Odisha news

ସୋର : କରୋନା ସଂକ୍ରମଣ ପ୍ରତିରୋଧ ସେବା ପ୍ରଦାନକାରୀଙ୍କ ପାଇଁ ସୋର ବିଧାୟକଙ୍କ ୧୦ ଲକ୍ଷ ଟଙ୍କାର କିଟ୍ ପ୍ରଦାନ

0

ସୋର, ୫/୪- କରୋନା ସଂକ୍ରମଣର ମୁକାବିଲା ପାଇଁ ପୁଲିସ, ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସେବା ପ୍ରଦାନକାରୀଙ୍କ ପାଇଁ ସୋର ବିଧାୟକ ପର୍ଶୁରାମ ଧଡା ନିଜ ହାତ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର କୋଭିଡ୍ – ୧୯ ପ୍ରତିରୋଧକ କିଟ୍ ପ୍ରଦାନ କରିଛନ୍ତି । ଗତ ୩୧ ତାରିଖ ଦିନ ଶ୍ରୀ ଧଡା ଏହି ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସୋର ର୍ନିର୍ବାଚନ ମଣ୍ଡଳୀ ପାଇଁ ଘୋଷଣା କରିଥିଲେ । ଏହି ଅର୍ଥରେ ୧୦ ହଜାର ମାସ୍କ, ୪ ହଜାର ସାନିଟାଇଜର, ଗ୍ଲୋବ୍ ସହ ଅନ୍ୟାନ୍ୟ କିଟ୍ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡୀ ଓ ଆଶା କର୍ମୀ , ସେ‘ଇକର୍ମଚାରୀ, ପୈାରକର୍ମଚାରୀ, ଗଣମାଦ୍ୟମର ପ୍ରତିନିଧିଙ୍କ ସହ ଆବଶ୍ୟକ ବେଳେ ଜନସାଧାରଣଙ୍କୁ ରୋଗୀ କଲ୍ୟାଣ ସମିତି ତତ୍ୱାବଧାନରେ ବଣ୍ଟନ ପାଇଁ ପ୍ରଦାନ କରିଛନ୍ତି । ଏହି ଉନ୍ନତମାନର କିଟ୍ ସବୁ କୋଲକତାରୁ ଅଣାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଶ୍ରୀ ଧଡା । ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିନ୍ଟେଣ୍ଠେଣ୍ଟ ଡ. କାଶୀନାଥ ପଣ୍ଡା ଙ୍କ ସହ ରୋଗୀ କଲ୍ୟାଣ ସମିତିର ଚେୟାରପର୍ସନ ସୋର ବିଡିଓ ସୁଶାନ୍ତ କୁମାର ବାରିକ ଉପସ୍ଥିତ ଥିଲେ ।

Leave A Reply