ମୋହନା-: ମୋହନା ନୀଳକଣ୍ଠେଶ୍ବର ମନ୍ଦିର ରାସ୍ତାରେ ଥିବା ବିଶ୍ବାସ କ୍ଲିନିକକୁ ସିଲି କରିଛି ପ୍ରଶାସନ । କରୋନା ନିୟମ ଉଲଘଂନ କରିବା ସହ ନଥିପତ୍ର ନଥାଇ ବେଆଇନ ଭାବେ କ୍ଲିନିକ୍ ଚାଲିଥିବା ଅଭିଯୋଗ କିଛିଦିନ ତଳେ ଆସିଥିଲେ । ପରେ ମୋହନା ତହସିଲଦାର ,ଥାନା ଅଧିକାରୀ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କ୍ଲିନିକ ମାଲିକଙ୍କୁ ଚେତାବନୀ ଦେଇଥିଲେ , କିନ୍ତୁ ଏହାପରେ ମଧ୍ୟ ନିୟମାବଳୀକୁ ଫୁକରି ମାଲିକ କ୍ଲିନିକ ଚାଲୁ ରଖିଥିଲେ । ସେଠାରେ ସାମାଜିକ ଦୂରତା ମଧ୍ୟ ପାଳନ କରାଯାଇନଥିଲା । ତେଣୁ ଆଜା ମୋହନା ତହସିଲଦାର କଲ୍ୟାଣ ସଂଘମିତ୍ରା ଦେବୀଙ୍କ ନେତୃତ୍ବରେ ପୁଲିସ ଟିମ କ୍ଲିନିକ ଟିକୁ ସିଲ କରିଛନ୍ତି ।ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ଏଭଳି ସଂଖ୍ୟାର୍ବେଦିକ କ୍ଲିନିକମାନ ଖୋଲା ଯାଇଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି ହେଉଛି ।