Odisha news

ବିଜ୍ଞାନ, ପ୍ରଯୁକ୍ତି, ବୈଷୟିକ ବିଜ୍ଞାନ ଓ ଗଣିତ ବିଷୟରେ ସ୍ବେଛାସେବୀ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର 

0
ବାଲିଗୁଡା, ତା, ୧୬/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଗୁଟିଙ୍ଗିଆ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  ଠାରେ ଲୋକ ସଂଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ଆୟୋଜିତ କରିଥିବା ବେଳେ ଆତ୍ମାଶକ୍ତି ଟ୍ରଷ୍ଟ, ମନ୍ତ୍ରା ଫର ଚେଞ୍ଜ ଓ ଶିକ୍ଷା ଗ୍ରହର ମିଳିତ ସହଯୋଗରେ ବିଜ୍ଞାନ, ପ୍ରଯୁକ୍ତି,ବୈଷୟିକ ବିଜ୍ଞାନ ଓ ଗଣିତ ବିଷୟରେ କନ୍ଧମାଳ ଜିଲ୍ଲାର ଟିକାବାଲି, ରାଇକିଆ, ଜି.ଉଦୟଗିରି, ଫିରିଙ୍ଗିଆ, ଓ କ.ନୂଆଗାଁ ବ୍ଲକର ମୋଟ ୬୦ ରୁ ଉର୍ଦ୍ଧ ସ୍ବେଛାସେବୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରୟାସ ଜାତୀୟ ଶିକ୍ଷା ନୀତି କୁ ୨୦୨୦ ସହ ସମନ୍ୱୟ ରହିଥିବା ବେଳେ ଏହାର ମୂଳ ଲକ୍ଷ ହେଉଛି ବାସ୍ତବ ଜୀବନ ସହିତ ବିଭିନ୍ନ ଧାରଣା କୁ ଆଧାର କରି ଶିକ୍ଷାକୁ ଆକର୍ଷଣୀୟ ଓ ସହଜ ବୋଧଗମ୍ୟ କରିବା, ଏକ ସକ୍ରିୟ ସ୍ବେଛାସେବୀ ଦଳ ତିଆରି କରିବା, ଯେଉଁ ମାନେ ଛାତ୍ରଛାତ୍ରୀ ସ୍କୁଲ ଓ ସମୁଦାୟ ସ୍ତରରେ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ପାଠ୍ୟକ୍ରମ ପରିଚାଳନା ଓ ସମୁଦାୟ ସହ ସଂଯୋଗ ସୃଷ୍ଟିର କୌଶଳ ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା l ୫ମ ଶ୍ରେଣୀ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କୁ ଅବକାଶ ସମୟରେ ମାର୍ଗ ଦର୍ଶନ ଦେବା ସହିତ ତାଙ୍କର ଦକ୍ଷତା ବିକାଶ କରିବା l ୬ ସପ୍ତାହ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ୧ ମଇ ୨୦୨୬ ଠାରୁ ଆରମ୍ଭ ହେବ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଟିଙ୍ଗିଆ କଲେଜ ଅଧ୍ୟକ୍ଷ ବାଦଲ କୁମାର ପାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଲେଜର ଇତିହାସ ବିଭାଗ ଅଧ୍ୟାପକ ଏବଂ ଓଡିଶା ଶ୍ରମଜୀବୀ ମଞ୍ଚର ଆବାହକ ଅଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l ଚିତ୍ତ ରଞ୍ଜନ ପ୍ରଧାନ, ଶୀଧେଶ୍ୱର ନାୟକ, ସୁଧାକର ପ୍ରଧାନ ସସ୍ମିତା ମଲିକ, ନିରାକାର ସାହୁ, ପ୍ରମୋଦା ନାୟକ, ସୁନିତା ପ୍ରଧାନ, ରିତା ପ୍ରଧାନ, କୁନି ଦିଗାଲ, ରାଜୀବ ପ୍ରଧାନ, ସଞ୍ଜୟ ଦିଗାଲ ପ୍ରମୁଖ ସଂଗଠନ ର କର୍ମୀ ଉପସ୍ଥିତ ରହି ପରିଚାଳନାରେ  ସହଯୋଗ କରିଥିଲେ l
Govt
Leave A Reply