କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଶାଳିିନୀ ପଣ୍ଡିତ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ୍-୧୯ ପରୀକ୍ଷଣ ସୁବିଧା ବୃଦ୍ଧି ପାଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତିା ସେ ମଧ୍ୟ କୋଭିଡ-୧୯ ମହାମାରୀ ପ୍ରତିହତ କରିବାରେ ନିୟୋଜିତ ଡାକ୍ତର, ସେବିକା ତଥା କର୍ମଚାରୀ, ପୋଲିସ୍ ଓ ସରକାରୀ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କ ହାର୍ଦ୍ଦିକ ସହଯୋଗ ପାଇଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତିା
କୋଭିଡ୍-୧୯ ବିରୋଧରେ ଆମର ସଂଗ୍ରାମକୁ ଅଧିକ ଦୃଢ଼ କରିବା ଉଦ୍ଦେଶ୍ୟରେ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ ଓ ଭୁବନେଶ୍ୱରସ୍ଥିିତ ଜୀବବିଜ୍ଞାନ ପ୍ରତିଷ୍ଠାନରେ କୋଭିଡ୍-୧୯ ପରୀକ୍ଷଣ ଆରମ୍ଭ ହୋଇଛିା କୋଭିଡ୍-୧୯ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇବା ଫଳରେ ଗତକାଲି ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୮୦୩ଟି କୋଭିଡ୍-୧୯ ନମୂନା ପରୀକ୍ଷା କରାଯାଇଛି ।
ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୧୯ଟି ଜିଲ୍ଲାରେ ୨୧ଟି କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟ କରୁଛି ଏବଂ ସମୁଦାୟ ଶଯ୍ୟା ସଂଖ୍ୟା-୩୬୨୦କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଅଧିକ ସଂଖ୍ୟକ କୋଭିଡ୍ ରୋଗୀ ଚିହ୍ନଟ ହେଉଥିବାରୁ ସଂକ୍ରମଣ ପ୍ରତିହତ କରିବା ଉଦ୍ଦେଶ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପ୍ରମୁଖ ଶାସନ ସଚିବ ସ୍ତରର ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଭୁବନେଶ୍ୱରରେ ତିନୋଟି ଜୋନ୍ର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି । ଉତ୍ତର, ଦକ୍ଷିଣ ପୂର୍ବ, ଦକ୍ଷିଣ ପଶ୍ଚିମ ଜୋନ୍ରେ ବିଭକ୍ତ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହି ଅଧିକାରୀମାନେ ବ୍ୟାପକ ନମୂନା ସଂଗ୍ରହ, କଣ୍ଟାକଫ ଟ୍ରେସିଙ୍ଗ୍, ସଂକ୍ରମଣ ପ୍ରତିରୋଧ ଅଞ୍ଚଳରେ ପ୍ରତ୍ୟେକ ଘରର ସର୍ଭେ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣକୁ ନିୟମିତ ଭାବେ ନିରୀକ୍ଷଣ କରିବେ ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୫୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ ସେଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ୭୦୩୪ଟି ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇଛିା ଏସବୁରେ ୧,୬୩,୫୨୮ ଶଯ୍ୟାର ବ୍ୟବସ୍ଥା ରହିଛିା
ଆଜି ରାଜ୍ୟର ୫୩୮୭ ଗ୍ରାମ ପଞ୍ଚାୟତରେ ୩,୨୭,୯୪୨ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୩ ଟି ପୌରାଞ୍ଚଳରେ ୩୩,୮୧୬ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୧୪ରୁ ଅପ୍ରେଲ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୪୭ଟି ମାମଲା ଦାୟର
କରାଯାଇଛିା ସେଥିରୁ ୧୩୧ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ, ୩ଟି ଗୁଜବ ସୃଷ୍ଟି ଏବଂ ୧୦ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୧୦୯ ଜଣଙ୍କୁ ଗିରଫ କରାଯାଇଛି ।
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୫୫୩୭ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ୧୮ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତିା
ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଥିବାବେଳେ ୪୧ ଜଣ ଚିକିତ୍ସିତ ହେଉଛନ୍ତିା
ଆଜି ୧୧୩ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତିା