Odisha news

କୋରନା ଲଢେଈରେ ବିଛ୍ଛିନ୍ନାଞ୍ଚଳକୁ ନିଜେ ଯାଇ ପହଞ୍ଚିଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ଦେବକୀ ନାୟକ।

0

ତେନ୍ତୁଳିଖୁଣ୍ଟି:- କରୋନା ମହାମାରୀର ଯୁଦ୍ଧକୁ ନେଇଁ ସରକାର ବେଶ ଚିନ୍ତିତ ଥିଲା ବେଳେ, ଲୋକଙ୍କ ପାଖରେ ସହାୟତା ପହଞ୍ଚେଇବାକୁ ଚେଷ୍ଟା କରିଛନ୍ତି। ଏଭଳି ଉତ୍କଟ ସମୟରେ ଅନେକ ନିଜ ନିଜର ମାନବିକତା ଦେଖାଇ ଆସୁଛନ୍ତି। ସେଇଭଳି  ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ଦେବକୀ ନାୟକଙ୍କ ନେତୃତ୍ତ୍ବରେ ଆଜି ନବରଙ୍ଗପୁର ଜିଲ୍ଲା ବିଛ୍ଛିନ୍ନାଞ୍ଚଳର ଜନସାଧାରଣଙ୍କୁ କରୋନା ସଚେତନତାର ବାର୍ତ୍ତା ପହଞ୍ଚେଇବା ସହ ସରକାରଙ୍କ ସମସ୍ତ ସାହାଯ୍ୟ ଓ ସହୋଯୋଗ ଯୋଗାଈ ଦେଈ ଥିଲେ। ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ବିଛ୍ଛିନ୍ନାଞ୍ଚଳ ଗାଁ ଭାବେ ତଲଙ୍ଗ, ଗୁରୁମାଈଗୁଡା, ଝୋଲାଗୁଡା, ମଙ୍ଗରଦୋରା, ବାଘରା ୫ଟି ଗାଁର ୧୯୩ ପରିବାରକୁ ପଡିକାର୍ଡ ଅନୁଯାୟୀ ୧୦୦୦ ଟଙ୍କା, ଶ୍ରମ ପରିଚୟ ପତ୍ର ଦ୍ବାରା ୮ ଜଣଙ୍କୁ ୧୫୦୦ ଟଙ୍କା, ୧୨୦ ଜଣ ବୃଦ୍ଧା ବିଧବା ଭତ୍ତା ୩ ମାସର ଲେଖାଏଁ ପ୍ରଦାନ କରାଯାଈଥିଲା। ଏହା ସହିତ ପ୍ରତୈକ ପରିବାରକୁ ଆଗୁଆ ୩ ମାସର ଚାଉଳ ଦିଆଯାଈଥିଲା। କରୋନା ମୁକାବିଲା ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା   ଯୋଜନା ଲାଭ ଯେପରି ଲୋକଙ୍କ ପାଖରେ ଉପଲବ୍ଧ ହେବ ଓ ସହଜରେ ଗ୍ରହଣ କରିପାରିବେ, ତାହାକୁ ନେଇଁ ଅଧ୍ୟକ୍ଷା ନିଜେ ଉପସ୍ଥିତ ରହି ଲୋକଙ୍କୁ ସାହାଯ୍ୟ କରିଥିଲେ। ଅସୁବିଧା ଦୃଷ୍ଟିରୁ ବୋଟ ଦ୍ବାରା ୧୨୬ କୁଣ୍ଟାଲ ଚାଉଳ ବୋଝେଈ କରାଯାଈ ପାହାଡର ଅଙ୍କାବଙ୍କା ଚଲାପଥକୁ ଡେଇଁ ଗାଁ ମାନଙ୍କରେ ପହଞ୍ଚାଈ ଦିଆଯାଇଥିଲା। ନିଜ ଅଞ୍ଚଳ ଛାଡି ନ ଯିବା, ହାତକୁ ବାରମ୍ବାର ସଫା କରିବା, ଗରମ ପାଣି ବ୍ୟବହାର କରିବା, ମୁହଁରେ ଗାମୁଛା ଘୋଡେଇବା, ସାମାଜିକ ଦୂରତା ରକ୍ଷା କରିବା, ଛୋଟ ଛୋଟ ପିଲା ଓ ମା ମାନେ ବିଶେଷ କରି ଯତ୍ନର କିଭଳିେ ରହିବା ଲୋକଙ୍କୁ ବୁଝାଈ ଥିଲେ। ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ, ମଞ୍ଚାଗାଁ ସମିତି ସଭ୍ୟ ପଦ୍ମନ ନାୟକ, ତ୍ରିନାଥ ନାୟକ, ବ୍ଲକ ମଙ୍ଗଳ ଅଧିକାରୀ ଜଗମୋହନ ମାଝୀ, ଅନୁଗ୍ରହପାତ୍ର ଚେଟ୍ଟି, ଖିରବନ୍ଧୁ ପୁଜାରୀ, ବଳରାମ ହରିଜନ, ମୃତ୍ୟୁଞୟ ନାୟକ ପ୍ରମୂଖ ଉପସ୍ଥିତ ରହି ବ୍ୟବସ୍ଥା ପରିଚାଳନା କରିଥିଲେ। ବ୍ଲକ ବିଜେଡି ସଭାପତି ଓ ଅଧ୍ୟକ୍ଷାଙ୍କ ବିଛ୍ଛିନାଞ୍ଚଳରେ ଏଭଳି ସମୟରେ ଜନସାଧାରଣଙ୍କ ନିକଟରେ।

Nalco
Leave A Reply