ବୋରିଗୁମ୍ମା ଅବକାରୀ ବିଭାଗର ବଡ଼ ସଫଳତା। ୩ ହଜାର ପୋଚ ସହ ୧୫୦ ଲିଟର ଚୋରା ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ। ଦୁଇ ଗିରଫ।
ବୋରିଗୁମ୍ମା (K.sakil dora)– କରୋନା ଭାଇରସ ଯୋଗୁଁ ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ୨୧ ଦିନିଆ ଲକ ଡାଉନ ଘୋଷଣା କରିଥିଲେ କେନ୍ଦ୍ର ସରକାର। ପୁଣି ଏପ୍ରିଲ ,୧୫ ତାରିଖ ରୁ ଦ୍ଵିତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ମେ, ୩ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶକ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲାଯିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ମଦ, ଗୁତୁଖା ଓ ଅନ୍ୟ ମାଦକ ଦ୍ରଵ୍ୟ କୁ ବିକ୍ରି କରିବା ଉପରେ ଅଙ୍କୁଶ ଲଗାଇଛନ୍ତି। ବିଦେଶୀ ମଦ ଦୋକାନ ଓ ଦେଶୀ ଭାଟି କୁ ସିଲ କରିଛି ଅବକାରୀ ବିଭାଗ। କିନ୍ତୁ ଲକ ଡାଉନ ସମୟରେ କିଛି ମଦ ମାଫିଆ ନିଜର ବ୍ୟବସାୟ ବୃଦ୍ଧି କରିବା ପାଇଁ ଚୋରା ଦେଶୀ ମଦ ପ୍ରସ୍ତୁତ କରି ଚାଲାଣ କରୁଥିବା ଅଭିଯୋଗ ହେଉଛି। ବୋରିଗୁମ୍ମା ବ୍ଲକ ର କିଛି ସ୍ଥାନରେ ଚୋରା ଦେଶୀ ମଦ ରାନ୍ଧୁଛନ୍ତି।
ବିଭିନ୍ନ ପ୍ରକାର ଅପମିଶ୍ରିତ ପଦାର୍ଥ ରେ ପ୍ରସ୍ତୁତ ଚୋରା ଦେଶୀ ମଦ ପିଇ ଲୋକ ମାନେ ଅକାଳରେ ଜୀବନ ହାରୁଛନ୍ତି। ବୋରିଗୁମ୍ମା ଅବକାରୀ ବିଭାଗ କୁ ବଡ଼ ସଫଳତା ମିଳିଛି। ଅବକାରୀ ଥାନା ର ଓ ଆଇ ସି କମ୍ବୁପାଣି ସିନ୍ଦୁର ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଛଡାଉ କରିଥିଲେ। କୁମୁଲି ନିକଟ କୁମୁଡ଼ାଗୁଡା, ଦୁତିଗୁଡା ଓ ଅନ୍ୟାନ୍ୟ ସ୍ଥାନରେ ଛଡାଉ କରି ୩ ହଜାର ଲିଟର ପୋଚ ନଷ୍ଟ କରିବା ସହ ୧୫୦ ଲିଟର ଦେଶୀ ମଦ କୁ ନଷ୍ଟ କରିଛନ୍ତି। ଏଥିସହ ଦୋରାଗୁଡା ଛକ ରୁ ମଟର ସାଇକେଲ ରେ ଚୋରା ମଦ ନେଉଥିବା ଅଭିଯୋଗ ରେ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ର ନାମ ଲଛମନ ଗୌଡ଼।ଗିରଫ ବ୍ୟକ୍ତି ଙ୍କ ପାଖରୁ ୧୪ ଲିଟର ଦେଶୀ ମଦ ଜବତ କରିଛି । ସେହିଭଳି ଦୁତିଗୁଡା ଗ୍ରାମରୁ ପଵିତ୍ର ବିଶୋଇ ପାଖରୁ ୧୩ ଲିଟର ମଦ ଜବତ ସହ ଗିରଫ କରିଛି ଅବକାରୀ ବିଭାଗ। ଛଡାଉ ସମୟରେ ଅବକାରୀ କର୍ମଚାରୀ ଏ ଏସ ଆଇ ଔରପଲକ ଦାସ, କାହ୍ନୁ ମୁଦୁଲି, ପଵିତ୍ର ମୋହନ ଚାଲାଣ,ନରେନ୍ଦ୍ର ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।