କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ କଟକ ମହାନଗର ନିଗମ କମିଶନର ଶ୍ରୀମତୀ ଅନନ୍ୟା ଦାସ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ଭୁବନେଶ୍ୱର : ୧୮ ଅପ୍ରେଲ,୨୦୨୦ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୋଭିଡ୍-୧୯ କଷ୍ଟକର ପରିସ୍ଥିତିରେ ରାଜ୍ୟର ୧୧୪ଟି ପୌରାଞ୍ଚଳରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ୧୦୦ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତିା “ଅର୍ବାନ୍ େଓ୍ୱଜ୍ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍’ ନାମରେ ଆରମ୍ଭ ହୋଇଥିବା ଏହି ଶ୍ରମଭିତ୍ତିକ ଯୋଜନାରେ ସହରାଞ୍ଚଳର ୪.୫ ଲକ୍ଷ ପରିବାରରେ ରହୁଥିବା ଶ୍ରମିକ, ଗରିବ ଲୋକ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବା ଚଳିତ ଅପ୍ରେଲ ମାସରୁ ଆରମ୍ଭ ହୋଇ ଏହି ଯୋଜନା ସେପେଫମ୍ବର ମାସ ପର୍ଯ୍ୟନ୍ତ ଚାଲିବା ମିଶନ ଶକ୍ତିର ମା’ମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରାଯିବା ହିତାଧିକାରୀମାନଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ପଠାଯିବା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ୍-୧୯ ମୁକାବିଲା ନିମନ୍ତେ ଓଡ଼ିଶାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛିା ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତି୍ରପାଠୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ୍ ବରଗଡ଼, ବଲାଙ୍ଗୀର, ସୋନପୁର ଏବଂ କନ୍ଧମାଳ ଗସ୍ତ କରି ଏହି ଜିଲ୍ଲାମାନଙ୍କରେ କୋଭିଡ୍-୧୯ ହସ୍ପିଟାଲ୍ ପ୍ରସ୍ତୁତି ଓ ପରିଚାଳନାର ସମୀକ୍ଷା କରିଛନ୍ତିା ଏଥି ସହିତ ଏହି ଜିଲ୍ଲାଗୁଡ଼ିକରେ କୃଷି କାର୍ଯ୍ୟର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଛନ୍ତିା
ଭିମ୍ସାର, ବୁର୍ଲାକୁ ଆଜି କୋଭିଡ୍-୧୯ ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଛିା ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ଟି ମେଡିକାଲ୍ କଲେଜ୍, ୪ଟି ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନ ଓ ଗୋଟିଏ ଘରୋଇ ହସ୍ପିଟାଲ୍ରେ କୋଭିଡ୍-୧୯ ନମୁନା ପରୀକ୍ଷାର ସୁବିଧା ଉପଲବ୍ଧ ହେଉଛିା
ଭୁବନେଶ୍ୱରେ କୋଭିଡ୍-୧୯ ପରୀକ୍ଷଣକୁ ବ୍ୟାପକ କରାଯାଇଛିା ଏଥି ନିମନ୍ତେ ଆଇସିଏମ୍ଆର୍ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଦ୍ୱାରା ପ୍ରଦତ୍ତ ନିୟମାନୁସାରେ ସମ୍ବେଦନପ୍ରବଣ ବର୍ଗଙ୍କର ଅଗ୍ରାଧିକାର ଭିତ୍ତିରେ ତାଲିକା ପ୍ରସ୍ତୁତ କରାଯାଇ ପରୀକ୍ଷା କରାଯାଉଛିା ଗସ୍ତ ଇତିହାସ ଥିବା ବ୍ୟକ୍ତିବିଶେଷ, କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ଇନ୍ଫ୍ଲୁଏଞ୍ଜା ଓ ଶ୍ୱାସକ୍ରିୟାରେ କଷ୍ଟ ପରି ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ପରୀକ୍ଷା ଅଗ୍ରାଧିକାର ଭିତ୍ତିରେ କରାଯାଉଛିା ଏଥି ସହ ବିଭିନ୍ନ କ୍ଲଷ୍ଟରରେ ର୍ୟାଣ୍ଡମ୍ ପରୀକ୍ଷା କରାଯିବା ତଦନୁଯାୟୀ ବିଭିନ୍ନ ରେସିଡେଣ୍ଟ େଓ୍ୱଲ୍ଫେୟାର ଆସୋସିଏସନ୍, ପୂଜା କମିଟି, ଓ୍ୱାର୍ଡ ଅଫିସର, ଏଏନ୍ଏମ୍ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ଚିହ୍ନିତ ବ୍ୟକ୍ତିଙ୍କର ନମୁନା ସଂଗ୍ରହ କରାଯାଉଛିା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟରେ ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଘରେ ଚଳିତ ମାସ ୨୫ ତାରିଖ ମଧ୍ୟରେ ପାଠ୍ୟପୁସ୍ତକ ପହଞ୍ଚାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରି କାର୍ଯ୍ୟ ଆରମ୍ଭ କରିଥିବାରୁ ଉଭୟ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତିା
ପୂର୍ବରୁ ଘୋଷିତ ଲକ୍ ଡାଉନ୍ ଅବଧିକୁ ଅପ୍ରେଲ୍ ୩୦ରୁ ଆସନ୍ତା ମଇ ମାସ ୩ ତାରିଖ ମଧ୍ୟରାତି୍ର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛିା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏହି ମର୍ମରେ ନିର୍ଦ୍ଦେଶନାମା ଜାରି କରାଯାଇଛିା
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୮,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୮୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ ସେଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
ଆଜି ରାଜ୍ୟର ୫୪୬୦ ଗ୍ରାମ ପଞ୍ଚାୟତରେ ୩,୪୧,୧୨୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୩୯,୧୧୭ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୧୭ରୁ ଅପ୍ରେଲ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୭୩ଟି ମାମଲା ଦାୟର
କରାଯାଇଛିା ସେଥିରୁ ୬୯ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୧ଟି “ହୋମ୍ କ୍ୱାରାଣ୍ଟାଇନ୍’ ଉଲ୍ଲଂଘନ ପାଇଁ ଏବଂ ୩ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୬୭ ଜଣଙ୍କୁ ଗିରଫ କରାଯାଇଛି ।
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୮୬୧୯ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା
ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା
୨୪ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୬ ରହିଛିା
୧୦୩ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ଅଛନ୍ତିା