Odisha news

ଲକ୍‌ ଡ଼ାଉନରେ ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି

0

ରାୟଗଡା,୧୮ ।୪(Rabindra Patkhandal)- ଲକ ଡାଉନ ଯୋଗୁଁ ରାୟଗଡା ଜିଲ୍ଲାରେ ଥିବା ସମସ୍ତ ଠିପି ବନ୍ଦ ମଦ ଦୋକାନ ଗୁଡିକୁ ସିଲ କରିଦିଆଯାଇଛି । ଯାହା ଫଳରେ ବର୍ତମାନ ରାୟଗଡା ଜିଲ୍ଲାରେ ଦେଶୀ ମଦର କାରବାର ବୃଦ୍ଧି ପାଇଛି । ଅବକାରୀ ଏବଂ ପୁଲିସ ବିଭାଗର ମିଳିତ ଚଢଉରେ ବ୍ୟାପକ ପରିମାଣରେ ମଦ ଏବଂ ପୋଚ ଜବତ କରାଯାଇ ନଷ୍ଟ କରାଯାଉଛି । ଜିଲ୍ଲାର ବହୁ ଅପହଂଚ ଇଲାକା ଏବଂ ଜଙ୍ଗଲ ମଧ୍ୟରେ ଦେଶୀ ମଦ ରନ୍ଧା ଯାଉଥିବା ନେଇ ଅବକାରୀ ଏବଂ ପୁଲିସ ବିଭାଗ ସୂଚନା ମିଳିଛୁ । ଏବଂ ସୂଚନାକୁ ଆଧାର କରି ପ୍ରଶାସନ ତରଫରୁ ମଦ ଗୁଡିକୁ ନଷ୍ଟ ମଧ୍ୟ କରାଯାଉଛି । ତେବେ ଓଡିଶା ଆନ୍ଧ୍ର ସୀମାନରେ ଏହି ଦେଶ ମଦ କାରବାର ଅଧିକ ପରିମାଣରେ ହେଉଥିବା ଜଣାପଡିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏବଂ ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦେଶ କ୍ରମେ ଅବକାରୀ ଏବଂ ପୁଲିସ ବିଭାଗର ସ୍ୱତନ୍ତ୍ର ଟିମ କୈଳାସପୁର ଏବଂ ଧାମିନିଗୁଡା ଗାଁରେ ଚଢଉ କରିଥିଲେ । ଚଢଉ ସମୟରେ ଉକ୍ତ ଗ୍ରାମରେ ବ୍ୟାପକ ପରିମାଣରେ ଦେଶୀ ମଦ ଏବଂ ମଦ ପାଇଁ ବ୍ୟବହୃତ ପୋଚକୁ ଜବତ କରିଥିଲେ । ଉଭୟ ଗାଁରୁ ୧୨୦ ଲିଟର ଦେଶୀ ମଦ ଏବଂ ୧୮୦୦ ଲିଟର ପୋଚ ଜବତ କରାଯାଉ ଉକ୍ତ ସ୍ଥାନରେ ହିଁ ମଦ ଏବଂ ପୋଚକୁ ନଷ୍ଟ କରିଦିଆଯାଇଥିଲା । ମଦ ଏବଂ ପୋଚ ରଖିବା ପାଇଁ ବ୍ୟବହୃତ ସାରଞ୍ଜମ ଗୁଡିକୁ ଜବତ କରାଯାଇଥିଲା । ତେବେ ମଦ କାବାରରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଗିରଫ କରାଯାଇନଥିବା ନେଇ ସୂଚନା ରହିଛି । ଏଥି ସହ ଗୁଣପୁର ଠାରେ ଚିନ୍ନାରୀ ମୁରଲି ନାମକ ଜଣେ ବ୍ୟକ୍ତିଙ୍କୁ ୨୦ ଲିଟର ଦେଶୀ ରଖିଥିବା ଅଭିଯୋଗରେ ଅବିକାରୀ ଆଇନ ଅନୁଯାୟୀ ଗିରଫ କରାଯାଇଛି । ସୂଚନା ମୁତାବକ ମୁରଲି ୨୦ ଲିଟର ମଦ ବିକ୍ରୀ କରିବା ନିମନ୍ତେ ନିଜ ଅଟୋରେ ଯାଉଥିବା ସମୟରେ ଗୁଣପୁର ଟାଉନ ଥାନା ଏସ.ଆଇ କେ.ସମରିୟା ଗିରଫ କରିଥିଲେ । ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରେ ଦେଶୀ ମଦ ବିକ୍ରୀ କରୁଥିବା ଅଭିଯୋଗରେ ୮୦ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହେଇଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି ।

Leave A Reply