Odisha news

ପେଟକୁ ଡିଟକ୍ସ କରି ଶରୀର କୁ ସଂପୂର୍ଣ୍ଣ ସଫା ରଖିଥାଏ ଏହି ୪ଟି ମସଲା

0

ଆପଣଙ୍କ ଦିନ ସେତେବେଳେ ଭଲରେ କଟିଥାଏ ଯେତେବେଳେ ଆପଣଙ୍କ ସକାଳ ସମୟ ଠିକ୍ ଭାବରେ ଅତିବାହିତ ହୁଏ । କିନ୍ତୁ ଯଦି କିଛି ଶାରିରୀକ ସମସ୍ୟା ସକାଳୁ ଦେଖା ଯାଇଥାଏ ତେବେ ଏହା ଆମ ସମଗ୍ର ଦିନ ଟିକୁ ସମ୍ପୂର୍ଣ ଖରାପ କରି ଦେଇଥାଏ ।

ବିଶେଷ ଭାବରେ ଯଦି ସକାଳୁ ପେଟ ସଫା ନହୁଏ ତେବେ ଆମର ସଂପୂର୍ଣ୍ଣ ଦିନ ଟି ପ୍ରଭାବିତ ହୁଏ । ତେଣୁ ପେଟ ସଫା ନହେବାର ଅନେକ କାରଣ ରହିଥାଏ । କିନ୍ତୁ ଆମ ଘରର ଗୋଟିଏ ଜାଗା ଏଭଳି ରହିଛି ଯାହାକି ସମସ୍ତ ଶାରିରୀକ ସମସ୍ୟା କୁ ମାତ୍ର ଗୋଟିଏ ମିନିଟ ରେ ଦୂର କରିଥାଏ । ସେହି ସ୍ଥାନ ଟି କଣ ଜାଣନ୍ତି, ତାହା ହେଉଛି ଆମ ରୋଷେଇ ଘର । କାହିଁକି ନା ରୋଷେଇ ଘରେ ଏଭଳି କିଛି ମସଲା ଥାଏ ଯାହାକି ଆମ ଖାଇବାର ସ୍ଵାଦ ବଢାଇବା ସହିତ ଆମର ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର ଅଟେ ।
ଆସନ୍ତୁ ଜାଣିବା ରୋଷେଇ ଘର ର ଏହି ମସଲା ଗୁଡ଼ିକ ବିଷୟରେ -:
* ମେଥି ଆମ ପେଟକୁ ସଫା ରଖିବାରେ ସାହାଯ୍ୟ କରିଥାଏ । ମେଥି ସେହି ଲୋକଙ୍କ ପାଇଁ ମଧ୍ୟ ହିତକର ଯେଉଁମାନେ ମଧୁମେହ ରେ ପୀଡ଼ିତ ଅଟନ୍ତି । ଯଦି ଏହାଛଡା ପେଟ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ମେଥି ଦାନା ରେ ସାମାନ୍ୟ କଳା ଲୁଣ ମିଶାଇ ଉଷୁମ ପାଣି ରେ ସେବନ କରନ୍ତୁ। କିଛି ସମୟ ପରେ ଆରାମ ଅନୁଭବ କରିବେ ।
* ଅଦା ର କଥା କିଛି ନିଆରା ଅଟେ । ଚା ରେ ଏହାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । କାହିଁକି ନା ବିନା ଅଦା ରେ ଚା ସ୍ଵାଦ ହୀନ ଅଟେ । ଏହାଛଡା ଅଦା ସମସ୍ତ ତରକାରୀ ର ମଧ୍ୟ ସ୍ଵାଦ ବଢାଇ ଥାଏ । ଯଦି ପେଟ ରେ ଗ୍ୟାସ୍ ଏସିଡିଟି ସମସ୍ୟା ଦେଖା ଯାଉଛି ତେବେ ଅଦା କୁ ଉଷୁମ ପାଣି ଓ ଲୁଣ ସହିତ ସେବନ କରନ୍ତୁ ।
* ଗୁଜୁରାତି କୁ ଅନେକ ପ୍ରକାର ମିଠା ଜିନିଷ ରେ ବ୍ୟବହାର କରିଥାଏ । ଗୁଜୁରାତି ଯୁକ୍ତ ଚା ମଧ୍ୟ ଖୁବ୍ ସ୍ଵାଦିଷ୍ଟ ଅଟେ । ଏହା ଗୋଟିଏ ମାଉଥ ଫ୍ରେସନର ଭାବରେ ମଧ୍ୟ ଆମେ ସେବନ କରିଥାଉ । ଏହାଛଡା ଅଦା ମଧ୍ୟ ଗ୍ୟାସ୍ ପେଟ ଯନ୍ତ୍ରଣା ଓ ଛାତି ପୋଡ଼ା ଇତ୍ୟାଦି ରୁ ଆରାମ ଦେଇଥାଏ ।
* ଆମେ ସମସ୍ତେ ଜାଣିଛୁ ଜୀରା ତରକାରୀ ରେ ଛୁଙ୍କ ଲଗାଇବା ପାଇଁ ବିଶେଷ ଭାବରେ ବ୍ୟବହାର ହୋଇଥାଏ । ଆମର ପାଚନ ସମସ୍ୟା କୁ ଠିକ୍ କରି ଖାଦ୍ୟ କୁ ହଜମ କରିବାରେ ସାହାଯ୍ୟ କରିଥାଏ ।
* ପାନମଧୁରୀ କୁ ଆମେ ବିଶେଷ ଭାବରେ ଗୋଟିଏ ମାଉଥ୍ ଫ୍ରେସନର ଭାବରେ ବ୍ୟବହାର କରାଯାଏ । କିନ୍ତୁ ପାନମଧୁରୀ ସେବନ କରିବା ଦ୍ୱାରା ମଧ୍ୟ ପେଟ ର ବିଭିନ୍ନ ଦୂର ହୋଇଥାଏ । ତେଣୁ ନିୟମିତ ଖାଇ ସାରିବା ପରେ ସାମାନ୍ୟ ପାନମଧୁରୀ କୁ ସେବନ କରନ୍ତୁ ।
Leave A Reply