Odisha news

ପୌଷ ମାସ ଗୁରୁବାର ରେ ପ୍ରଭୁ ଶ୍ରୀହରୀଙ୍କୁ ପୂଜା କରିବାର ମହତ୍ୱ

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ସାରିଛି ପୌଷ ମାସ, ଆଜି ହେଉଛି ପୌଷ ମାସର ପ୍ରଥମ ଗୁରୁବାର, ଧାର୍ମିକ ଶାସ୍ତ୍ର ଅନୁସାରେ ପୌଷ ମାସ ଧର୍ମ ଅଧ୍ୟୟନ ଦୃଷ୍ଟିରୁ ଗୋଟିଏ ମହତ୍ଵପୁର୍ଣ ମସ ଅଟେ l ଏହି ମାସରେ ସୂର୍ଯ୍ୟ ଆରାଧନା ସହିତ ସ୍ନାନ ଓ ଦାନର ଅନେକ ମହତ୍ୱ ରହିଛି l

ପୌଷ ମାସର ମହତ୍ୱ –
– ଏହି ମାସରେ ବିଶେଷ ଭାବରେ ରାଶି, ଗୁଡ଼, କମ୍ବଳ, ଅନ୍ନ, ବସ୍ତ୍ର ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଶ୍ରୀହରି ଙ୍କ ସହିତ ସୂର୍ଯ୍ୟ ଦେବଙ୍କୁ ମଧ୍ୟ ଉପାସନା କରାଯାଇଥାଏ l ଧର୍ମ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବ ଓ ଶ୍ରୀହରି ଙ୍କୁ ଏହି ମାସର ଗୁରୁବାର ରେ ପୂଜନ କରିବା ଦ୍ୱାରା ଗୁରୁ ବୃହସ୍ପତି ଙ୍କ କୃପା ପ୍ରାପ୍ତ ହୋଇଥାଏ l

– ପୌଷ ମାସର ଅନ୍ୟ ନାମ ହେଉଛି ଧନୁ ମାସ, କାହିଁକି ପୌଷ ମାସରେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ଏହାଛଡା ଧନୁ ସଂକ୍ରାନ୍ତି ଠାରୁ ଖର ମାସ ବା ମଳମାସ ଆରମ୍ଭ ହୋଇଯାଇ ଥାଏ l ପୌରାଣିକ ମାନ୍ୟତା ଅନୁସାରେ ପୌଷ ମାସର ପ୍ରତ୍ୟେକ ଗୁରୁବାର ଦିନ ଶ୍ରୀହରି ବିଷ୍ଣୁ ଙ୍କ ନିକଟରେ ହଳଦିଆ ବସ୍ତ୍ର, ହଳଦିଆ ପୁଷ୍ପ ଅର୍ପଣ କରିବା ସହିତ ଶ୍ରୀହରି ଙ୍କ ନାମ ଜପ କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ l

– ଏବଂ ଆଜିର ଦିନରେ ହଳଦୀ ପକାଇ ପଲାଉ କିମ୍ବା ଅନ୍ନ ପ୍ରସ୍ତୁତ କରି ବ୍ରାହ୍ମଣ ଙ୍କୁ ଭୋଜନ କରାନ୍ତୁ ଏହାଦ୍ୱାରା ଜୀବନ ର ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ ଓ ଜୀବନ ସୁଖମୟ ହୋଇଥାଏ l

– ଆଜିର ଦିନରେ ଗାଈ ଙ୍କୁ ଚାଉଳ, କଦଳୀ, ଓ ଘାସ ଭୋଜନ କରାଇବା ଦ୍ୱାରା ସମସ୍ତ ବିଘ୍ନ ଦୂର ହୋଇଥାଏ l ଏବଂ ଜାତକ ରେ ସମସ୍ତ ଗ୍ରହ ଙ୍କ ରିଷ୍ଟ ଖଣ୍ଡନ ହୋଇଥାଏ l ଯାହା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l

– ଏହି ମାସରେ ଯଦି ବ୍ରାହ୍ମଣ ଓ ଦୁଖୀ ଙ୍କ ସେବା କରିବେ ତେବେ ଶ୍ରୀହରି ଙ୍କ କୃପା ଲାଭ ହୋଇ ବୈକୁଣ୍ଠ ପ୍ରାପ୍ତି ହେବ ଏବଂ ପାପ କ୍ଷୟ ହେବ l ତେଣୁ ଏହି ମାସରେ  ଶ୍ରୀହରି ଙ୍କ କୃପା ଲାଭ କରିବା ପାଇଁ  କରନ୍ତୁ ସୂର୍ଯ୍ୟ ପୂଜା ସହିତ ବିଷ୍ଣୁ ପୂଜନ l

Leave A Reply