Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ, ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

ଭୁବନେଶ୍ୱର : ୧୭ ଅପ୍ରେଲ,୨୦୨୦ :  ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା
ବିଜୁବାବୁଙ୍କ ମନ୍ତ୍ର ଥିଲା: ଯାହା ଲୋକଙ୍କ ସେବା ପାଇଁ ଆମକୁ ସର୍ବଦା ଅନୁପ୍ରାଣିତ କରିଆସିଛିା ପୁଣ୍ୟାତ୍ମା, ଓଡ଼ିଶାର ବରପୁତ୍ର ଓ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ମର୍ମରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତିା
 କୋଭିଡ୍‍-୧୯ ବିରୁଦ୍ଧରେ ସଂଗ୍ରାମକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପୁରୀଠାରେ ୨୦୦ ଶଯ୍ୟାବିଶିଷ୍ଟ କୋଭିଡ୍‍-୧୯ ହସ୍‍ପିଟାଲ୍‍ ଆରମ୍ଭ ହୋଇଛିା ଓଡ଼ିଶା ଖଣି ନିଗମର ସହାୟତାରେ ଅତି କମ୍‍ ସମୟ ମଧ୍ୟରେ ଏହି ହସ୍‍ପିଟାଲ୍‍ ପ୍ରସ୍ତୁତ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତିା
 କୋଭିଡ୍‍-୧୯ ପରିସ୍ଥିତିରେ ଭୁବନେଶ୍ୱର ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାର ଭୁବନେଶ୍ୱରକୁ କରୋନା ମୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଏବଂ ଆଗାମୀ ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ଏହା ଫଳରେ ଭୁବନେଶ୍ୱର ସହରରେ ନମୁନା ପରୀକ୍ଷା ହାର ଦେଶର ଅନ୍ୟ ସହର ତୁଳନାରେ ସର୍ବାଧିକ ହେବା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସରକାର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତିା କେଉଁମାନଙ୍କର ନମୁନା ପରୀକ୍ଷା ହେବ ସେଥିପାଇଁ ଆଇସିଏମ୍‍ଆର୍‍ର ନିର୍ଦ୍ଦେଶନାମା ଅନୁସାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମ୍ବେଦନପ୍ରବଣ ବର୍ଗଙ୍କ ତାଲିକା ପ୍ରସ୍ତୁତ କରାଯାଇଛିା
କ) ଏଥିପାଇଁ ସମସ୍ତ ପ୍ରକାର ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛିା ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ଜୋନ୍‍ଓ୍ୱାରୀ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛିା
ଖ) ସେ୍ୱଚ୍ଛାକୃତ ଭାବେ ନମୁନା ପରୀକ୍ଷଣ ପାଇଁ ଲୋକେ ଆଗେଇ ଆସିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ୍‍ ତି୍ରପାଠୀ ଅନୁରୋଧ କରିଛନ୍ତିା
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
ଗ) ଏଥି ପାଇଁ ସେ ବିଭିନ୍ନ ନାଗରିକ କଲ୍ୟାଣ କମିଟି, ପୂଜା କମିଟି, ସାହିବସ୍ତିର ମୁଖିଆ ତଥା ନେତୃବୃନ୍ଦଙ୍କୁ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତିା
ଘ) ଏହି ନମୁନା ସଂଗ୍ରହଣ କାର୍ଯ୍ୟରେ ସହଯୋଗ ନକଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୋ
 ଭାରତୀୟ ମହାମାରୀ ଆଇନ୍‍ ୧୮୯୭ ଆଧାରରେ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରି ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ଏକ ଅପରାଧ ଭାବେ ଘୋଷଣା କରିଛନ୍ତିା ଏଥିରେ ଜରିମାନାର ବ୍ୟବସ୍ଥା ରହିଛିା ଉଲ୍ଲଂଘନକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ୍‍ସ୍ତରୀୟ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ପୌରାଞ୍ଚଳ ଓ୍ୱାର୍ଡ ଅଧିକାରୀଙ୍କ ସମେତ ପୁଲିସ୍‍ କର୍ମଚାରୀମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛିା
 କୃଷି ଓ କୃଷିଜନିତ ସମସ୍ୟାର ସମାଧାନ ତଥା କୃଷକମାନଙ୍କ ସହାୟତା ନିମନ୍ତେ କୃଷି ଓ କୃଷକ ସଶକ୍ତିକର ଣ ବିଭାଗ ତର ଫ ରୁ ଆମ କୃଷି ଲାଇଭ୍‍ କ ଲ ୍‍ ସେଣ୍ଟର ନଂ-୧୮୦୦୧୦୨୫୧୬୬ ଜାରି କରାଯାଇଛିା ଏହି ନମ୍ବରଟି ପ୍ରତ୍ୟହ ଦିନ ୧୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ସୋମବାରରୁ ଶନିବାର ପର୍ଯ୍ୟନ୍ତ ଖୋଲା ରହିବା ଅନ୍ୟ ସମୟରେ ଚାଷୀଭାଇମାନେ ସେମାନ ଙ୍କ ସମସ୍ୟାକୁ କ ଲ ୍‍ ସେଣ୍ଟର ରେ ରେକର୍ଡ
କରିପାରିବେ ଏବଂ “ଆମ କୃଷି’ ଟିମ୍‍ ଚବିଶ ଘଣ୍ଟା ମଧ୍ୟରେ ସେମାନ ଙ୍କ ପାଖରେ ପହ ଞ୍ଚିବୋ
 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭,୫୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୮୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହ ଣ ପାଇଁ ଶ୍ରମଜୀବୀ ସହାୟତା କ ଲ ୍‍ ସେଣ୍ଟର ଟୋଲ ୍‍ ଫି -୧୮୦୦୩୪୫୬୭୦୩ ଜାରି କରାଯାଇଛିା
 ଆଜି ରାଜ୍ୟର ୫୪୧୧ ଗ୍ରାମ ପଞ୍ଚାୟତରେ ୩,୩୬,୬୦୧ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୩ ଟି ପୌରାଞ୍ଚଳରେ ୩୬,୪୧୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୧୬ରୁ ଅପ୍ରେଲ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୨୨ଟି ମାମଲା ଦାୟର କରାଯାଇଛିା ସେଥିରୁ ୧୧୭ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୧ଟି ଗୁଜବ ସୃଷ୍ଟି ପାଇଁ ଏବଂ ୪ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୨୫୨ ଜଣଙ୍କୁ ଗିରଫ କରାଯାଇଛି ।
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୭୫୭୭ଟି ନମୁନା କୋଭିଡ୍‍-୧୯ ପରୀକ୍ଷା କରାଯାଇଛିା
 ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
 ୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
 ଜଣେ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
 ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪୦ ରହିଛିା
 ୧୦୪ ଜଣ ହସ୍‍ପିଟାଲ୍‍ ଆଇସୋଲେସନ୍‍ରେ ଅଛନ୍ତିା

Leave A Reply