Odisha news

ବିରିଡି :ଗୌରୀ ଦେବୀ ଉତ୍ପାଦିକା ସଂଘର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ସହାୟତା

0

ବିରିଡି ତା-୦୫/୦୪ କରୋନା ପାଇଁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ବିରିଡି ବ୍ଲକ ଗୌରୀ ଦେବୀ ଉତ୍ପାଦିକା ସଂଘ ତରଫରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ବିରିଡି ବ୍ଲକ ଗୌରୀ ଦେବୀ ଉତ୍ପାଦିକା ମହା ସଂଘର ସମ୍ପାଦିକା ସବିତା ଦାସ ରବିବାର ଦିନ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ୧୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିବା ବେଳେ ଡି.ଏସ.ଡି କୁ ସ୍ୱର୍ଣ୍ଣ୍ର ମଂଜରୀ ନାୟକ, ସଭାପତି ସ୍ୱର୍ଣ୍ଣଲତା ସେଠୀ, କୋଷାଧକ୍ଷ କଳ୍ପନା ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ ଏହି ଉତ୍ପାଦିକା ମାହା ସଂଘ ପକ୍ଷରୁ ଜିଲ୍ଲାର ବିରିଡି ବ୍ଲକ ପୌରପାଳିକା ସଂସ୍ଥା ଓ ଡାକ୍ତର ଖାନା ଗୁଡିକୁ ମାକ୍ସ ଯୋଗାଇ ଦିଆଯାଉଛି । ଏଥି ସହିତ ସ୍କୁଲ ଓ ଅଙ୍ଗନଓାର୍ଡି ପିଲାମାନଙ୍କ ପାଇଁ ମଧ୍ୟ ସୁଲଭ ମୂଲ୍ୟରେ ପୋଷାକ ଯୋଗାଇଥାାନ୍ତି ।

Leave A Reply