Odisha news

ସଟ୍‍ ଡାଉନ୍‍ ପରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

0

ଭୁବନେଶ୍ୱର : ୦୫ ଅପ୍ରେଲ,୨୦୨୦ ଆଜି ରାତି ୮ଟାରେ ସଟ୍‍ ଡାଉନ୍‍ ଅବଧି ସରିବା ପରେ ପରେ ସାମାଜିକ ଦୂରତା ବଜାୟ
ରଖିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‍ ତି୍ରପାଠୀ ଗୁରୁତ୍ୱାରୋପ କରିଛନ୍ତିା ଆବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଅଛିା ଏଣୁ ଜନସାଧାରଣ ଅଯଥାରେ ଦୋକାନରେ ଭିଡ଼ ନକରିବାକୁ ସେ ଅନୁରୋଧ କରିଛନ୍ତିା ସାମାଜିକ ଦୂରତ୍ୱ ବଜାୟ ନରଖିଲେ ଆମେ ସଟ୍‍ ଡାଉନ୍‍
ଓ ଲକ୍‍ ଡାଉନ୍‍ର ସୁଫଳ ପାଇପାରିବା ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତିା ଶ୍ରୀ ତି୍ରପାଠୀ ଆହୁରି ମଧ୍ୟ କହିଛନ୍ତି ଯେ, ୪୮ ଘଣ୍ଟା ପାଇଁ ହୋଇଥିବା “ସଟ୍‍ ଡାଉନ୍‍’ରେ ଭୁବନେଶ୍ୱର, କଟକ, ଭଦ୍ରକ ସହରର ଜନସାଧାରଣ ସେ୍ୱଚ୍ଛାକୃତ ଭାବରେ ସହଯୋଗ କରିଥିବାରୁ
ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛିା ସଟ୍‍ ଡାଉନ୍‍କୁ ସୁଚାରୁ ରୂପେ ପରିଚାଳନା କରିଥିବାରୁ ମୁଁ ରାଜ୍ୟ ପୋଲିସ୍‍କୁ ମଧ୍ୟ ଧନ୍ୟବାଦ ଜଣାଉଛିା ସେହିପରି ଅତ୍ୟନ୍ତ ପେଶାଦାର ଢଙ୍ଗରେ ଯନିର ସହିତ “ସଟ୍‍ ଡାଉନ୍‍’ର ଯୋଜନା ଓ ସଫଳ ରୂପାୟନ କରିଥିବାରୁ ମୁଁ ସଂପୃକ୍ତ ନିଗମ ଓ ପୌର
କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀବୃନ୍ଦ ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରୁଛିା ଆପଣମାନେ ଉପଲବ୍ଧି କରିଛନ୍ତି ଯେ “ସଟ୍‍ ଡାଉନ୍‍’ ସମୟରେ କେବଳ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟତୀତ ଆଉ ସମସ୍ତ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିଲାା ରୋଗ ନିରୀକ୍ଷଣ ଦଳ
ସମସ୍ତ ସନ୍ଦିU କେସ୍‍ର ଅନୁସନ୍ଧାନ ଜାରି ରଖିଛନ୍ତି ଓ ସଂକ୍ରମଣ ପ୍ରତିରୋଧ ଜୋନ୍‍ଗୁଡ଼ିକରେ ଘରକୁ ଘର ଯାଇ ନିରୀକ୍ଷଣ କାର୍ଯ୍ୟ ଚଳାଇଛନ୍ତିା ଫଳରେ ସୂର୍ଯ୍ୟନଗର, ବମିଖାଲ ଅଞ୍ଚଳରେ ଅଧିକ ପଜିଟିଭ୍‍ କେସ୍‍ ଦୃଷ୍ଟିକୁ ଆସିଛିା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ଅନୁସନ୍ଧାନ, ଚିହ୍ନଟ
ଓ ପରୀକ୍ଷଣ କାର୍ଯ୍ୟକୁ ବ୍ୟାପକ କରାଯିବା ରାଜ୍ୟ ବାହାରୁ ଏହି ସଂକ୍ରମଣ ଆସିଥିବା ଜଣାପଡ଼ିଛିା ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ସୃଷ୍ଟି ହୋଇନାହିାଁ ଆମକୁ ଏହି ଅବସ୍ଥାରେ ରୋଗକୁ ନିୟନ୍ତ୍ରଣ କରିବାକୁ ହେବା ଏବେ ଆମେ କ’ଣ କରିବା?
ରାଜ୍ୟର କେତେକ ଅଞ୍ଚଳରେ ଅନ୍ୟ କେତୋଟି ପଜିଟିଭ୍‍ ଘଟଣା ଦୃଷ୍ଟିକୁ ଆସିଛିା ଲକ୍‍ ଡାଉନ୍‍ ସମୟରେ ଆମେ ସୁଚିନ୍ତିତ ଭାବରେ ପ୍ରତିରୋଧ ବ୍ୟବସ୍ଥାକୁ ଦୃଢ଼ କରିବାର ଆବଶ୍ୟକତା ରହିଛିା ଫଳରେ ସୀମିତ ଅଞ୍ଚଳରେ ସଂକ୍ରମଣକୁ ରୋକାଯାଇପାରିବ ଏବଂ ଏହା ବ୍ୟାପିବାକୁ ବହୁ
ଭାବରେ ହ୍ରାସ କରାଯାଇପାରିବା ପ୍ରଶାସନ ଦ୍ୱାରା ବ୍ୟାପକ ଚିହ୍ନଟୀକରଣ ଓ ପରୀକ୍ଷା କାର୍ଯ୍ୟ କରାଯିବା ଆମେ ଯଦି ଏପରି ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ତେବେ ଆଗକୁ ବହୁ ଅଧିକ ଅଞ୍ଚଳରେ “ସଟ୍‍ ଡାଉନ୍‍’ କରିବାକୁ ପଡ଼ିବ ନାହିାଁ
ଆଜି ରାତି ୮ଟାରେ “ସଟ୍‍ ଡାଉନ’ ଶେଷ ହେବା ବିପର୍ଯ୍ୟୟ ପରିଚାଳନା ଆଇନ୨୦୦୫ ଅନୁଯାୟୀ ବିଭିନ୍ନ ପୌରସଂସ୍ଥା/ଜିଲ୍ଲା ପ୍ରଶାସନ ସ୍ଥିର କରିଥିବା ଅନୁସାରେ ଯେଉଁ ସବୁ ଅଞ୍ଚଳରେ ପ୍ରତିରୋଧ ଜୋନ୍‍ ପ୍ରତିଷ୍ଠା କରାଯିବ, ସେସବୁକୁ ଜନସାଧାରଣ ସମର୍ଥନ କରିବେ
ବୋଲି ମୁଁ ଆଶା କରୋ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଥିରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧା ଶେଷରେ ମୋର ଏକ ଗୁରୁତ୍ୱପୂର୍ଣ୍ଣ ଅନୁରୋଧ ରହିଛିା ଆଜି ରାତି ୮ଟା ପରେ ସଉଦାପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ଆଣିବା ପାଇଁ ଦୟାକରି ଦୋକାନବଜାରରେ ଭିଡ଼ କରନ୍ତୁ
ନାହିାଁ ଗତ ଦୁଇଦିନରେ ଆମେମାନେ ପାଇଥିବା ସଫଳତାକୁ ପୁଞ୍ଜି କରି ଆଗେଇବା ଆମ ପାଇଁ ଅତ୍ୟନ୍ତ ବଡ଼ କଥାା ତେଣୁ, ଗହଳି ବଢ଼ାଇବାକୁ ପ୍ରଶ୍ରୟ ଦେବାନାହିଁ କି ସଂକ୍ରମଣ ନିମନ୍ତେ ସୁଯୋଗ ସୃଷ୍ଟି କରିବା ନାହିାଁ ସମସ୍ତେ କଠୋର ଭାବରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ
ମୁଁ ଅନୁରୋଧ କରୁଛିା ବିଭିନ୍ନ ଗୋଷ୍ଠୀର ନେତା, ଚିନ୍ତାଶୀଳ ଓ ସତର୍କ ନାଗରିକମାନେ ଏହି ବାବଦରେ ପ୍ରଶାସନକୁ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛିା ଅବଶ୍ୟ ଆପଣମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସାମାଜିକ ଦୂରତ୍ୱ ବଜାୟ
ରଖିବାରେ ପୋଲିସ୍‍ ବିଭାଗ ଦାୟିତ୍ୱ ନିର୍ବାହ କରିବା

Leave A Reply