Odisha news

ଶାସ୍ତ୍ର ଅନୁସାରେ ଘରର ପାହାଚ ତଳେ ଠାକୁରଙ୍କ ମନ୍ଦିର ରହିବା କେତେ ଶୁଭ , କଣ କହୁଛି ଶାସ୍ତ୍ର

0

ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଭିତରେ ପାହାଚ ରହିବl ଠିକ ନୁହେଁ l କିନ୍ତୁ ଆଜିକାଲି ସମସ୍ତ ଘର ଭିତର ପାର୍ଶ୍ୱରେ ହିଁ ପାହାଚ ରହୁଛି l ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଘରର ପାହାଚ ତଳେ ଠାକୁରଙ୍କ ମନ୍ଦିର ରହିବା ଉଚିତ ନୁହେଁ l ଏହା ଘର ପାଇଁ ଖୁବ ଅଶୁଭ ହୋଇଥାଏ l କାହିଁକି ନା ଆମେ ପାହାଚ ରେ ଚଢିବା ଦ୍ୱାରା ଆମ ପାଦ ତଳେ ଠାକୁରଙ୍କ ସ୍ଥାନ ରହିଥାଏ l

– ଘରର ଠାକୁର ଘର ଯଦି ପାହାଚ ତଳେ ରହିଥାଏ ତେବେ ଘରର ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ l ଘରର ସଦସ୍ୟ ଙ୍କ ସଫଳତା ରେ ବାଧକ ଆସିଥାଏ l ଏହାଛଡା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଥାଏ l

– ଘରର ପାହାଚ ତଳେ ଠାକୁର ଘର ଓ ରୋଷେଇ ଘର ରଖିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ମିଳିବାରେ ବାଧା ଆସିଥାଏ l ଏହାଛଡା ଗୃହ ରେ କ୍ଳେଶ ସର୍ବଦା ଲାଗି ରହିଥାଏ l ଏବଂ ପରିବାର ରେ ଅଶାନ୍ତି ଲାଗି ରହିଥାଏ l

– ତେଣୁ ଠାକୁରଙ୍କୁ ସ୍ଥାପନା କରିବା ସମୟରେ ସର୍ବଦା ସଠିକ ସ୍ଥାନ ଜାଣି ରଖିବା ଉଚିତ l ଯାହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇ ପାରିବ l ଏବଂ ଜୀବନ ର ସମସ୍ତ କ୍ଳେଶ ଦୂର ହେବ l

– ଯେତେବେଳେ ଆପଣ ଘରେ ପୂଜା କରୁଛନ୍ତି ଧ୍ୟାନ ରଖିବେ ଯେପରି ଆପଣଙ୍କ ମୁଖ ସର୍ବଦା ପୂର୍ବ କିମ୍ବା ଉତର ଦିଗ କୁ ରହିବl ଉଚିତ l ଏବଂ ଠାକୁର ଘରେ କଦାପି ଆବର୍ଜନା ରଖିବେ ନାହିଁ ଓ ଠାକୁର ଘର ସଫା ସୁତୁରା ରଖିବେ ନଚେତ ନକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l

Leave A Reply