ଶ୍ୟାମ ସୁନ୍ଦର ସାମଲ : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟରେ ପହଞ୍ଚôବ ଓ ଏ ବର୍ଷ ମୌସୁମୀ ବର୍ଷା ଅଧିକ ରହିବ । ବର୍ଷା ଅଧିକ ରହିଲେ ଫସଲ ଭଲ ହୋଇଥାଏ । ତେବେ କିଛିଦିନ ତଳେ ବାତ୍ୟା “ୟାସ୍’କୁ ନେଇ ବିବାଦ ଦେଖାଦେଇଥିଲା । କାରଣ କିଛି ପାଣିପାଗ ବିଶେଷଜ୍ଞ ଯାହା ମତ ରଖିଥିଲେ ତାହା କମ ତଥ୍ୟଭିତ୍ତିକ ରହିଥିଲା । ତେବେ ମୌସୁମୀ ବାୟୁ ଭାରତର ଜୀବନରେଖା ନିଶ୍ଚୟ । ଆଜକୁ ପ୍ରାୟ ୫୦ ନିୟୁତ ବର୍ଷ ପୂର୍ବେ ଏସିଆ ସହ ଭାରତର ମିଶ୍ରଣ ଯୋଗୁଁ ତିବ୍ଦତୀୟ ମାଳଭୂମି ସୃଷ୍ଟି ଦ୍ୱାରା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୃଢ଼ୀଭୂତ ହୋଇଥିଲା । ଭୂତତ୍ତ୍ୱ ବୈଜ୍ଞାନିକ କହିବା ଅନୁଯାୟୀ ଚୀନର ଲୋଏସ୍ ମାଳଭୂମିରୁ ବାୟୁ ପ୍ରବାହ ଯୋଗୁଁ ଜମା ହୋଇରହିଥିବା ଧୂଳିକଣାକୁ ଆଧାର କରି ଦକ୍ଷିଣ – ପଶ୍ଚିମ ମୌସୁମୀବାୟୁର ପ୍ରଭାବ ପ୍ରାୟ ୮ ନିୟୁତ ବର୍ଷ ପୂର୍ବେ ଦୃଢ଼ୀଭୂତ ହୋଇଥିଲା ।
ଜଳବାୟୁ ପରିବର୍ତ୍ତନ ପ୍ରଭାବ ମୌସୁମୀର ଗତି ଓ ଶକ୍ତି ଉପରେ ପ୍ରଭାବ ପକାଉଥିବାବେଳେ ତବ୍ଦତୀୟ ମାଳଭୂମିର ଉତ୍ପତ୍ତି ବେଳେ ପ୍ରାୟ ୨୪ ନିୟତୁ ବର୍ଷ ପୂର୍ବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କ୍ରିୟାଶୀଳ ହୋଇଛି । ଲଘୁଚାପ ଓ ଗୁରୁଚାପ ଭଳି ବାୟୁମଣ୍ଡଳର ଜାଗତିକ କ୍ରିୟାରେ ମୌସୁମୀର ସୃଷ୍ଟି ହୋଇଥାଏ । ପ୍ରାୟ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ମୌସୁମୀର ପ୍ରଭାବ ବ୍ୟାପକତା ଧାରଣ କରିଥାଏ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଯେତେବେଳେ କୌଣସି ସମୁଦ୍ର ଉପକୂଳବର୍ତ୍ତୀ ଭୂଖଣ୍ଡର ବାୟୁମଣ୍ଡଳ ଉତ୍ତପ୍ତ ହୋଇ ଉପରକୁ ଉଠିଯାଏ ତାହାର ଶୂନ୍ୟସ୍ଥାନ ପୂରଣ କରିବାକୁ ସମୁଦ୍ର ଉପରେ ଥିବା ଶୀତଳ ବାୟୁ ଧାଇଁ ଆସିଥାଏ । ଖାଲି ସ୍ଥାନ ପୂରଣ କରିବାକୁ ସମୁଦ୍ର ଉପରେ ପ୍ରଭାବିତ ହୋଇ ଆସିଥିବା ବାୟୁମଣ୍ଡଳ ସାଙ୍ଗରେ ସମୁଦ୍ର ଜଳ ନେଇ ପ୍ରବଳ ଆର୍ଦ୍ର ହୋଇସାରିଥାଏ ।
ଭୂଖଣ୍ଡରେ ପହଞ୍ଚôବା ପରେ ଅନେକ ବଡ଼ ବଡ଼ ପାହାଡ଼ ପର୍ବତ ଏହି ବାୟୁର ବାଟ ରୋକିଥାନ୍ତି ଫଳରେ ଏହାର ତାପମାତ୍ରା ବୃଦ୍ଧି ପାଇବା ସହ ଏହା ଘନୀଭୂତ ହେବାକୁ ଲାଗେ । ଅଧିକ ଘନୀଭୂତ ହେବାପରେ ମୌସୁମୀ ବାୟୁ ଜଳକଣା ରୂପ ନେଇ ବର୍ଷିବା ଆରମ୍ଭ କରିଥାଏ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତ ଠାରୁ ତିନିହଜାର କିଲୋମିଟର ଦୂରରେ ଥିବା ଦକ୍ଷିଣ ପୂର୍ବ ଆଫି୍ରକା ଉପକୂଳବର୍ତ୍ତୀ ଭାରତ ମହାସାଗରରେ ଥିବା ମାଡାଗାସ୍କର ଦ୍ୱୀପପୁଞ୍ଜ ନିକଟରେ ଜନ୍ମ ନେଇଥାଏ । ଭାରତ ଉପରେ ମୌସୁମୀ ବାୟୁ ପହଞ୍ଚôବା ପାଇଁ ବିଭିନ୍ନ ରାସ୍ତା ଧରିଥାଏ । ସେ ସ୍ଥାନରୁ ଗୁରୁଚାପରୁ ପ୍ରବାହିତ ବାୟୁ ପ୍ରଥମେ ମାଡ଼ାଗାସ୍କର ଦେଇ ଆଫି୍ରକା ମହାଦେଶର ସମାଲିଆରେ ପହଞ୍ଚôଥାଏ । ସେଠାରେ ପହଞ୍ଚôଲା ବେଳକୁ ଅର୍ଥାତ୍ ମେ ମାସର ପରବର୍ତ୍ତୀ ସମୟରେ ଭାରତ ମହାସାଗର ଦେଇ ଯାଇଥିବା ଏହି ବାୟୁରେ ପରିବର୍ତ୍ତନ ଘଟି ଏହା ଜେଟ୍ ଷ୍ଟି୍ରିମର ରୂପ ନେଇଥାଏ । ସେଠାରୁ ଏହା ଅଧିକ କ୍ଷମତାଶାଳୀ ହୋଇ ଦକ୍ଷିଣ- ପଶ୍ଚିମ ଦିଗରେ ଏସିଆ ମହାଦେଶ ଆଡ଼କୁ ମୁହାଁଇଥାଏ । ଭାରତ ଉପକୂଳରେ ଏହା ସମୁଦ୍ର ପତ୍ତନର ପନ୍ଦର କିଲୋମିଟର ଉପରେ ପ୍ରବାହିତ ହୋଇଥାଏ ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ବୈଜ୍ଞାନିକ ଦିଗ ହେଉଛି ଭାରତରେ ମେ ମାସରେ ଗ୍ରୀଷ୍ମ ପ୍ରବାହ ଚାଳିଶରୁ ପଚାଶ ଡିଗ୍ରୀ ପହଞ୍ଚô ସାରିଥାଏ । ଉତ୍ତର ଭାରତର ବହୁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇ ଭାରତର ସବୁଠୁ ବଡ଼ ମରୁଭୂମି ଥର୍ ଅଞ୍ଚଳରେ ବହୁ ଉଚ୍ଚରେ ଏହାର ପ୍ରଭାବ ରହିଥାଏ । ଉତ୍ତର ମଧ୍ୟଭାରତ ଭୂଭାଗରେ ଏକ ଲଘୁଚାପ ସ୍ଥିତି ସୃଷ୍ଟି ହୋଇ ସେହି ସମୟରେ ସୋମାଲିଆରୁ ଏସିଆ ଅଭିମୁଖେ ଆସୁଥିବା ମୌସୁମୀ ବାୟୁ ଭାରତ ଭୂଭାଗ ଉପର ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଖାଲି ସ୍ଥାନ ପୂରଣ କରିବାକୁ ତୀବ୍ର ବେଗରେ ଗତି କରିଥାଏ । ବାଟରେ ଏହା ବଙ୍ଗୋପସାଗର ଓ ଆରବ ସାଗର ଉପରେ ଆସି ଅଧିକ ଶକ୍ତିଶାଳୀ ହୋଇଥାଏ । ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପାଖାପାଖି ମେ ୧୫ରେ ପହଞ୍ଚô ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରେ । ଜୁନ୍ ପହିଲା ବେଳକୁ ଏହା କେରଳ ଛୁଇଁସାରିଥାଏ । ସେଠାରୁ ମୌସୁମୀ ବୌଦ ଉତ୍ତରାୟଣକୁ ଗତି କରି ଦକ୍ଷିଣରୁ ଉତ୍ତର ଭାରତକୁ ବର୍ଷାରେ ଘୋରାଇଥାଏ ।
ବଙ୍ଗୋପସାଗରରୁ ଜଳ ନେଇ ଉତ୍ତର ଭାରତକୁ ଗତି କରୁଥିବା ମୌସୁମୀ ଜୁନ୍ ଦ୍ୱିତୀୟ ସପ୍ତାହ ସମୟରେ ଓଡ଼ିଶାରେ ନିଜର ଉପସ୍ଥିିତି ଜାହିର କରି ଜୋରଦାର ବର୍ଷା କସି ଦେଇଥାଏ । ମୌସୁମୀ ଭାରତରେ ଅଧିକ ସମୟ ଘୁରି ବୁଲିଥାଏ । ଭାରତରେ ମୋଟ ବର୍ଷାର ପାଖାପାଖି ବଡ଼ ସିଂହଭାଗ ଅର୍ଥାତ୍ ୮୦ ଭାଗ ପାଖାପାଖି ଦକ୍ଷିଣ-ପଶ୍ଚିମ ମୌସୁମୀରୁ ହିଁ ହୋଇଥାଏ । ଭାରତର ଚାଷୀ ପାଇଁ ଏହି ମୌସୁମୀର ବର୍ଷା ସବୁଠାରୁ ବଡ଼ ଆଶୀର୍ବାଦ । ଯାହାଦ୍ୱାରା ଖାଦ୍ୟ ଉତ୍ପାଦନ ବ୍ୟାପକ ହୋଇଥାଏ ।
ଜୁଲାଇ ସମୟରେ ରାଜସ୍ଥାନ ଅଞ୍ଚଳରେ ମୌସୁମୀ ପହଞ୍ଚô ସାରିଥାଏ ପରିଶେଷରେ ୧୫ ଜୁଲାଇ ପରେ ପରେ ମୌସୁମୀ ଭାରତର ପଡ଼ୋଶୀ ଦେଶ ପାକିସ୍ତାନକୁ ପ୍ରବେଶ କରିଥାଏ । ବାତ୍ୟାଭଳି ସ୍ଥିତିରେ ଆର୍ଦ୍ରତା ହରାଇ ବସିଥିବା ପଶ୍ଚିମ ମୌସୁମୀ ବାୟୁ ତବ୍ଦତୀୟ ଗୁରୁଚାପ ଅଞ୍ଚଳକୁ ଧାଇଁ ଯାଏ । ଶେଷରେ ମୌସୁମୀ ବାୟୁ ପୁଣି ତାର ଉତ୍ପତ୍ତି ସ୍ଥଳ ମାଡ଼ାଗାସ୍କରକୁ ପ୍ରତ୍ୟାବର୍ତ୍ତନ କରି ନିଶ୍ଚିହ୍ନ ହୋଇଯାଏ । ପ୍ରାୟ ପ୍ରତିବର୍ଷ ମୌସୁମୀ ବର୍ଷାରେ ଭାରତର ବହୁ ରାଜ୍ୟ ବନ୍ୟାରେ ବିତ୍ପତ୍ତି ଦେଖାଇଥାଏ ।
ସେହିପରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇ ବ୍ୟାପକ ଧନଜୀବନ ହାନି ଘଟିଥାଏ । ଚାଷୀକୂଳ ପାଇଁ ମୁଖ୍ୟ ଅବଦାନ ରଖିଥାଏ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଇଏ ହେଉଛି ବର୍ଷା ପାଇଁ ସବୁଠାରୁ ମୁଖ୍ୟ ଆବଶ୍ୟକତା । ମୌସୁମୀର ଆଗମନକୁ କିଛି କ୍ଷତି ସତ୍ତ୍ୱେ ସମସ୍ତେ ଚାତକ ଭଳି ଚାହିଁ ବସିଥାନ୍ତି ।
Comments are closed.