ଛତ୍ରପୁର, ୮ା୧(Amarendra Pattanaik) : ଗଞ୍ଜାମ ଜିଲ୍ଲାରୁ ଏସପି ତଥା ଅନୁଗୁଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ଭାବପୂର୍ଣ୍ଣ ବିଦାୟ ଦିଆ ଯାଇଛି। ନୂତନ ଏସପି ଜଗମୋହନ ମୀନାଙ୍କୁ ରବିବାର ପୂର୍ବାହ୍ନ ୧୧ଟା ବେଳେ ଦାୟିତ୍ବ ହସ୍ତାନ୍ତର କରିବା ପରେ ଅପରାହ୍ନ ସାଢେ ୩ଟା ସମୟରେ ଶ୍ରୀ ରାୟ ସପରିବାର ଗଞ୍ଜାମ ଜିଲ୍ଲାରୁ ବିଦାୟ ଦେଇଥିଲେ। ଶତାଧିକ ସଂଖ୍ଯକ ପୁଲିସ ଅଧିକାରୀଙ୍କ ସମେତ ପୋଲିସ ସଂଘ କର୍ମକର୍ତ୍ତା ଓ କର୍ମଚାରୀ ଶ୍ରୀ ରାୟଙ୍କୁ ତାଙ୍କର ଆବାସିକ କାର୍ଯ୍ଯାଳୟରୁ ପୋଲିସ ବ୍ୟାଣ୍ଡର ତାଳେ ତାଳେ ପଟୁଆରର ସହ ଜାତୀୟ ରାଜପଥ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ନେଇ ବିଦାୟ ଦେଇଥିଲେ। ଏହା ସହିତ କିଛି ଅଧିକାରୀ ଓ କର୍ମଚାରୀ ମାନେ ନିଜ କାନ୍ଦ ରେ ବସାଇ ଶୋଭାଯାତ୍ରା ମାଧ୍ୟମ ରେ ତାଙ୍କୁ ନେଇଥିଲେ | ଏହି ବିଦାୟୀ ବେଳେ ସମସ୍ତ ଆଖିରୁ ଲୁହ ଝରୁ ଥାଏ | ପୂର୍ବତନ ଏସପି ତଥା ଡ଼ି ଆଇଜି ଶ୍ରୀ ରାୟ ଭାବ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ୪ ବର୍ଷ ୯ ମାସ ୨୦ ଦିନର ଚାକିରି କାଳରେ ସମସ୍ତ ଙ୍କ ପ୍ରିୟ ଭାଜନ ହୋଇପାରିଥିଲେ |କର୍ମଚାରୀମାନଙ୍କ ମଧ୍ଯରେ କେତେ ଆପଣାର ଥିଲେ ଆଜିର ଏହି ବିଦାୟ କାଳରେ ସ୍ପଷ୍ଟ ବାରି ହୋଇ ପଡିଥିଲା। ଏହି ବିଦାୟୀ ସମୟରେ ଗଞ୍ଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ଓ ପି.କେ.ଦଳେଇ,ଡିଏସପି ଅଜୟ କୁମାର ମିଶ୍ର ,ଛତ୍ରପୁର ଏସଡିପିଓ ଗୌତମ କିସାନ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଚମାଖଣ୍ଡି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଆସିଷ୍ଟାଣ୍ଡ କାମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି ଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ |