କୋଣାର୍କ ପାଶ୍ୱର୍ରୁ ଏକ ଦେଶୀ ମଦ ବୋଝେଇ ପିକ୍ ଅପ ଭ୍ୟାନ୍ ରେ ବିପୁଳ ପରିମାଣର ମଦ ନୟାହାଟ ଅଂଚଳକୁ ଆସୁଛି ବୋଲି ଖବର ପାଇବା ପରେ ନୟାହାଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସାହୁ ସଦଳେବଳେ ନୟାହାଟ ବଜାରରେ ଲୁଚି ରହିଥିଲେ । ଉକ୍ତ ମଦ ବୋଝେଇ ଗାଡିକୁ ଦେଖିବା ପରେ ତାକୁ ଅଟକେଇବା ସହିତ ଉକ୍ତ ଗାଡିରୁ ସମୁଦାୟ ୧୬୫ ଲିଟର ଦେଶୀ ମଦ ଜବତ କରିବା ସହିତ ଗାଡିକୁ ମଧ୍ୟ ଜବତ କରିଥିଲେ । ଉକ୍ତ ଗାଡିରେ ଥିବା ନୟାହାଟ ଅଂଚଳର ନରସିଂହପୁର ଶାସନ ଗ୍ରାମର ସୁଶାନ୍ତ ନାୟକ ଓ କୋଣାର୍କ କୁରୁଜଙ୍ଗ ଗ୍ରାମର ରଣଜିତ କାଣ୍ଡିଙ୍କୁ ଗୋପ ପୋଲିସ ଗିରଫ କରିବା ପରେ ୧୧୧/୨୦ରେ ଏକ ମାମଲା ରୁଜୁ କରି ତାଙ୍କୁ ୁକୋର୍ଟ ଚାଲାଣ କରିଛନ୍ତି । ବାରମ୍ବାର ପୋଲିସର ରେଡ୍ ହେଉଥିବାରୁ ଏବେ ଗୋପ ସମେତ ଚୋରା ମଦ ବେପାରୀମାନେ ଛାନିଆ ହୋଇଯାଇଛନ୍ତି । ଚୋରା ମଦ ବେପାରୀମାନେ ଅବକାରୀ ବିଭାଗକୁ ହାତ କରି ଏହି ବେପାରକୁ ଆରାମରେ କରୁଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲା । ଅବକାରୀ ବିଭାଗ ଚେଇଁ ଶୋଇବା ପରେ ଏବେ ଗୋପ ପୋଲିସ ଚୋରା ମଦ ବେପାରୀମାନଙ୍କ ଉପରେ ଜବରଦସ୍ତ ରେଡ୍ କରିବାରୁ ଚୋରା ମଦ ବେପାରୀମାନେ ଏବେ ଘର ଛାଡି ରାତିରେ ଗହିର ମାନଙ୍କରେ ରହୁଥିବା ଜଣାପଡିଛି ।

Leave A Reply