ରାୟଗଡା : ଆଜି ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକ ଡ଼ାଉନ ସ୍ଥିତି ଅନୁଧ୍ୟାନ କରିଛନ୍ତି ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ସଫିନ ଅହମ୍ମଦ । ରାୟଗଡା ଓ ଚାନ୍ଦିଲି ଥାନା ଅଂଚଳରେ ଡିଆଇଜି ବୁଲି ଦେଖିବା ସହିତ ଲୋକଙ୍କୁ ସଚେତନ କରିଥିଲେ । ସାମାଜିକ ଦୂରତା ବଜାୟ ରଖିବା ସହ ବ୍ୟବସାୟୀମାନେ ନିଜର ବ୍ୟବସାୟ ସମୟରେ ଗ୍ରାହକଙ୍କ ପ୍ରତି ଧ୍ୟାନ ଦେବାପାଇଁ କହିଥିଲେ । ନିଜ ଦୋକାନରେ ଗହଳି ନକରିବା ପାଇଁ ବ୍ୟବସାୟୀଙ୍କୁ କହିଥିଲେ । ସାମାଜିକ ଦୂରତା ବଜାୟ ରଖି ନିଜ ଘରେ ରହିଲେ କୋଭିଦ୧୯ ଭୁତାଣୁକୁ ଦୂରେଇ ହେବ ବୋଲି ଡିଆଇଜି କହିଛନ୍ତି । ଏଣେ ପୁଲିସର କାର୍ଯ୍ୟ କିଭଳି ଚାଲିଛି ତାହା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସମ୍ମୀକ୍ଷା କରିଥିଲେ । ଡୁ୍ୟଟିରେ ନିୟୋଜିତ ଯବାନଙ୍କୁ ନିଜେ ସୁରକ୍ଷିତ ରହି ଲୋକଙ୍କୁ ସୁରକ୍ଷା ଦେବାପାଇଁ ପରାମର୍ଶ ଦେଇଥିଲେ । ରାୟଗଡା ସହରର ବିଭିନ୍ନ ବଜାର ସହ ଜେକେପୁର ଓ ଚାନ୍ଦିଲି ସ୍ଥିତି ବୁଲି ଦେଖିଥିଲେ । ଏହାପରେ ସାମ୍ବାଦିକଙ୍କୁ ସୂଚନା ଡିଆଇଜି କହିଥିଲେ ଯେ, ରାୟଗଡା ଜିଲ୍ଲାରେ କରୋନା ସ୍ଥିତି ଠିକ ରହିଛି । ତଥାପି ଅଧିକ ସତର୍କ ରହିବା ଆବଶ୍ୟକ । ପୁଲିସ ମଧ୍ୟ ନିଜ କାର୍ଯ୍ୟ ଠିକରେ ତୁଲାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଏହି ଲକ ଡାଉନ ଆମ ପାଇଁ ବହୁତ ଭଲ କାରଣ ସାମାଜିକ ଦୂରତା ରଖିବା ଦ୍ୱାରା ଏହି ଭୁତାଣୁ ବ୍ୟାପିବ ନାହିଁ । ବର୍ତ୍ତମାନ ଆମ ଅଞ୍ଚଳରେ ଏହି ଚିହ୍ନଟ ହୋଇନାହିଁ ତଥାପି ଆମେ ବହୁ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜିଙ୍କ ସହିତ ଏସପି ଶର୍ବଣା ବିବେକ. ଏମ ଉପସ୍ଥିତ ରହିଥିଲେ ।