ଭାରତର ବୁଲବୁଲ କହିଲେ କିଏ ଆମେ ସମସ୍ତେ ଜାଣିଛୁ , ଯଦିବି କେହି ନଜାଣିଛନ୍ତି ତେବେ କହି ରଖୁଛୁ ସେ ଆଉ କେହିନୁହେଁ , ସେ ହେଉଛନ୍ତି ସରୋଜିନୀ ନାଇଡୁ l ସରୋଜିନୀ ନାଇଡୁ ଙ୍କ ଜନ୍ମ ଫେବୃଆରୀ ୧୩ ତାରିଖ ୧୮୭୯ ରେ ହାଇଦ୍ରାବାଦ ରେ ହୋଇଥିଲା l ତାଙ୍କ ମାତାଙ୍କ ନାମ ବରଦ ସୁନ୍ଦରୀ ଥିଲା, ଏବଂ ସେ ଜଣେ କବି ଥିଲେ ଓ ବଙ୍ଗାଳୀ ରେ କବିତା ରଚନା କରୁଥିଲେ l ଏବଂ ତାଙ୍କ ପିତାଙ୍କ ନାମ ଥିଲା ଅଘୋରନାଥ ଚଟପାଧ୍ୟାୟ ଯିଏକି ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଥିଲେ ଏବଂ ଶାସ୍ତ୍ରବିତ ଥିଲେ l
ଭାରତର ବୁଲବୁଲ ଭାବରେ ପ୍ରସିଦ୍ଧ ଥିଲେ ସରୋଜିନୀ ନାଇଡୁ, ମାତ୍ର ୧୪ ବର୍ଷ ବୟସରେ ସମସ୍ତ ଇଂରାଜୀ କବିତା ର ରଚନା ର ଅଧ୍ୟୟନ କରିବା ଆରମ୍ଭ କରିଥିଲେ l ୧୮୯୫ ରେ ହାଇଦ୍ରାବାଦ ର ନିଯମ ତାଙ୍କୁ ଇଂଲଣ୍ଡ ପଠାଇ ଥିଲେ l ସରୋଜିନୀ ନାଇଡୁ ଜଣେ ପ୍ରତିଭାବାନ ଛାତ୍ରୀ ଥିଲେ, ଏବଂ ସେ ଇଂଲିଶ, ବଙ୍ଗାଳି, ଉର୍ଦୁ, ତେଲୁଗୁ ଓ ପାର୍ସି ଭାଷାରେ ପାରଙ୍ଗମ ହାସଲ କରିଥିଲେ l ମାତ୍ର ୧୯ ବର୍ଷ ବୟସ ରେ ୧୮୯୮ ରେ ଗୋବିନ୍ଦ ରାଜାଳୁ ନାଇଡୁ ଙ୍କୁ ବିବାହ କରିଥିଲେ l
ସରୋଜିନୀ ନାଇଡୁ ୧୯୦୬ ରେ କଲିକତା ରେ ଗୋପାଳ କୃଷ୍ଣ ଗୋଖଲେ ଙ୍କ ଅଧିବେଶନ ରେ ପ୍ରଭାବିତ ହୋଇ ନିଜକୁ ଦେଶର ସ୍ୱାଧୀନତା ସଂଗ୍ରାମ ରେ ଉତ୍ସର୍ଗୀକୃତ କରିଥିଲେ ଏବଂ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ଏହାପରେ ସମାଜରେ ହେଉଥିବା କୁ – ରୀତି ନୀତି କୁ ନେଇ ସ୍ୱର ଉତୋଳନ କରିହିଲେ l ମହିଳା ମାନଙ୍କୁ ଜାଗରଣ କରି ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମ ରେ ସହଯୋଗ କରିଥିଲେ l ଅନେକ ଦିନ ଭାରତୀୟ ଜାତୀୟ କଂଗ୍ରେସ ର ପ୍ରବକ୍ତା ଭାବରେ କାର୍ଯ୍ୟ କରିଥିଲେ l ବିଶେଷ ଭାବରେ ସରୋଜିନୀ ନାଇଡୁ ଙ୍କୁ ଜାଲିୟାନାବାଗ ଗଣହତ୍ୟା ତାଙ୍କୁ ବ୍ୟଥିତ କରିଥିଲା , ତେଣୁ ସେ ୧୯୦୮ ରେ ଇଂରେଜ ସରକାର ଙ୍କ ନିକଟରୁ ମିଳିଥିବା ଉପାଧି କେଶର-ଏ-ହିନ୍ଦ ଫେରାଇ ଦେଇଥିଲେ l ୧୯୧୪ ରେ ତାଙ୍କର ସାକ୍ଷାତ ଗାନ୍ଧିଜୀ ଙ୍କ ସହିତ ଇଂଲଣ୍ଡ ରେ ହୋଇଥିଲା, ଏବଂ ସେ ଖୁବ ପ୍ରଭାବିତ ହୋଇଥିଲେ l ଦକ୍ଷିଣ ଆଫ୍ରିକା ରେ ସେ ଗାନ୍ଧିଜୀ ଙ୍କ ମୁଖ୍ୟ ସହଯୋଗୀ ଥିଲେ l ଏହାପରେ ଭାରତ ଛୋଡ ଆନ୍ଦୋଳନ ରେ ସହଯୋଗ କରି ଜେଲ ଦଣ୍ଡ ମଧ୍ୟ ଭୋଗିଥିଲେ l ୧୯୨୫ ରେ ଭାରତୀୟ ଜାତୀୟ କଂଗ୍ରେସ ରେ କାନପୁର ଅଧିବେଶନ ର ପ୍ରଥମ ମହିଳା ଅଧ୍ୟକ୍ଷ ହୋଇଥିଲେ ଏବଂ ଉତର ପ୍ରଦେଶ ର ପ୍ରଥମ ଗଭର୍ନର ଭାବରେ ଦାୟିତ୍ୱ ନେଇଥିଲେ l ମାତ୍ର ୭୦ ବର୍ଷ ଅୟୁରେ ୧୯୪୯ ରେ ହୃଦ ଘାତରେ ତାଙ୍କ ମୃତ୍ୟୁ ହୋଇଥିଲା l