Odisha news

ଏକତା ଓ ଶୃଙ୍ଖଳା ବିନା କରୋନାକୁ ରୋକିବା ଅସମ୍ଭବ

0

By suvendra Pattanaik: ପ୍ରତ୍ୟେକଦେଶରେ ଏକତାର ଅଭାବଥିଲେ ବିପର୍ଯ୍ୟୟ ଆପେଆପେ ନିମନ୍ତ୍ରିତ ହେବାସହ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖିନ ହୁଅନ୍ତି । ପୂର୍ବରୁ ଆମଦେଶ ଏହାକୁ ବାରମ୍ବାର ଅଙ୍ଗେ ନିଭେଇଛି । ଅନେକ ଦୁରାଚାରୀ ନିଷ୍ଠୁରଶାସକ ଏବଂ ଅଗ୍ରେଂଜ ଲୋକମାନେ ମଧ୍ୟ ଏହି ଐକ୍ୟଭାବର ଅଭାବରେ ଆମକୁ ଦିନେ କବଳିତ କରି ଭାରତମାଟିରେ ବର୍ଷବର୍ଷ ଧରି ଶାସନ କରିଛନ୍ତି । ପୁଣି ଥରେ ଜନସାଧାରଣଙ୍କ ମନରେ ଯେତେବେଳେ ଐକ୍ୟଭାବ ଜାଗ୍ରତ ହୋଇ ଏକତା ଫେରିଆସିଛି ସେମାନେ ପରାସ୍ତ ହୋଇ ଦେଶଛାଡି ପଳାଇଛନ୍ତି । ସେମିତି ଆଜି ବି ଆମ ଆଗରେ କରୋନା ଏକ ବିରାଟ ଶତ୍ରୁରୂପରେ ଦଣ୍ଡାୟମାନ । ଦେଶର ଦଶହଜାର ଉପରେ ଲୋକଙ୍କୁ ନିଜପଟକୁ ନେବାରେ ସମର୍ଥ ହୋଇ ଚାରିଶ କୋଡିଏ ଉପରେ ମୁଣ୍ଡ ଗଡେଇ ସାରିଲାଣି । ଯଦି ନିଜାମୁଦ୍ଦିନର ତବଲିଗ୍ ଜାମାତି ଘଟଣାକୁ ରୋକାଯାଇ ପାରିଥାନ୍ତା ତେବେ ଏପରି ବିରାଟ ଭାରତଦେଶର ଦୁଇଶହ ସତସ୍ତରି ଜିଲ୍ଲାରେ କ’ଣ କରୋନା ଦିନଦୁଇଟାରେ ପହଁଚିଥାନ୍ତା! ଏଥିରେ ଅମାନବୀୟ ଷଡଯନ୍ତ୍ର ତ ରହିଛି, କିନ୍ତୁ ଶତ୍ରୁ ଆମର ଏକତା ଓ ସ୍ୱାଭିମାନରେ ରନ୍ଧ୍ରକରି କରୋନାମାଧ୍ୟମରେ ଦେଶର ଅପର୍ଯ୍ୟାପ୍ତ କ୍ଷତି କରିବାଦିଗରେ ସଫଳତା ହାସଲ କରିସାରିଛି । ଯେତେବେଳେ ଆମ ବରିଷ୍ଠ ଅଧିକାରୀମାନେ ଜାଣିପାରିଲେ ଯେ ସେଠାରେ ଏସବୁ ଚାଲିଛି, ତାଲାବନ୍ଦି ଆଇନକୁ ପଦାଘାତ କରି କରୋନା ବାହକମାନଙ୍କୁ ଦେଶର ଅକଳନକ୍ଷତି କରିବାପାଇଁ ପ୍ରସ୍ତୁତ କରାଯାଉଛି, ସେତେବେଳେ ନିଜାମୁଦ୍ଦିନ ବାହାରକୁ ସେମାନଙ୍କୁ ଯିବାକୁ କାହିଁକି ଦିଆଗଲା? ଜମାତିଲୋକମାନେ ଦିଲ୍ଲୀବାହାରକୁ ଯାଇ ଦେଶସାରା ପହଁଚିବାକୁ କେମିତି କାହା ଅନୁମତିରେ ସକ୍ଷମ ହେଲେ! ଏମିତିରେ କେବଳ ଚୈନାର ଉହାନସହରପରି ସେଦିନ ନିଜାମୁଦ୍ଦିନକୁ ବାରିକେଡିଂ କରି କମ୍ପ୍ଲିଟ୍ ସଟ୍ଡାଉନ୍ କରିଥିଲେ ଆଜିଦିନରେ ବହୁତ ରାଜ୍ୟ ଏମିତି ଥାଆନ୍ତା ଯେଉଁଥିଲେ କରୋନା ଭୂତାଣୁର ନାଁ ଗନ୍ଧ ବି ଆଦୌ ନଥାନ୍ତା । ଲୁହାମୁଣ୍ଡାଟିରେ ଧାର ଯେତେ ଥାଉପଛେ ସିଏ କ’ଣ ଏକାଏକା ଗଛ କାଟିପାରିବ? କାଠ କାଟିପାରିବ! ସେ ଧାରୁଆ ଲୁହାପଛରେ ଗୋଟିଏ କାଠତିଆରି ବେଂଟ ଦରକାର! ସେମିତି ପଡୋଶୀ ମୂଲକର ଆକ୍କା ଯେତେ ଦୁଷ୍ଟହେଲେ ବି ଆମଦେଶର ନାଗରିକଙ୍କ ଭିତରେ ଯଦି ତା’ର ଆଜ୍ଞାଧୀନ କିଛି ଦେଶଦୋ୍ରହୀ ଶିଷ୍ୟମାନେ ନଥାନ୍ତେ, ଆମ ନିଜଭିତରେ ଯଦି ଏକତା ଥାଆନ୍ତା ଓ ଆମେ ସମସ୍ତେ ଜଣେଜଣେ ଯଦି ସ୍ୱାଭିମାନୀ ହିନ୍ଦୁସ୍ଥାନୀ ହୋଇଥାଆନ୍ତେ ତେବେ କରୋନାର ଡର ଆମକୁ ଏପରି ଆଦୌ ଅସ୍ତବ୍ୟସ୍ତ କରୁ ନଥାନ୍ତା ।


ଏକତାର ସହଯୋଗରୁ ସମାଜର ସୃଷ୍ଠି । ଏକତ୍ରିତ ଭାବରେ ଅନେକ ଅସମ୍ଭବ କାମ ବି ସମ୍ଭବ କରିଥିବାର ଅଗଣିତ ଉଦାହରଣ ଅଛି । ଆଜି କରୋନା ଭୂତାଣୁସହ ଯୁଦ୍ଧରେ ଜିତିବା ଅସମ୍ଭବ ଜଣାଯାଉଥିଲେ ମଧ୍ୟ ଆମ ଭିତରେ ଏକତାର ଅଭାବ ଓ ପରଷ୍ପର ଭିତରେ ଅବିଶ୍ୱାସର ବାତାବରଣ କରୋନା ଭୂତାଣୁକୁ ବଳଦେଇ ଆମଦେଶର ଗୋଟିଏ ପରେ ଗୋଟିଏ ନାଗରିକର ମୁଣ୍ଡ ଗଡେଇଚାଲିଛି । ବିଶ୍ୱରେ ଅନେକ ସକ୍ଷମ ଦେଶର ମଜଭୁତ୍ ସରକାର କରୋନା ଆଗରେ ମୁଣ୍ଡନୁଆଁଇ ସାରିଲେଣି । ଆମେରିକା, ଇଟାଲୀ, ଫ୍ରାନ୍ସ, ସ୍ପେନ୍, ଇରାନ୍ ତା୍ରହି ତ୍ରାହି ଚିକôାର କରି କବରଖୋଳିବାକୁ ସମୟ ପାଉନାହାନ୍ତି । ସାମୁହିକ ଶବ ସକôାର କରାଯାଉଛି । କଫିନ୍ ଉପରେ କଫିନ ରଖାଯାଇ ମାଟି ପକାଉଛନ୍ତି । ମଣିଷ ଶବ ଗୁଡାକୁ ପଶୁଠାରୁ ବି ଅଧିକ ହିନସ୍ତା ହେବାର ଦେଖିବାକୁ ମିଳୁଛି । ଏସବୁଦେଖି ଆମେ କ’ଣ କିଛି ଶିଖିବା ଉଚିତ୍ ନୁହେଁ କି? ଆଜି ବାହୁବଳ ଶରୀରର ରୋଗ ପ୍ରତିରୋଧକ ଅପାର ଶକ୍ତି କରୋନାଆଗରେ କିଛି ନୁହେଁ, ସବୁ ତୁଚ୍ଛ । କରୋନାକୁ ପରାସ୍ତକରିବା ପାଇଁ ଆବଶ୍ୟକ କେବଳ ଗୋଟିଏ ବଳ, ତା’ହେଲା ଏକତାର ବଳ ।


ଏକତା ସହ ଆଉଗୋଟିଏ ଔଷଧ କରୋନାପାଇଁ ନିହାତି ଆବଶ୍ୟକ, ତାହା ହେଲା ଶୃଙ୍ଖଳା । ଆଜିକାଲି ପ୍ରାୟ ସମସ୍ତ ବୈଦୁ୍ୟତିକ ଗଣମାଧ୍ୟମ କରୋନା ଖବର ପାଇଁ ଦିନରାତି ସମର୍ପଣ ଭାବରେ ଅବିରତ କାମ କରୁଛନ୍ତି । ତା’ଭିତରେ ଯେମିତି ପୋଲିସଦଳଙ୍କ ଉପରେ କିଛି ମହିଳାମାନଙ୍କ ଦ୍ୱାରା ଛାତଉପରୁ ପଥର ଫିଙ୍ଗାଯିବା ଘଟଣା, ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର, ଶରୀର ଉପରକୁ ଛେପପକାଇ ଆକ୍ରମଣ କରିବା, ତାଲାବନ୍ଦିର ନିୟମକୁ ଫୁ’ରେ ଉଡେଇ ଅକାରଣ ରାସ୍ତାଘାଟରେ ବୁଲିବା, ନିଜକୁ କରୋନା ସଂକ୍ରମିତ ଥିବାର ସନେ୍ଦହ କରି ମଧ୍ୟ ଲୁଚିଛପି ଆଗକୁ ନଆସିବା, ପରୀକ୍ଷା ନକରେଇବା ଆଦି ସବୁ ବିଶୃଙ୍ଖଳା ଯୋଗୁଁ କରୋନାର କାୟା ଦିନୁଦିନ ବଢିବାରେ ଲାଗିଛି । ସରକାରଙ୍କ ଅନୁରୋଧ, ଆଇନକାନୁନ ପ୍ରତି କିଛିଲୋକଙ୍କର ତିଳେ ହେଲେ ଧ୍ୟାନ ନାହିଁ । ଏବେ ବିଶ୍ୱରେ ୨୨ଲକ୍ଷ ଲୋକ ଆକ୍ରାନ୍ତ ଏବଂ ୧ଲକ୍ଷ ୪୫ହଜାର ଏଇ କରୋନା ଭୂତାଣୁର ପ୍ରଭାବରେ ମୃତ । ଏସବୁ ଜାଣି ଯଦି ଆମେ ଆମର ବ୍ୟବହାରରେ ଶୃଙ୍ଖଳା ଆଣିବାନି ତେବେ ନିଜଗୋଡକୁ ନିଜେ କୁରାଢିରେ ହାଣିବାସହ ସମାନ ନୁହେଁ କି! ଅମୃତ ଭରା ଏକ ବିରାଟହଣ୍ଡାରେ ଯେମିତି ମାତ୍ର କେଇଠୋପା ବିଷ ଢାଳିଦେଲେ ସାରାଅମୃତକୁ ବିଷାକ୍ତ କରିଦିଏ ମାତ୍ର କେତେଜଣ ଅମଣିଷଙ୍କ ବିଶୃଙ୍ଖଳ ଆଚରଣ ପାଇଁ ଆମଦେଶ ଆଜି ବିଶ୍ୱ ଦରବାରରେ ନିନ୍ଦିତ ହେବା ସହ କରୋନା ଭୂତାଣୁ ଜନିତ ଭୟଙ୍କର ପରିସ୍ଥିତିର ସାମ୍ନା ଆଗାମୀ ଦିନରେ କରିବାକୁ ଯାଉଛି । ପ୍ରଥମଥର ପାଇଁ ରାହୁଳ ଗାନ୍ଧିଙ୍କ ଗଣମାଧ୍ୟମରେ ସିଧା କଥାବାର୍ତ୍ତାରେ ଅଳ୍ପକିଛି ବିରୋଧାଭାଷ ରହିଥିଲେ ମଧ୍ୟ ବହୁତ ପରିପକ୍ୱତା ଦେଖିବାକୁ ମିଳିଛି । ସିଏ ଏକାସାଙ୍ଗରେ ଶୃଙ୍ଖଳିତ ହୋଇ କରୋନାସହ ଯୁଦ୍ଧକରିବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ଏବଂ ସରକାରଙ୍କର ଅନେକ ପଦକ୍ଷେପ ସପକ୍ଷରେ ନିଜର ସାକାରତ୍ମକ ମତାମତ ଦେଇ ଦେଶବାସୀଙ୍କ ମନରେ ଦଳଗତ ନିର୍ବିଶେଷରେ ଏକତାର ମନ୍ତ୍ର ଫୁଙ୍କିଛନ୍ତି । ଏହା ସମସ୍ତ ରାଜନେତାଙ୍କ ପାଇଁ ଉସôାହ ବର୍ଦ୍ଧକ ସଞ୍ଜିବନି ହୋଇପାରେ । ଆଗକୁ ସରକାର ଓ ବିରୋଧୀଦଳ ଏକାଠି କାମକଲେ କରୋନାକୁ ହରେଇବା ସହଜହେବ ।
ସରକାର ଏବେ କଡାକଡି ଭାବରେ ତାଲାବନ୍ଦିକୁ ମଇମାସ ୩ତାରିଖ ପର୍ଯ୍ୟନ୍ତ ସବୁଜାଗାରେ ପାଳନ କରିବାକୁ ଅସମର୍ଥ ହୋଇ ଅପ୍ରେଲ ୨୦ ତାରିଖରେ ଏକ ସମୀକ୍ଷା ଥାକ ରଖିଛନ୍ତି, ଯେଉଁଦିନ ପରେ ଅନେକ ଜାଗାରେ ଯାନବାହାନର ଆଂଶିକ ଭାବରେ କିଛିଟା କୋହଳ କରାଯିବ । ଏହି ସୁଯୋଗରେ ଆମ ପଡୋଶୀ ଆକ୍କାଙ୍କର ମୁର୍ଖଶିଷ୍ୟମାନେ ସେହିସବୁ କୋହଳଜାଗାକୁ ଚରାଭୂଇଁକରି କରୋନା ମାହାମାରୀକୁ ସାହାୟକ ହେବାର ସମ୍ଭାବନା ବି ରହିଛି । ତେଣୁ ସେଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ସହିତ ଆମର ପ୍ରତ୍ୟେକ ଜନସାଧାରଣ ସଜାଗ୍ ରହିବା ଆବଶ୍ୟକ । କରୋନାକୁ ହରାଇବାକୁ ହେଲେ ଆମକୁ ସାହସ ଏବଂ ପ୍ରେରଣା ଦରକାର, ଯାହାକି କେବଳ ମାତ୍ର ଏକତା ବଳରେ ହିଁ ଆମେ ଦେଶବାସୀଙ୍କ ଭିତରେ ପାଇପାରିବା କଥା କେହି ଅସ୍ୱିକାର କରିପାରିବେ ନାହିଁ । ଏକତା ଦ୍ୱାରା ଅସମ୍ଭବ ବି ସମ୍ଭବ ହୁଏ, ଅନେକ ପ୍ରକାରର ବାଧାବିଘ୍ନ ସହଜରେ ଅତିକ୍ରମ କରାଯାଇପାରେ । ଶୃଙ୍ଖଳା ମଣିଷ ଭିତରେ ଆତ୍ମବିଶ୍ୱାସର ବିଜ ବପନ କରେ । ମଣିଷକୁ ନିର୍ଭୟ ପ୍ରଦାନ ପୂର୍ବକ ଅବିଶ୍ୱାସର ଭାବନା ଦୂରୀଭୂତ କରିଦିଏ । କରୋନାକୁ ହରାଇବାକୁ ଏତିକି ତ ଦରକାର । ତେଣୁ ସମସ୍ତେ ମନେରଖିବା ଉଚିତ୍ ଯେ କରୋନା ଭୂତାଣୁକୁ ସମୂଳେ ବିନାଶକରିବା ପାଇଁ ଆମ ଭିତରେ ଏକତା ଏବଂ ଶୃଙ୍ଖଲା ଦରକାର । ଏକତା ଓ ଶୃଙ୍ଖଳା ବିନା କରୋନାକୁ

Leave A Reply