Odisha news

ଯେତେ ରୋଜଗାର କଲେ ମଧ୍ୟ ପାଖରେ ରହୁନାହିଁ ପଇସା, ଆଜି ହିଁ ଶ୍ରୀଯନ୍ତ୍ର ରେ କରନ୍ତୁ ଏହି ଉପାୟ

0

ଅନେକ ସମୟରେ ଶତ ଚେଷ୍ଟା ସତ୍ୱେ ଯେତେ ପରିଶ୍ରମ କରି ପଇସା ରୋଜଗାର କଲେ ମଧ୍ୟ ପାଖରେ ପଇସା ରହି ନଥାଏ l ପଇସା ହାତରୁ ପାଣିଭଳି ଖର୍ଚ୍ଚ ହୋଇଯାଇ ଥାଏ l ଯାହାକୁ ନେଇ ଆମେ ଅନେକ ସମୟରେ ଚିନ୍ତାର ଶିକାର ହୋଇଥାଉ l ତେଣୁ କିଭଳି ଆମେ ପଇସାକୁ ସଂଗ୍ରହ କରି ରଖିପାରିବା ସେଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛିଟା ଉପାୟ କୁହାଯାଇଛି l

* ଶାସ୍ତ୍ର ଅନୁସାରେ ଘରର ଉତର ଦିଗରେ ଗୋଟିଏ କୁବେର ଯନ୍ତ୍ର ସ୍ଥାପନା କରନ୍ତୁ , ଏହାଛଡା ପ୍ରତିଦିନ ଏହି କୁବେର ଯନ୍ତ୍ରକୁ ବିଧିବଧ ଭାବରେ ପୂଜାର୍ଚନା କରନ୍ତୁ l ଏହାଦ୍ୱାରା ଋଣ ଭାର ରୁ ମୁକ୍ତି ମିଳିବ ଓ ଆର୍ଥିକ ସ୍ଥିତି ମଜବୁତ ହେବ l

* କଦାପି ରାତିରେ ରୋଷେଇ ଘରେ ଅଇଁଠା ବାସନ ପକାଇବା ଉଚିତ ନୁହେଁ l ଏହାଦ୍ୱାରା ଦରିଦ୍ରତା ର ଆଗମନ ହୋଇଥାଏ l ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ଯେତେ ଧନ ରୋଜଗାର କଲେ ମଧ୍ୟ ଅଣ୍ଟି ନଥାଏ l

* କଦାପି ଘରେ ଅପରିଷ୍କାର କରି ରଖନ୍ତୁ ନାହିଁ, ଘର ଅପରିଷ୍କାର ରହିବା ଦ୍ୱାରା ଦରିଦ୍ରତା ଦେଖା ଦେଇଥାଏ ଓ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ତେଣୁ ଘରକୁ ସର୍ବଦା ସଫା ସୁତୁରା ରଖିବା ଜରୁରୀ l

* ନିଜ ଘରେ ବ୍ୟବହାର କରୁଥିବା ଝାଡୁ କୁ ସବୁବେଳେ ଲୁଚାଇ ରଖିବା ଜରୁରୀ l କାହିଁକି ନା ଝାଡୁ ମାଲକ୍ଷ୍ମୀ ଙ୍କ ରୂପ ଅଟେ l ଝାଡୁ କୁ ଅନାଦର କରିବା ମଧ୍ୟ ଉଚିତ ନୁହେଁ l

* ନିୟମିତ ଘରେ କର୍ପୁର ସହିତ ଲବଙ୍ଗ ର ଆଳତୀ କରିବା ଶୁଭ ହୋଇଥାଏ, ଏହା ଘରକୁ ନକରତ୍ମକ ଶକ୍ତିର ବିନାଶ କରିଥାଏ ଓ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ ରଖିଥାଏ l

* ଘରର ଉତର-ପୂର୍ବ ଦିଗରେ କୌଣସି ପାତ୍ର ରେ ଲୁଣ ଟିକେ ରଖି ଦିଅନ୍ତୁ l ଏହାକୁ ସମୟେ ସମୟେ ପରିବର୍ତ୍ତନ କରିବା ଆବଶ୍ୟକ l ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଥାଏ l ଏବଂ ଆର୍ଥିକ ଅଭିବୃଦ୍ଧି ର ସମ୍ଭାବନା ଦେଖା ଯାଇଥାଏ l

Leave A Reply