ନୂଆଦିଲ୍ଲୀ : ବଙ୍ଗଳାଦେଶ ପେଂଗାବର ଙ୍କ ବିରୁଦ୍ଧରେ ଟିପ୍ପଣୀ ମାମଲାରେ ଭାରତ ସହିତ ରହିଛି ବୋଲି ମତଦେଇଛି l ବଙ୍ଗଳାଦେଶ ର ବିଦେଶ ମନ୍ତ୍ରୀ ଅବଦୁଲ ମୋମନ ଏହାକୁ ନେଇ ଗୋଟିଏ ବୟାନ ଜାରି କରିଛନ୍ତି l ସେ କହିଛନ୍ତି ଦିଲ୍ଲୀରେ ଭାଜପା ପ୍ରବକ୍ତା ଙ୍କ ଦ୍ୱାରା ପେଂଗବର ଙ୍କ ବିରୁଦ୍ଧରେ ଟିପ୍ପଣୀ ଦେବାପରେ ଏହାକୁ ନେଇ ଯେଉଁମାନେ ବିରୋଧ ପ୍ରଦର୍ଶନ କରୁଥିଲେ ଆମେ ସେମାନଙ୍କ ସହିତ ସହଯୋଗ କରିନାହୁଁ l
ବଙ୍ଗଳାଦେଶ ବିଦେଶ ମନ୍ତ୍ରୀ ମୋମନ କହିଛନ୍ତି ବଙ୍ଗଳାଦେଶ ଓ ଭାରତ କୁ ରାଜନୈତିକ ସ୍ଥିରତାର ଆବଶ୍ୟକତା ରହିଛି ଓ ଏହା ସେତେବେଳେ ସମ୍ଭବ ଯେତେବେଳେ ଭାରତ ଶେଖ ହସିନା ସରକାରଙ୍କୁ ସମର୍ଥନ କରିବ l ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟ ଅନେକ ଦେଶ ମତେ ଭାରତର ଦଲାଲ ବୋଲି କହି ଥାଆନ୍ତି , କାହିଁକି ନା ଯେତେବେଳେ ଏପରି କିଛି ଘଟିଥାଏ ମୁଁ କୌଣସି କଡା ସନ୍ଦେଶ ଦେଇ ନଥାଏ l ଯେତେବେଳେ ଭାଜପା ର ମହିଳା ପ୍ରବକ୍ତା ପେଂଗବର ମହମଦ କୁ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ, ସେତେବେଳେ ଅନେକ ଦେଶ ଏହାର କଡା ବିରୋଧ କରିଥିଲେ ମଧ୍ୟ ଆମେ ଚୁପ ରହିଥିଲୁ l
କିଛିଦିନ ତଳେ ଭାଜପା ପ୍ରବକ୍ତା ନୁପୁର ଶର୍ମା ଙ୍କ ଟିପ୍ପଣୀ ପରେ ବିଭିନ୍ନ ମୁସଲିମ ଦେଶ ଗୁଡିକ ଆପତ୍ତି କରିଥିଲେ l ଏହାକୁ ନେଇ ନୁପୁର ଙ୍କ ଉପରେ ଆକ୍ସନ ନେବାକୁ ଯାଇ ଭାଜପା ତାଙ୍କୁ ଦଳରୁ ବହିସ୍କୃତ କରିଥିଲା l
