ଓଡ଼ିଶା ଗସ୍ତର ତୃତୀୟ ଦିନରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ଧଉଳି ଶାନ୍ତି ସ୍ତୁପ, ସମ୍ରାଟ ଅଶୋକଙ୍କ ଶିଳାଲେଖ ପରିଦର୍ଶନ କଲେ ଶ୍ରୀଲଙ୍କା ଅଧିକାରୀମାନେ
ଭୁବନେଶ୍ୱରSuvendra Pattanaik : ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କାର ଲୋକସମ୍ପର୍କ ଅଧିକାରୀମାନେ ଆଜି ତୃତୀୟ ଦିନରେ ଓଡ଼ିଶାର ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ପରେ ପରେ ସମ୍ରାଟ ଅଶୋକଙ୍କ ଶିଳାଲେଖ ଓ ଧଉଳି ଶାନ୍ତି ସ୍ତୁପ ପରିଦର୍ଶନ କରିଥିଲେ । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ବିଷୟରେ ଜ୍ଞାନ ଆହରଣ କରିଥିଲେ । ଓଡ଼ିଶାର ପରିବେଶ, ଖାଦ୍ୟପେୟ ଓ ବୌଦ୍ଧ କୀର୍ତ୍ତିରାଜି, ଧର୍ମ ପରମ୍ପରା ସହିତ ଶ୍ରୀଲଙ୍କାର ସାମଞ୍ଜସ୍ୟ ଦେଖି ନିଜର ଖୁସିକୁ ଅଭିବ୍ୟକ୍ତ କରିଥିଲେ । ଆଜିର ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ନିକଟତର କରିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ଏହି ଗସ୍ତ ସମୟରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅଧିକାରୀମାନେ, ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ, ଟୁର୍ ଗାଇଡ଼ମାନେ ମଧ୍ୟ ସାମିଲ ଥିଲେ ।