Odisha news

ହାଇସ୍କୁଲ୍‌ ଛାତ୍ରୀ ଠାବ କଲେ କ୍ଷୁଦ୍ରଗ୍ରହ

0

ସୁରଟ୍‌  : ଗୁଜରାଟର ସୁରଟ୍‌ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଜଣ ଛାତ୍ରୀ ବୈଦେହୀ ବେକାରିଆ ଓ ରାଧିକା ଲଖାନି ମହାକାଶରେ ଗୋଟିଏ କ୍ଷୁଦ୍ରଗ୍ରହ ଠାବ କରିଛନ୍ତି । ନାସା ଏହାର ନାଁ ଦେଇଛି ଏଚ୍‌ଏଲ୍‌ଭି୨୫୧୪ । କିଛି ବର୍ଷ ମଧ୍ୟରେ ଏହା ପୃଥିବୀ ନିକଟବର୍ତ୍ତୀ ହୋଇ ଗତି କରିବ । ଦୁହେଁ ଦୁଇମାସ ହେବ ଅଲ୍‌ ଇଣ୍ଡିଆ ଆଷ୍ଟ୍ରୋରାଇଡ୍‌ ସର୍ଚ୍ଚ କ୍ୟାମ୍ପେନ୍‌ରେ ଭାଗ ନେଇ କ୍ଷୁଦ୍ରଗ୍ରହର ସନ୍ଧାନ କରିଛନ୍ତି । ଏ କାର୍ଯ୍ୟକ୍ରମ ସ୍ପେସ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ହୋଇଥିଲା । ସେମାନେ ମଙ୍ଗଳ ଗ୍ରହ ନିକଟବର୍ତ୍ତୀ ଏ କ୍ଷୁଦ୍ରଗ୍ରହର ସନ୍ଧାନ ପାଇଛନ୍ତି । ଏହାର ଫଟୋ ଉତ୍ତୋଳନ ପାଇଁ ଦୁହେଁ ପାନୋରାମିକ୍‌ ସର୍ଭେ ଟେଲିସ୍କୋପ୍‌ ଓ ରାପିଡ୍‌ ରେସ୍‌ପନ୍ସ ସିଷ୍ଟମ୍‌ ଟେଲିସ୍କୋପ୍‌ ବ୍ୟବହାର କରିଥିଲେ । ସେମାନେ ମହାକାଶରେ ପ୍ରାୟ ୨୦ଟି ଅବଜେକଫ ଚିହ୍ନଟ କରିଥିଲେ । ନାସା ଦ୍ୱାରା ଏହାର କକ୍ଷ ନିର୍ଦ୍ଧାରିତ ହୋଇଗଲେ ଦୁହିଁଙ୍କୁ କ୍ଷୁଦ୍ରଗ୍ରହର ନାମକରଣ ସୁଯୋଗ ମଧ୍ୟ ମିଳିବ । ଏ ପାଇଁ କିଛି ବର୍ଷ ଲାଗିପାରେ ବୋଲି ବୈଦେହୀ ଓ ରାଧିକା କହିଛନ୍ତି ।

Leave A Reply