Odisha news

ବୋରିଗୁମ୍ମା: ସାମାଜିକ ଦୂରତା ମଧ୍ୟରେ ମନରେଗା କାର୍ଯ୍ୟ ଆରମ୍ଭ।

0

ବୋରିଗୁମ୍ମା : କରୋନା ଭାଇରସ ଯୋଗୁଁ ସାରା ଦେଶରେ ୨୧ ଦିନିଆ ଲକ ଡାଉନ ଘୋଷଣା ପରେ ସମସ୍ତ ବିକାଶ ମୂଳକ କାର୍ଯ୍ୟ ଏପ୍ରିଲ, ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଯାହା ଫଳରେ ଦିନ ମଜୁରିଆ, ମନରେଗା ଶ୍ରମିକ ଓ ନିର୍ମାଣ ଶ୍ରମିକ ମାନେ କୌଣସି କାମ ପାଇଲେ ନାହିଁ। ପୁଣି ଦ୍ଵିତୀୟ ପର୍ଯ୍ୟାୟ ୧୯ ଦିନିଆ ଲକ ଡାଉନ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିୟମ ରେ କିଛି କୋହଳ କରିଛନ୍ତି। ମନରେଗା କାର୍ଯ୍ୟ ଚାଲୁରହିବ ବୋଲି ସରକାର ଘୋଷଣା କରିଛନ୍ତି। ଏଥିସହ ଅନ୍ୟାନ୍ୟ କାର୍ଯ୍ୟ କୁ ସରକାର କୋହଳ ଘୋଷଣା କରିଛନ୍ତି। କିନ୍ତୁ ସମସ୍ତ କାର୍ଯ୍ୟ ସାମାଜିକ ଦୂରତ୍ୱ ରହିବା ଆବଶ୍ୟକ ବୋଲି କହିଥିଲେ। ସରକାର ଙ୍କ ଘୋଷଣା ପରେ ବୋରିଗୁମ୍ମା ବ୍ଲକରେ ସାମାଜିକ ଦୂରତ୍ୱ ମଧ୍ୟରେ ମନରେଗା କାର୍ଯ୍ୟ ଆରମ୍ଭ ହୋଇଛି। ବ୍ଲକ ର ୩୧ ଗୋଟି ପଞ୍ଚାୟତ ମଧ୍ୟରୁ ବହୁ ପଂଚାୟତ ରେ ମନରେଗା ଆରମ୍ଭ ହୋଇଥିବା ବ୍ଲକ ବିଡିଓ ପ୍ରଣୟ ରଞ୍ଜନ ବେହେରା ସୂଚନା ଦେଇଛନ୍ତି। ମନରେଗା କାର୍ଯ୍ୟରେ କୂଅ, ପୋଖରୀ ଓ ରାସ୍ତା କାମ ଚାଲୁ ରହିଛି।ଦୀର୍ଘ ୨୧ ଦିନ ପରେ ମନରେଗା କାର୍ଯ୍ୟ ଆରମ୍ଭ ହୋଇଥିବାରୁ ମନରେଗା ଶ୍ରମିକ ମାନେ ଖୁସିବ୍ୟକ୍ତ କରିଛନ୍ତି। ମନରେଗା ରେ ଯେଉଁ ପ୍ରକଳ୍ପ ଅଧାପନ୍ତରିଆ ଥିଲା , ସେହି ପ୍ରକଳ୍ପ ଗୁଡିକୁ ଶେଷ କରାଯିବ ବୋଲି ବିଡିଓ କହିଛନ୍ତି। ସବୁ କ୍ଷେତ୍ରରେ ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେବା ସହ ଶ୍ରମିକ ମାନେ ମାସ୍କ ପିନ୍ଧି କାମ କରୁଥିବା ଦେଖାଦେଇଛି।

Leave A Reply