Odisha news

କାହିଁକି ଯୁବକ ମାନେ ଅଧିକ ଶିକାର ହେଉଛନ୍ତି ଷ୍ଟ୍ରୋକ ର ? ପ୍ରଦୂଷଣ ନା ମାନସିକ ଚାପ କଣ ଏହା ପଛର କାରଣ

0

ଗୋଟିଏ ସମୟ ଥିଲା ଯେତେବେଳେ ବୟସ୍କ-ବୃଦ୍ଧ ବୃଦ୍ଧା ଷ୍ଟ୍ରୋକ ର ଶିକାର ହେଉଥିଲେ, କିନ୍ତୁ ଗତ କିଛି ବର୍ଷରେ ଏହା ଯୁବକ ମାନଙ୍କୁ ଶିକାର ପୀଡିତ କରୁଛି l ବର୍ତମାନ ସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ଏହା ଗୋଟିଏ ଚିନ୍ତାର କାରଣ ହୋଇଯାଇଛି l ଅଧ୍ୟୟନ ଅନୁସାରେ ୪୫ ବର୍ଷ କିମ୍ବା ତାଠାରୁ କମ ବୟସର ଲୋକଙ୍କ ନିକଟରେ ୧୦ ରୁ ୧୪ ପ୍ରତିଶତ ଲୋକଙ୍କ ନିକଟରେ ଷ୍ଟ୍ରେସ ସମସ୍ୟା ଦେଖା ଯାଉଛି l ଯାହାକୁ ନେଇ ଅଧ୍ୟୟନ ହୋଇଛି ଏବଂ ଏଥିରେ ଷ୍ଟ୍ରୋକ ର କାରଣ କଣ ରହିଥାଏ ବୋଲି କୁହାଯାଇଛି l

* ମନୋବିଜ୍ଞାନୀ ଙ୍କ ମତରେ ଦୀର୍ଘ ସମୟ ଧରି ମାନସିକ ଚାପ ରେ ରହିବା ଦ୍ୱାରା ଷ୍ଟ୍ରୋକ ସମସ୍ୟା ବୃଦ୍ଧି ପାଇଥାଏ l ମାନସିକ ଚାପ ଦ୍ୱାରା ଷ୍ଟ୍ରେସ ହର୍ମୋନ ଶରୀରରେ ବୃଦ୍ଧି ପାଇଥାଏ l ରକ୍ତ ସଂଚାଳନ ରେ ବାଧା ଆସିଥାଏ l ରକ୍ତଚାପ ବଢି ଯାଇଥାଏ ଓ ଧମନୀ ରେ ସମସ୍ୟା ଆସିଥାଏ l ତେଣୁ ଷ୍ଟ୍ରୋକ ବଢିବାର ଏହା ଗୋଟିଏ କାରଣ l

* ପ୍ରଦୂଷିତ ପରିବେଶ ଓ ବାୟୁ ମଣ୍ଡଳରେ କାର୍ବନ ମନୋକ୍ସାଇଡ, ସଲଫର ଡାଇଅକ୍ସାଇଡ , ପୃଥିବୀ ପୃଷ୍ଠରେ ଓଜନ ସ୍ତର ବୃଦ୍ଧି ହୋଇଥାଏ l ଯେତେବେଳେ ଆମେ ପ୍ରଶ୍ୱାସ ନେଇଥାଉ ପ୍ରଦୂଷିତ ଜଳବାୟୁ ପ୍ରଶ୍ୱାସ ମାଧ୍ୟମରେ ଫୁସଫୁସ ମଧ୍ୟକୁ ଯାଇଥାଏ ଓ ଫୁସଫୁସ ରେ ସମସ୍ୟା ସୃଷ୍ଟି ହୋଇଥାଏ l ଯାହାକି ଶରୀରରେ ବ୍ୟାପି ଯିବା ଦ୍ୱାରା ହାର୍ଟ ଓ ରକ୍ତ ବାହିକା ଗୁଡିକ ପ୍ରଭାବିତ ହୋଇଥାଏ l

* ପ୍ରଦୂଷିତ ଜଳବାୟୁ ରେ ଖୁବ ଛୋଟ ଛୋଟ ଅଣୁ ଆକାରର ବିଷାକ୍ତ ପଦାର୍ଥ ପ୍ରଶ୍ୱାସ ମାଧ୍ୟମରେ ଫୁସଫୁସ କୁ ଯାଇଥାଏ , ରକ୍ତ ସଂଚାଳନ ମାଧ୍ୟମରେ ହାର୍ଟ ଓ ମସ୍ତିଷ୍କ ରେ ବ୍ଲଡ଼ ପହଂଚିବାରେ ଅସୁବିଧା ହୋଇଥାଏ l ତେଣୁ ପ୍ରାରମ୍ଭିକ ସ୍ଥିତିରେ ଏହାର ଚିକିତ୍ସା କରି ନିଜକୁ ସୁସ୍ଥ ରକ୍ଷାକରଯାଇ ଥାଏ l

* ଷ୍ଟ୍ରୋକ ଆସିବା ପୂର୍ବରୁ କିଛିଟା ସଂକେତ ମିଳିଥାଏ l ଯେପରିକି କଥା ପ୍ରାଞ୍ଜଳ ନହେବା , ଶରୀର ରେ ବିଭିନ୍ନ ସମସ୍ୟା, ଆଖି କୁ ଠିକ ଭାବରେ ଦେଖା ନଯିବା, ମୁଣ୍ଡ ବୁଲାଇବା, ଛାତିରେ ଯନ୍ତ୍ରଣା ଇତ୍ୟାଦି ଦେଖା ଯାଇଥାଏ l

Leave A Reply