Odisha news

କରୋନା ଭୂତାଣୁ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

 ରୋଗ ନିରୀକ୍ଷଣ ଦଳ ସମସ୍ତ ସମ୍ଭାବ୍ୟ କୋଭିଡ୍‍-୧୯ ପଜିଟିଭ୍‍ କେସ୍‍ର ଅନୁସନ୍ଧାନ ଜାରି ରଖିଛନ୍ତି ଏବଂ ସଂକ୍ରମଣ ପ୍ରତିରୋଧ ଜୋନ୍‍ଗୁଡ଼ିକରେ ଘରକୁ ଘର ବୁଲି ନିରୀକ୍ଷଣ କାର୍ଯ୍ୟ ଚଳାଇଛନ୍ତିା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ଅନୁସନ୍ଧାନ, ଚିହ୍ନଟ ଓ ପରୀକ୍ଷଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ରାଜ୍ୟ ବାହାରୁ ଏହି ସଂକ୍ରମଣ ଆସିଥିବା ଜଣାପଡ଼ିଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‍ କୁମାର ତି୍ରପାଠୀ ପ୍ରକାଶ କରିଛନ୍ତିା
 ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁଯାୟୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୌର କର୍ତ୍ତ ୃପକ୍ଷ/ଜିଲା୍ଲ ପ୍ରଶାସନ ବିଭିନ୍ନ ଅଞ୍ଚଳକୁ ସଂକ୍ରମଣ ପ୍ରତିରୋଧ ଜୋନ୍‍ ଘୋଷଣା କରିବୋ
 “ସଟ୍‍ ଡାଉନ୍‍’ ପରେ ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନବଜାରରେ ଗହଳି ନକରିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛିା ସମସ୍ତଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅନୁରୋଧ କରାଯାଇଛିା
 ଆଜି ରାତି ୯ଟାରୁ ୯ଟା ୯ ମିନିଟ୍‍ ପର୍ଯ୍ୟନ୍ତ ସେ୍ୱଚ୍ଛାକୃତ ଭାବରେ ଆଲୁଅ ଲିଭାଇବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତିା ଆମର ଗ୍ରିଡ୍‍ ବ୍ୟବସ୍ଥାକୁ ସ୍ଥିର ରଖିବା ପାଇଁ ଜନସାଧାରଣ ନିଜ ଘରେ ପଙ୍ଖା, ରେଫିଜରେଟର, ଟିଭି, ଏସି, କମ୍ପୁ୍ୟଟର ଓ ଲିଫଫ ଇତ୍ୟାଦିକୁ ସୁଇଚ୍‍ ଅନ୍‍ ଅବସ୍ଥାରେ ରଖିବା ପାଇଁ କୁହାଯାଇଛିା ସମସ୍ତ ବିଜୁଳି ବତୀ ଲିଭାଇବାର ଆବଶ୍ୟକତା ନାହିାଁ ହସ୍‍ପିଟାଲ୍‍, ପୋଲିସ୍‍, ପୌରସଂସ୍ଥା ଓ ଜନସେବା ସଂସ୍ଥାଗୁଡ଼ିକ ପରି ଅତ୍ୟାବଶ୍ୟକ ସେବାଗୁଡ଼ିକରେ ସୁଇଚ୍‍ ଅନ୍‍ ରହିବା ରାସ୍ତା କଡ଼ ଆଲୁଅ ବ୍ୟବସ୍ଥା ଜାରି ରହିବା ମେନ୍‍ ସୁଇଚ୍‍କୁ ସୁଇଚ୍‍ ଅନ୍‍ ଅବସ୍ଥାରେ ରଖିବାକୁ ହେବା
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
 ଆଜି ରାଜ୍ୟର ୫୨୫୨ ଗ୍ରାମ ପଞ୍ଚାୟତରେ ୩,୨୬,୯୩୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୦୭ଟି ପୌରାଞ୍ଚଳରେ ୨୫,୨୦୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ୬୮୨୯ଟି ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇଛିା ଏସବୁରେ ୧,୫୮,୮୨୯ ଶଯ୍ୟାର ବ୍ୟବସ୍ଥା ରହିଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୪ରୁ ଅପ୍ରେଲ ୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୦୩ଟି ମାମଲା ଦାୟର କରାଯାଇଛିା ସେଥିରୁ ୧୮୫ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍‍
କ୍ୱାରାଣ୍ଟାଇନ୍‍ ଉଲ୍ଲଂଘନ ଓ ୧୫ଟି କୋଭିଡ୍‍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତା ବିଭିନ୍ନ ଉଲ୍ଲଂଘନ ଅଭିଯୋଗରେ ୨୫୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛିା ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୬୯୯ଟି ନମୁନା କୋଭିଡ୍‍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୩ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା
 ଆଜି ଚିହ୍ନଟ ହୋଇଥିବା ୨ ଜଣ ପଜିଟିଭ୍‍ଙ୍କ ମଧ୍ୟରୁ କପିଳ ପ୍ରସାଦର ଜଣେ ୭୦ ବର୍ଷ ବୟସ୍କ ଓ ଅନ୍ୟ ଜଣଙ୍କ ବମିଖାଲ ଅଞ୍ଚଳର ୨୯ ବର୍ଷ ବୟସ୍କ ଯୁବକ ଅଟନ୍ତିା ପ୍ରଥମ ଜଣଙ୍କ ମାର୍ଚ୍ଚ ୨୨ରେ ଅଷ୍ଟ୍ରେଲିଆରୁ ଫେରିଥିଲୋ ଅନ୍ୟ ଜଣଙ୍କର ରାଜ୍ୟ ବାହାରକୁ ଗସ୍ତ ଇତିହାସ ରହିଛିା
 କୋଭିଡ୍‍-୧୯ ପଜିଟିଭ୍‍ଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୬ ଜଣ, କଟକରୁ ଜଣେ, ପୁରୀରୁ ଜଣେ, କଳାହାଣ୍ଡିରୁ ଜଣେ ଓ ଯାଜପୁରରୁ ଜଣେ ଏବଂ ଭଦ୍ରକରୁ ୩ ଜଣ ଅନ୍ତର୍ଭୁକ୍ତା
 ଆଜି ୭୫ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‍ବାସରେ ଅଛନ୍ତିା

Leave A Reply