Odisha news

ରାୟଗଡା :ସଚେତନତାର ବାର୍ତ୍ତାବହ ସାଜିଛି ଅଗ୍ରଗାମୀ ସ୍ବେଚ୍ଛାସେବୀ ଅନୁଷ୍ଠାନ

0
ରାୟଗଡା,୧୮।୪ (Rabindra Patkhandal) କୋଭିଡ ୧୯  ଭୋଳି ମହାବିପତି ସମୟରେ ସଚେତନତାର ବାର୍ତ୍ତାବହ ସାଜିଛି ଅଗ୍ରଗାମୀ ସ୍ବେଚ୍ଛାସେବୀ ଅନୁଷ୍ଠାନ । କେବଳ ସଚେତନତା ସୃଷ୍ଟି ହେଉଛି ସହର ଏବଂ ସଦର ମହକୁମା ଠାରେ କିନ୍ତୁ ଏହି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଭିବ୍ୟକ୍ତ କୋରାପୁଟ ଜିଲ୍ଲାରେ  ଗୋଟିଏ ମାତ୍ର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦିବାସୀ ମାନଙ୍କୁ ସ୍ବଚ୍ଛତା ମାନେ କ’ଣ  କରୋନା ଭୁତାଣୁ ମାନେ କ’ଣ ଲକ୍ ଡାଉନ ମାନେ କ’ଣ  ବୁଝାଇବା ପାଇଁ ରାତି ଦିନ ଗୋଟିଏ କରି ଅନୁଷ୍ଠାନର ସଦସ୍ୟ ମାନେ ଗାଁ ଗାଁରେ ଲୋକଙ୍କୁ ବୁଝାଇ ଲାଗିପଡିଛନ୍ତି। ଆଦିବାସୀ ମାନେ ସ୍ବଚ୍ଛତା ମାନେ କିଛି ବୁଝିବା ବହୁ ଦୂରରେ  କିନ୍ତୁ ଆଜି ଏହି ଅଧ୍ଯୁଷିତ   ରାୟଗଡ଼ା ଜିଲ୍ଲାର କାଶିପୁର, କୋରାପୁଟ ଜିଲ୍ଲାର ଦଶମନ୍ତପୁର ଏବଂ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି  ଅଞ୍ଚଳରେ କିଭଳି କରୋନା ଭୁତାଣୁ ମୁକାବିଲା କରିବା ପାଇଁ ରାୟଗଡ଼ା ଜିଲ୍ଲାର କାଶିପୁର ଠାରେ ଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଗ୍ରଗାମୀର ନିର୍ଦ୍ଦେଶକ ଅଚ୍ୟୁତ ଦାସ ଏବଂ ସହ ନିର୍ଦ୍ଦେଶିକା ଶ୍ରୀମତୀ ବିଦ୍ଯା ଦାସ ଲୋକଙ୍କ ପାଖରେ କରୋନା ସଚେତନତା ପହଞ୍ଚାଇବାରେ ସଫଳ ରୂପାୟନ ଦେଇଛନ୍ତି। ଅଭିବ୍ୟକ୍ତି କୋରାପୁଟ ଜିଲ୍ଲାରେ ୩ଶହରୁ ଉର୍ଦ୍ଧ୍ବ ଗ୍ରାମରେ ସଚେତନତା ସୃଷ୍ଟି କରିବାରେ ସଫଳ କରାଯାଇଛି।
ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ୧୦ ଗୋଟି ପଞ୍ଚାୟତର ୧୨୦ ଗୋଟି ଗ୍ରାମ, ରାୟଗଡ଼ ବ୍ଲକର ୪ ଗୋଟି ପଞ୍ଚାୟତର ୪୦ ଗୋଟି ଗ୍ରାମ  , କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ୧୦ ଗୋଟି ପଞ୍ଚାୟତର ୧୦୦ ଗୋଟି ଗ୍ରାମ ଏବଂ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ୧୦ ଗୋଟି ପଞ୍ଚାୟତର ୧୦୦ ଗୋଟି ଗ୍ରାମରେ କୋରୋନା ମୁକାବିଲା କରିବା ପାଇଁ ଏକ ସଚେତନତା ଜାରି ରଖିଛି । ଅନୁଷ୍ଠାନର କର୍ମୀମାନେ  ବିଭିନ୍ନ ଗ୍ରାମ ଭ୍ରମଣ କରି ଲୋକମାନକୁ ଚାଉଳ ଆଣିବା ସମୟରେ, ବ୍ୟାଙ୍କରେ, ପିଈବା ପାଣି ଆଣିବା ସମୟରେ କିପରି ଭାବରେ ସାମାଜିକ ଦୁରତ୍ଵା ବଜାଇ ରଖିବା, କିପରି ଭାବରେ ହାତଗୋଡ ଧୁଇବା ଏବଂ ପରିଷ୍କାର କରି ରଖିବା ଏବଂ ବର୍ତ୍ତମାନ ସାରା ଦେଶରେ ଲକ୍ ଡାଉନ କିଭଳି ଭାବରେ ପାଳନ କରିବା ବା ଏହି ଗୃହ ବନ୍ଦୀ ସମୟରେ ଘରେ ଆତ୍ମନିଯୁକ୍ତି ଭୋଳି ବିଭିନ୍ନ  ପ୍ରକାର ହାତ ତିଆରି ସାମଗ୍ରୀ ପ୍ରସ୍ତୁତ କରିବା  ଏବଂ କରୋନା ପାଇଁ ସରକାରଙ୍କ  ଯେଉଁ ଯୋଜନା ଗୁଡିକ ଉପରେ ଗ୍ରାମଗୁଡିକରେ ଲୋକମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଉଛି। ଗ୍ରାମ ଗୁଡିକରେ ଅନୁଷ୍ଠାନ ତରଫରୁ ବିବିନ୍ନ ଫ୍ଲେସ୍କି ବ୍ଯାନ୍ନର, ପ୍ରଚାର ପତ୍ର ବଣ୍ଟନ କରିବା ସହ ସଚେତନତା କରାଯାଉଛି ଏବଂ ଅନୁଷ୍ଠାନ ତରଫରୁ ସାବୁନ ଏବଂ ହାଣ୍ଡ ସାନିଟାଈଜାର୍ ବଣ୍ଟନ କରାଯାଉଛି । ଅନୁଷ୍ଠାନର କର୍ମୀ ପ୍ରମୋଦ କୁମାର ପଣ୍ଡା, ଜଗନ୍ନାଥ ଜେନା,ଅଭିରାମ ଝୋଡିଆ ଏବଂ ଅତୁଲ କୁମାର ନାୟକ ସ୍ବେଛାସେବୀ ମାନଙ୍କ ଦ୍ୱାରା ସଚେତନତା ଅଭିଯାନ ଜାରି ରହିଛି।
Har Ghar Tiranga

Leave A Reply