Odisha news

ରାୟଗଡା ଜିଲ୍ଳା ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉରେ ଚୋରାରେ ମଦ ବିକ୍ରି କରୁଥିବା ମାଫିଆଙ୍କୁ ସାବାଡ୍ କରିବାରେ ସଫଳ

0

ରାୟଗଡା,୧୫ ।୪ (Rabindra patkhandal)ଲକଡାଉନ ସମୟରେ ନିୟମ ଉଲଂଘନ କରି ଚୋରାରେ ମଦ ବିକ୍ରି କରୁଥିବା ମାଫିଆଙ୍କୁ ସାବାଡ୍ କରିବାରେ ସଫଳ ହେଲେ ଜିଲ୍ଳା ପୋଲିସ ଓ ଅବକାରୀ ବିଭାଗ । ଏହି ଦୁଇ ବିଭାଗ ଏକତ୍ରିତ ହୋଇ ଧରପଗଡ କରାଯାଇ ବିପୁଳ ମାତ୍ରାରେ ମଦ ସାମଗ୍ରୀ ଜବତ କରି ଅଭିଯୁକ୍ତମାନଙ୍କ ବିରୋଧରେ ୧୧୩ଟି ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ଼ଃ ଶର୍ବଣା ବିବେକ ଏମ.ଙ୍କ ନିର୍ଦ୍ଦେଶ କ୍ରମେ ଗତ ମାର୍ଚ୍ଚ ମାସ ୧୩ ତାରିଖରୁ ଚଳିତ ଏପ୍ରିଲ ମାସ ୧୩ ତାରିଖ ୧ମାସ ମଧ୍ୟରେ ରାୟଗଡା ଜିଲ୍ଳାର ୧୬ଟି ଥାନା ଅଧୀନରେ ଅବକାରୀ ଚଢାଉ କରାଯାଇଥିଲା ।

ରାୟଗଡା ଥାନାରେ ୭ଟି, ଶେଷଖାଲରେ ୪ଟି, ଚାନ୍ଦିଲିରେ ୯ଟି, କେ.ସିଙ୍ଗପୁରରେ ୮ଟି, କାଶିପୁରରେ ୪ଟି, ଟିକିରିରେ ୨ଟି, ଦୋରାଗୁଡାରେ ସର୍ବାଧିକ ୧୧ଟି, ମୁନିଗୁଡାରେ ୭ଟି, ଅମ୍ବାଦଳାରେ ୪ଟି, ଗୁଣପୁରରେ ୬ଟି, ଗୁଡାରୀରେ ୨ଟି ଓ ଅଣ୍ଡିରାକଂଚ, ବିଷମକଟକ, ଚନ୍ଦ୍ରପୁର, ପଦ୍ମପୁର ଓ ପୁଟାସିଂ ଥାନାରେ ଗୋଟିଏ ଲେଖାଁଏ ସମୁଦାୟ ୬୯ଟି ଅବକାରୀ ମାମଲା ଜିଲ୍ଳା ପୋଲିସ ତରଫରୁ ରୁଜୁ କରାଯାଇ ୬୯ଜଣ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ୮୩୯.୯ଲିଟର ଦେଶୀ ରନ୍ଧାମଦ, ୫୬.୨ଲିଟର ବାହାର ଭାଟି ଦେଶୀ ମଦ, ୭୦ଲିଟର ସଲପ ତାଡି ଓ ୧୨୪.୯୦୫ଲିଟର ବିଦେଶୀ ମଦ ଜବତ କରାଯାଇଛି ।

ସେହିପରି ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ତତ୍ୱାବଧାନରେ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଗତ ମାର୍ଚ୍ଚ ୨୪ତାରିଖରୁ ଏପ୍ରିଲ ୧୩ତାରିଖ ଲକଡାଉନ ସମୟ ମଧ୍ୟରେ ୪୪ଟି ମାମଲା ରୁଜୁ କରାଯାଇ ୧୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୧୦୦୩ ଲିଟର ଦେଶୀ ରନ୍ଧାମଦ ଓ ୪୦ଲିଟର ସଲପ ତାଡି ଜବତ କରାଯାଇଥିବା ବେଳେ ୧୧ହଜାର ୭୨୫ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି । ଜବତ ହୋଇଥିବା ମଦ ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୨ଲକ୍ଷ ୮୦ହଜାର ୧୭୫ଟଙ୍କା ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ରାୟଗଡ ଜିଲ୍ଳାର କାଶିପୁର ଅବକାରୀ ଥାନାରେ ୩ଟି, ରାୟଗଡରେ ୭ଟି, କେ.ସିଙ୍ଗପୁରରେ ୩ଟି, ଗୁଣପୁରରେ ୪ଟି ଗୁଡାରୀରେ ସର୍ବାଧିକ ୧୨ଟି ଓ ବିଷମକଟକ ଥାନାରେ ୫ଟି ଓ ଜିଲ୍ଳା ମୋବାଇଲ ୟୁନିଟ୍ ୩ ଟି ମାମଲା ରୁଜୁ ହୋଇଛି ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

Leave A Reply