ଢ଼େଙ୍କିକୋଟ ଠାରେ ଥିବା ଶ୍ରୀ ରାମ ନବମୀ ପୁଜା କମିଟି ତରଫରୁ ଆଜି ଏକ ମlହେନ୍ଦ୍ର ବେଳାରେ ପୁଜା ପାଇଁ ମାଟି ଅନୁକୂଳ କରାଯାଇଛି l ଆଜି ଠାରୁ ପୁଜାପାଇଁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯିବ l କର୍ତ୍ତା ଭାବେ କମିଟିର ଶଙ୍କର୍ଷଣ ନାଏକ ଯୋଗଦାନ କରିଥିଲେ l ପୂଜକ ମଣ୍ଟୁ ନନା ମାଟି ଉଠାଯାଇଥିବା ସ୍ତାନ କେଲଦୁମା ଠାରେ ଯଥାବିଧି ପୁଜାର୍ଚନା କରିଥିଲେ l ଘଣ୍ଟ ଘଣ୍ଟା, ହରିବୋଲ,ହୁଳହୁଳୀ ଓ ବାଦ୍ୟର ଶବ୍ଦ ମଧ୍ୟରେ ଉକ୍ତ ପବିତ୍ର ସ୍ତାନରୁ ମାଟି ଅଣାଯାଇଥିଲା l କମିଟି ଚଳିବ ବର୍ଷକୁ ମିଶାଇ ୩୧ତମ ବାର୍ଷିକ ଉଚ୍ଛବ ପାଳନ କରିବାକୁ ଯାଉଛି l ଆଜିର ଏହି ପବିତ୍ର କାର୍ଯ୍ୟକ୍ରମରେ କମିଟିର ସଭାପତି ରାଜ କିଶୋର ସlହୁ, କାର୍ଯ୍ୟକାରୀ ସଭାପତି କୃପାସିନ୍ଧୁ ଦଳେଇ,ସମ୍ପାଦକ ମକରଧୋଜ ସlହୁ, କୋଷାଧ୍ୟକ୍ଷ ତୃପ୍ତି ରଂଜନ ସlହୁ, ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ l ଚଳିତବର୍ଷ କାର୍ଯକ୍ରମ କୁ ଅଧିକ ସରସସୁନ୍ଦର ଭାବେ କରାଯିବ ବୋଲି କମିଟି ତରଫରୁ ସୁଚନା ମିଳିଛି l