Odisha news

୩୪ ବର୍ଷରେ ଶ୍ରୁତି

0

ଅଭିନେତ୍ରୀ ଶ୍ରୁତି ହାସନ୍‌ ୩୪ ବର୍ଷରେ ପାଦ ଥାପିଲେ । ସେ ତାମିଲ ଓ ତେଲୁଗୁ ଫିଲ୍ମ ସହିତ ହିନ୍ଦୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ । ସେ ଜଣେ ଭଲ ଗାୟିକା ମଧ୍ୟ । ଶ୍ରୁତି ସାଉଥର ପ୍ରସିଦ୍ଧ ଅଭିନେତା କମଲ ହାସଲ ଓ ଅଭିନେତ୍ରୀ ମାରିକା ଠାକୁରଙ୍କ ଝିଅ । ସେ ପ୍ରଥମରୁ ଶିଶୁ କଳାକାର ଭାବେ ଅନେକ ଫିଲ୍ମରେ ଗୀତ ଗାଇବା ସହ ୪ ବର୍ଷ ବୟସରେ କମଲ ହାସନ ନିର୍ଦ୍ଦେଶିତ ‘ହେ ରାମ୍‌’ ଫିଲ୍ମରେ ଗେଷ୍ଟ୍‌ ଆପିୟରାନ୍ସ ଦେଇଥିଲେ । ୨୦୦୯ରେ ‘ଲକ୍‌’ ଫିଲ୍ମରୁ ବଲିଉଡ୍‌ରେ ଡେବୁ୍ୟ କରିଥିଲେ । ୨୦୧୧ରେ ଆସିଥିବା ତେଲୁଗୁ ିଫିଲ୍ମ ‘ଅନାଗନାଗା ଓ ଥିରୁଡୁ’ ଏବଂ ତାମିଲ ଫିଲ୍ମ ‘୭ଓମ୍‌ ଓରିବୁ’ ପାଇଁ ସେ ଫିଲ୍ମଫେୟର୍‌ ଆୱାର୍ଡ ଫର୍‌ ବେଷ୍ଟ୍‌ ଫିମେଲ୍‌ ଡେବୁ୍ୟ ସାଉଥ୍‌ରେ ସମ୍ମାନିତ ହୋଇଥିଲେ । ସେ ବେଷ୍ଟ୍‌ ଫିମେଲ୍‌ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଆୱାର୍ଡ ମଧ୍ୟ ପାଇଛନ୍ତି । ଶ୍ରୁତି ସଙ୍ଗୀତ ନିର୍ଦ୍ଦେଶକ ଭାବେ ନିଜ କ୍ୟାରିୟର୍‌ ସ୍ଥାପିତ କରିଛନ୍ତି । ୨୦୦୯ରେ ସେ ‘ଦ ଏକ୍ସଟ୍ରାମେଣ୍ଟଲ୍‌ସ’ ନାମରେ ନିଜର ମୁ୍ୟଜିକ୍‌ ବ୍ୟାଣ୍ଡ୍‌ କରିଛନ୍ତି ।

Leave A Reply