Odisha news

ରାୟଗଡା: ନିର୍ଯ୍ୟାତନା ଅସୟ ହେବାରୁ ଝିଅ ଅତ୍ମହତ୍ୟା ଘଟଣାରେ ସାବତ ମା ଓ ବାପା ଗିରଫ

0

ରାୟଗଡା,୧୮ ।୪(Rabindra patkhandal)- ବାପା ଏବଂ ସାବତ ମାଆ ମିଶି ଜଣେ ୧୩ ବର୍ଷିୟା ନାବାଳିକାକୁ ଅତ୍ୟାଚାର ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଫଳରେ ଅତ୍ୟାଚାର ସହ୍ୟ ନ କରିପାରି ନାବାଳିକ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗକୁ ନେଇ ସାବତ ମା ଏବଂ ବାପା ଗିରଫ । ସୂଚନା ମୁତାବକ ଆମ୍ବାଦଳା ଥାନା ଆନ୍ତର୍ଗତ ରଘୁବାରୀ ଗ୍ରାମ ହରିଜନର ସାହିର ନରସିଂହ ଟାକ୍ରୀ (୩୬) ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ କୋଦମଣି ଟାକ୍ରୀ ( ୩୨ ) ନରିସଂହ ଟାକ୍ରୀଙ୍କ ପ୍ରଥମ ସ୍ତ୍ରୀଙ୍କ ନାବାଳିକାକୁ ଅତ୍ୟାଚାର ଏବଂ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଅତ୍ୟାଚାର ସହି ନ ପାରି ନାବାଳିକା ଜଣକ ଆତ୍ମହତ୍ୟା କରିଥିଲା । ଏ ନେଇ ନାବାଳିକାର ସଂପର୍କିୟ ଚିତ୍ର ସେନା ସୁନା ଆମ୍ବାଦଳା ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ସୂଚନାକୁ ଆଧାର କରି ଆମ୍ବାଦଳା ଥାନାରେ କେଶ ନଂ ୪୨ ତା ୧୭.୦୪.୨୦୨୦ ରିଖ, ଦଫା ୩୦୬/ ୩୪ ପ୍ରକାରେ ମାମଲା ରୁଜ୍ଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଥିଲା । ଜମାନତ ନମିଳିବାରୁ ଉଭୟଙ୍କୁ ବିଷମକଟକ ଜେଏମଏଫସି କୋର୍ଟ ହାଜତକୁ ପଠା ଦିଆଯାଇଥିବା ଆରକ୍ଷ ଅଧିକ୍ଷକ ଡ଼ଃ ଶ୍ରବଣ ବିବେକ ଏମ୍‌ ସୂଚନା ଦେଇଛନ୍ତି ।

Leave A Reply