ନୂଆଦିଲ୍ଲୀ : ଆମେ ପ୍ରାୟ ଶୁଣିଛୁ ପକ୍ଷୀମାନେ ଅଣ୍ଡା ଦେବାର, କିନ୍ତୁ “ଦ ମେଟ୍ରୋ ” ରେ ପ୍ରକାଶିତ ଗୋଟିଏ ଖବର ଅନୁସାରେ ଚୀନ ର ଗୋଟିଏ ବଡ ଚଟାଣ ମଧ୍ୟ ଅଣ୍ଡା ଦେଇଥାଏ l ଏହି ଚଟାଣ ପାଖାପାଖି ୩୦ ବର୍ଷ ପର୍ଯ୍ୟନ୍ତ ଅଣ୍ଡାକୁ ନିଜ ଭିତରେ ଚାପି ରଖିଥାଏ, କିନ୍ତୁ ୩୦ ବର୍ଷ ପରେ ଏହି ଅଣ୍ଡା ଗୁଡିକ ପୁନର୍ବାର ତା ନିକଟରୁ ଅଲଗା ହୋଇ ଯାଇ ଥାନ୍ତି l ଏହି ଚଟାଣ ଟିର ଉଚତା ୧୯ ଫୁଟ ଓ ଲମ୍ବା ପାଖାପାଖି ୬୫ ଫୁଟ ଅଟେ l ଏହି ଅକଳ୍ପନୀୟ ଘଟଣାକୁ ଦେଖିବା ବିଶ୍ୱର ଅନେକ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ଅସିଥାଆନ୍ତି l
ମାନ୍ୟତା ରହିଛି ଯେ ଏଠାରୁ ଯେଉଁ ବ୍ୟକ୍ତି ଗୋଟିଏ ପଥର ଚୋରି କରିଥାଏ ତାର ଭାଗ୍ୟ ପରିବର୍ତନ ହୋଇଯାଇ ଥାଏ l ଏହି ଚଟାଣ ଟି ଗୁଲୁ ଗ୍ରାମ ନିକଟରେ ଅବସ୍ଥିତ, ଏଠାକାର ଗ୍ରାମବାସୀ ମାନେ କୁହନ୍ତି ଯେ ସେମାନେ ତାଙ୍କ ପୂର୍ବଜଙ୍କ ନିକଟରୁ ଶୁଣିଛନ୍ତି ଯେ ଏଠାରୁ ପଥର ମିଳିବା ବଡ ଭାଗ୍ୟର କଥା l ଏହି ରହସ୍ୟମୟ ସ୍ଥାନଟି ଚନଦନ ୟା ନାମରେ ଜଣାଶୁଣା l ଏହି ଅଣ୍ଡା ଦେଉଥିବା ଚଟାଣ ଟି କଳା ରଙ୍ଗର, ଯାହାର ଅଣ୍ଡା ଗୁଡିକ ବାହାରୁ ଖୁବ ଚିକଣ ଅଟେ l ଏହି ଅଣ୍ଡା ଗୁଡିକ ୩୦ ବର୍ଷ ପରେ ଆପେ ଆପେ ବାହାରକୁ ବାହାରି ଥାଆନ୍ତି l
ଚୀନ ର ଜନସାଧାରଣ ମାନେ କହି ଥାଆନ୍ତି ଯେ ଏଠାରୁ ଗୋଟିଏ ଗୋଲାକାର ପଥର ପାଇବା ଖୁବ ସୌଭାଗ୍ୟର ପ୍ରତୀକ, ସେଥିପାଇଁ ସେମାନେ ଏହି ପଥର ଅଣ୍ଡାକୁ ପାଇବା ପାଇଁ ପ୍ରତିବର୍ଷ ଏଠାକୁ ଅନେକ ଲୋକ ଆସି ଥାଆନ୍ତି l ଏହି ଅଣ୍ଡା ର ରହସ୍ୟ କୁ ସମାଧାନ କରିବା ପାଇଁ ଦିର୍ଘଦିନରୁ ବୈଜ୍ଞାନିକ ମାନେ ଚେଷ୍ଟା କରୁଛନ୍ତି l ଭୁ ବୈଜ୍ଞାନିକ ମାନେ ପରୀକ୍ଷା କରି କହିଥିଲେ ଯେ ଏହି ଚଟାଣ ଟି ୫୦୦ ମିଲିୟନ ବର୍ଷ ପୁରୁଣା l ଏଭଳି ଚଟାଣ ବିଶ୍ୱର ଅନେକ ଦେଶରେ ରହିଛି l
