Odisha news

ମାଲକାନଗିରି ଜିଲ୍ଲାରେ ୧୦ମ ପାଶ ହାର ୭୭ ପ୍ରତିଶତ : ଏ- ୱାନରେ ୨ଜଣ ଉତ୍ତୀର୍ଣ୍ଣ ହେୀଇ ଜିଲ୍ଲାରେ ଟପର

0
ମାଲକାନଗିରି !ତା:୨୯.୭.୨୦୨୦ : ଆଜି ୧୦ମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି !ମାଲକାନଗିରି ଜିଲ୍ଲାରେ ୧୯ମ ପରୀକ୍ଷା ପାଶ ହାର ୭୭ ପ୍ରତିଶତ ରହିଛି ! ଏ ୱାନରେ ଦୁଇ ଜଣ ବିଦ୍ଯାର୍ଥି ଉତ୍ତୀର୍ଣ୍ଣ ହୋଇ ମାଲକାନଗିରି ଜିଲ୍ଲାରେ ଟପର ହୋଇ ଜିଲ୍ଲାକୁ ଗୌରବାନ୍ବିତ କରିଥିବା ଜଣା ପଡିଛି !
 ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ ମାଲକାନଗିରି ଜିଲ୍ଲାରେ ଚଳିତ  ୧୦ମ ବୋର୍ଡ ପରୀକ୍ଷାରେ ୫,୦୩୧ ଜଣ ଛାତ୍ରଛାତ୍ରୀ ଦେଇଥିବା ବେଳେ ୩,୯୦୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି !ଏ- ୱାନରେ ୨ ଜଣ,ଏ-ଟୁରେ ୨୩ ଜଣ,ବି-ୱାନରେ ୭୫ ଜଣ,ବି-ଟୁରେ ୧୨୬ ଜଣ,ସି-ରେ ୨୭୪ ଜଣ,ଡି-ରେ ୭୧୨ଜଣ,ଇ-ରେ ୨୬୮୭ ଏବଂ ଏଫ-୧୧୨୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି!ଓଡିଶାରେ ମାଲକାନଗିରି ଜିଲ୍ଲା ୧୬ ନମ୍ବର ସ୍ଥାନରେ ରହିଥିବା ଜଣା ପଡିଛି !
ଏ-ୱାନରେ ଏମଭି -୭୯ ଶାବେରୀ ଉଚ୍ଚ ବିଦ୍ଯାଳୟର ଛାତ୍ର ପ୍ରହ୍ଲାଦ ନାଥ ମୋଟ ୬୦୦ ମାର୍କରୁ ୫୪୦ ରଖି ଜିଲ୍ଲାରେ ଟପର ହୋଇଥିବା ବେଳେ ଏମଭି -୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟର ଅନ୍ଯ ଏକ ଛାତ୍ରୀ ଶିଳ୍ପୀ ବୈରାଗୀ  ସେ ମଧ୍ଯ ମୋଟ ୬୦୦ ମାର୍କରୁ ୫୪୦ ନଂମ୍ବର ରଖି ଏ-ୱାନ ହୋଇଛି !ସେ  ମଧ୍ଯ ମାଲକାନଗିରି ଜିଲ୍ଲାରେ ଟପର ହୋଇ ଗୌରବ ଆଣି ଦେଇଛି !
ଉଭୟେ ଛାତ୍ର ଛାତ୍ରୀ  ୯୦ ପ୍ରତିଶତ ମାର୍କ ରଖି ମାଲକାନଗିରି ଜିଲ୍ଲାରେ ଟପର୍ ହୋଇଥିବା ବେଳେ ସେ ଦୁହିଁଂକୁ ଶଭେଛାର ସୁଅ ଛୁଟିଛି ! ଚଳିତ ୧୦ ପରୀକ୍ଷା ଦେବା ପାଇଁ ୫,୩୧୪ ଛାତ୍ର ଛାତ୍ରୀ ଫର୍ମ ଫିଲାପ୍ କରିଥିବା ବେଳେ ତନ୍ମଧ୍ଯରୁ  ୨୮୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲୋ ଏବଂ ୫,୦୩୧ ଜଣ ପରୀକ୍ଷା ଦେଇଥିଲେ !ମାଲକାନଗିରି ଜିଲ୍ଲାର ୧୧୭ଟି ଉଚ୍ଚ ବିଦ୍ଯାଳୟର ଛାତ୍ରଛାତ୍ରୀମାନେ ୨୯ ଗୋଟି ପରୀକ୍ଷା କେନ୍ଦ୍ରରେ ୧୦ମ ପରୀକ୍ଷା ଦେଇଥିଲେ !ଜିଲ୍ଲାରେ ୩,୯୦୯ ଜଣ ୧୦ମ ଶ୍ରେଣୀ  ପରୀକ୍ଷାରେ ପାଶ ହୋଇଥାବା ବେଳେ ୨୦୧୦ ଜଣ ଛାତ୍ର ଏବଂ ୧୮୯୯ ଛାତ୍ରୀ ପାଶ ହୋଇଥିବା ଜଣା ପଡିଛି !

Leave A Reply